କନ୍ଧମାଳ-ରାୟଗଡା ଜିଲ୍ଲା ସୀମାନ୍ତ ରେ ପୁଣି ଲାଗିଲା ମାଓବାଦୀ ପୋଷ୍ଟର

ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :-  ପୁଣି ଲାଗିଲା ମାଓବାଦୀ ପୋଷ୍ଟର କନ୍ଧମାଳ – ରାୟଗଡ଼ା ଜିଲ୍ଲା ସୀମାନ୍ତ ବର୍ତ୍ତୀ କୋଟଗଡ ବ୍ଲକ ନିକଟସ୍ଥ ତେଲେଙ୍ଗା ପଦର ଛକରେ କିଛି ଦିନର ନୀରବତା ପରେ ପୁଣି ଜିଲ୍ଲା ସୀମାନ୍ତ ରେ ମାଓବାଦୀ ଙ୍କ ଉପସ୍ଥିତି ଜାହିର କରି ମାଓବାଦୀ ମାନେ ବ୍ୟାନର ମାରିଥିବା ଦେଖିବାକୁ ମିଳିଛି l

ବ୍ୟାନରରେ ଆନ୍ଧ୍ର ଓଡ଼ିଶା ସ୍ପେଶାଲ ଜୋନାଲ କମିଟି ବୋଲି ଉଲ୍ଲେଖ କରାଯାଇଛି । ରାୟଗଡ଼ା ଜିଲ୍ଲା ଅଞ୍ଚଳ ବଂଶଧାରା ଘୁମୁସର ନାଗାବଳୀ (ବାହୁନା) ଅଧୀନରେ ଆସୁଥିବା ବେଳେ ଆନ୍ଧ୍ର ଓଡ଼ିଶା ସ୍ପେଶାଲ ଜୋନାଲ କମିଟି ଉଲ୍ଲେଖ ଥିବାର ବ୍ୟାନର କୁ ନେଇ ପୁଲିସ ଚିନ୍ତାରେ ପଡିଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଯେ ରାୟଗଡ଼ା ଜିଲ୍ଲା ସିମାନ୍ତ ଫୁଲବାଣୀ ଜିଲ୍ଲା ରେ ଏବେ ମାଓବାଦୀ ଦମନ କରିବାରେ ଉଲ୍ଲେଖନୀୟ ସଫଳତା ପାଇଥିବା ବେଳେ କିଛି ମାଓବାଦୀ ରାୟଗଡ଼ା ଜିଲ୍ଲା ର ଚନ୍ଦ୍ରପୁର, ମୁନିଗୁଡ଼ା ଅଞ୍ଚଳ ରେ ନିଜର ସୁରକ୍ଷା ପାଇଁ ଘୁରି ବୁଲୁଥିବା ଜଣାପଡିଛି । ଏହି ବ୍ୟାନର ରେ ଖଣି ଖାଦାନ କୁ ବିରୋଧ କରି ବିଭିନ୍ନ ବିଷୟ ଉଲ୍ଲେଖ ଥିବା ଜଣାପଡିଛି ।

Exit mobile version