ରାଧା ଗୋବିନ୍ଦଙ୍କର ନୂତନ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

ଟାଙ୍ଗୀ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :-  ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ବାଲିପାଟ ପୁର ଗ୍ରାମ ପଂଚାୟତ   ଗୋବର୍ଧନ ପୁର କଲୋନୀ ରେ ଦୀର୍ଘ ଦିନ ହେଲା ଅବହେଳିତ  ଅବସ୍ଥା ରେ ଥିବା ପ୍ରଭୂ  ରାଧା ଗୋବିନ୍ଦ ଙ୍କର ନୂତନ ପ୍ରତିଷ୍ଠା ଉତ୍ସବ ମହା ସମାରୋହ ରେ ଅନୁଷ୍ଠିତ ହୋଇ ଯାଇଅଛି।

ଏହି ମନ୍ଦିର ପ୍ରତିଷ୍ଠା  ଉତ୍ସବ କୁ ଆହୁରି ଭଵ୍ୟ କରିବା ସହ ଜନ ସାଧାରଣ ଙ୍କୁ ଦିବ୍ୟ ଚେତନା ଓ ଦିବ୍ୟ ଜ୍ଞାନ ପ୍ରଦାନ ନିମନ୍ତେ ଗୋବର୍ଧନ ପୁର  କଲୋନୀ ଠାରେ  ଶ୍ରୀ ଭାଗବତ କଥାମୃତ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଅଛି।ଗତ କାଲି ମଙ୍ଗଳବାର  ଦିନ ଶୀତୁଆ ସନ୍ଧ୍ୟା ରେ ଉଦଘାଟିତ ହୋଇ ଯାଇଅଛି ଶ୍ରୀ ଭାଗବତ କଥା ମୃତ ମହୋତ୍ସବ।

ଉଦଘାଟନୀ ମହୋତ୍ସବ ରେ  ବିଶିଷ୍ଟ କଥାମୃତ ପ୍ରବଚକ ଶ୍ରୀ ବ୍ରହ୍ମାନନ୍ଦ ସରସ୍ୱତୀ ମହାରାଜ ଅତିଥି ଭାବେ ଯୋଗ ଦେଇ ମହୋତ୍ସବ କୁ ଉଦଘାଟନ କରିଥିଲେ।ଏହା ସହ ପ୍ରଵଚକ  ଶ୍ରୀ ଅମୃତାନନ୍ଦ ମହାରାଜ,,, ଓଡିଶା ଆର୍ଯ୍ୟ ସମାଜ ମୁଖ୍ୟ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର,,, ବିଶିଷ୍ଟ ସମାଜ ସେଵୀ ଡା ସଂଜୟ କୁମାର ପଟନାୟକ ପ୍ରମୁଖ ଉଦଘାଟନ ମହୋତ୍ସବ ରେ ଯୋଗ ଦେଇଥିଲେ।

ଉଦ୍ ଘାଟନ ଉତ୍ସବ ଅବସରରେ ସନ୍ଧ୍ୟା ୭ ଘଣ୍ଟା ଠାରୁ ରା଼ତ୍ରୀ ୧୦ ପର୍ଯ୍ୟନ୍ତ  ପ୍ରଭୂ ନାମ ସହ ରାଧା ଗୋବିନ୍ଦ ବାଣୀ  ସମ୍ପର୍କ ରେ ଉପାଦେୟ  ମତ ପ୍ରଦାନ କରିଥିଲେ ଅତିଥି ମାନେ,,ଗୁରୁବାର ୨୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେଵ ମହୋତ୍ସବ,, ଏଥିପାଇଁ ବହୂ ସଂଖ୍ୟା ରେ ଭକ୍ତ ମାନେ ଯୋଗ ଦେଇ ପ୍ରଭୂ କୃପା ଲାଭ କରିବା ସହ ଆନନ୍ଦ ବଜାର ରେ  ପ୍ରସାଦ ସେବନ କରିବାକୁ ଅନୁରୋଧ କରିଛନ୍ତି ଆୟୋଜକ କମିଟି ର ସମ୍ପାଦକ ତାପସ ମଣ୍ଡଳ।

Exit mobile version