Home ଓଡ଼ିଶା ନୁଆଗଡଗ ରିଷିଶୃଙ୍ଗ ମହୋତ୍ସବରେ ଛାତ୍ରଛାତ୍ରୀଙ୍କ ନୃତ୍ୟ ଗୀତରେ ଦୁଲୁକିଲା ମଞ୍ଚ , ଉଦଯାପିତ ଦିବସରେ ଗଣପ୍ରତିନୀଧିଙ୍କୁ ବ୍ଲକ ପ୍ରଶାସନ କଲେ ସମ୍ମାନିତ କଲେ by Proprietor Abhimanyu Maharana 8 months ago Share on FacebookShare on TwitterWhatsapp ଆର, ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଗଜପତି ଜିଲ୍ଲା ନୁଆଗଡ ସଦକୁମା ମିନି ଷ୍ଟାଡିୟମରେ ବ୍ଳକସ୍ତରୀୟ ଗଜପତି ଉତ୍ସବ ତଥା ରିଷିଶୃଙ୍ଗ ମହୋତ୍ସବ ଶୁକ୍ରବାର ଉଯାପିତ ଯାଇଛି । ପ୍ରଥମ ଦିନରେ ରିଷିଶୃଙ୍ଗ ମହୋତ୍ସବ ନିମନ୍ତେ ମହେନ୍ଦ୍ରଗିରି କୁନ୍ତୀ ମନ୍ଦିରରୁ ଆସିଥିବା ମଶାଲକୁ ଧରି ବ୍ଳକ କାର୍ଯ୍ୟାଳୟରୁ ବାହାରି ଶୋଭାଯାତ୍ରାରେ ଉତ୍ସବ ମିନି ଷ୍ଟାଡିୟମକୁ ଅଣାଯାଇଥିଲା । ଗୁରୁବାର ଦିନ ମୁଖ୍ୟ ଅତିଥି ମୋହନା ବିଧାୟକ ଦାଶରଥି ଗମାଙ୍ଗ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି ମହୋତ୍ସବକୁ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଜିଲ୍ଲା ପରିଷଦ ପୃଥିବୀରାଜ ମଣ୍ଡଳ, ବ୍ଳକ ଅଧ୍ୟକ୍ଷା ମାଳତୀ ପ୍ରଧାନ, ଉପାଧ୍ୟକ୍ଷ ନିହିମୀୟ ରଇତ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲୋକନାଥ ଶବର, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧର୍ମେନ୍ଦ୍ର କୁମାର ଦାସ, ତହସିଲିଦାର ମୋନାଲିସା ଆଚାର୍ଯ୍ୟ, ଅତିରିକ୍ତ ଗୋଷ୍ଠୀ ଅଧିକାରୀ ଲିଙ୍ଗରାଜ କାର୍ଜି ଓ ସାସଂଦ ପ୍ରତିନୀଧି ସୁବାସ ପାଇକ ଯୋଗଦେଇଥିଲେ ଲୋକକଳାର ପ୍ରତିଭାକୁ ଲୋକଲୋଚନ ଏହି କାର୍ଯ୍ୟକ୍ରମର ମୁଳ ଲକ୍ଷ୍ୟ ବୋଲି ଯୋଗ ଦେଇଥିବା ଅତିଥିମାନେ କହିଥିଲେ । ପ୍ରଥମ ରଜନୀରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଗୀତ ନାଚ କରି ଉତ୍ସବକୁ ସରସ ସୁନ୍ଦର କରିବା ସହ ଦର୍ଶକଙ୍କୁ ଝୁମାଇଥିଲେ । କୃତି କୁନିକୁନି ଛାତ୍ରଛାତ୍ରୀ ପ୍ରତିଭା ଏବଂ ସରପଞ୍ଚ ଓ ସମିତିସଭ୍ୟ/ସଭ୍ୟାଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା । ସେହିପରି ଉଯାପନ ଉତ୍ସବରେ ଦୁତିୟ ରଜନୀରେ ଅଞ୍ଚଳର ଯୁବ କଳାକାର ନୃତ୍ୟ, ଗୀତ ପ୍ରଦର୍ଶନ କରିବାସହ ପଶ୍ଚିମ ଓଡିଶାର ମା’ ଆଦିଶକ୍ତି ଅର୍କେଷ୍ଟ୍ରାର ଗାୟକ ଅଙ୍କିତ ରାଜ, ବିବେକ ତାଣ୍ଡି ଓ ଗାୟିକା ସୌଭାଗ୍ୟ ଲକ୍ଷ୍ମୀ ଦାସଙ୍କ ଗୀତ ଉତ୍ସବକୁ ବେଶ ଆକର୍ଷଣୀୟ କରିଥିଲେ । ଏଥିସହ ବ୍ଳକର ବିଭିନ୍ନ ଗଣମାଧ୍ୟମ ପ୍ରତିନୀଧିଙ୍କୁ ସମ୍ମାନିତ କରିବା ସହ ସରକାରୀ ବିଭିନ୍ନ ବିଭାଗ, ଅନୁଷ୍ଠାନ, ସ୍ବେଛୋସେବୀ ସଂଗଠନ, କିଛି ସମାଜସେବୀଙ୍କୁ ଗୋଷ୍ଠୀ ଅଧିକାରୀ ଲୋକନାଥ ଶବର, ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ପ୍ରଧାନ ତହସିଲିଦାର ମୋନାଲିସା ଆଚାର୍ଯ୍ୟ ସମସ୍ତଙ୍କୁ ସମ୍ମାନିତ କରିଥିଲେ । ସମେତ ବ୍ଳକର ସମସ୍ତ କର୍ମଚାରୀ , ଜନପ୍ରତିନିଧି ଓ ହଜାର ହଜାର ସଂଖ୍ୟକ ଦର୍ଶକ ଉପସ୍ଥିତ ଥିଲେ । ଏହି ଦୁଇ ଦିନର ଉତ୍ସବର ମଞ୍ଚକୁ ଭାରପ୍ରାପ ବ୍ଳକ ସମ୍ପ୍ରସାରଣ ଅଧିକାରୀ ନୃସିଂହ ଚରଣ ମିଶ୍ର ପରିଚାଳନା କରିଥିବା ବେଳେ ତାଙ୍କୁ ସହଯୋଗ କରୁଥିଲେ କର୍ମଚାରୀମାନେ । ଏହି ଉତ୍ସବରେ ଏଙ୍କେରିଙ୍ଗି କରିଥିଲେ ଲିଅବ ସେବା ଆଶ୍ରମ ବିଦ୍ୟାଳୟର ଶିକ୍ଷକ ପ୍ରଭାତ କୁମାର ବାଡିତିଆ ବହୁତ ସୁନ୍ଦର ଏବଂ ଦର୍ଶକ ମନ ନେଇଥିଲେ । Categories: ଓଡ଼ିଶା, ଗଜପତି, ହୋମ୍ Related Content ଓଡ଼ିଶା କ୍ରାଫ୍ଟ ଓଡିସି ଓଡ଼ିଶାର ଜୀବନ୍ତ ଚାନ୍ଦୁଆ ପରମ୍ପରା ସମ୍ପର୍କିତ ବିସ୍ତୃତ ତଥ୍ୟ ଥିବା ଦ୍ୱିଭାଷୀ ପୁସ୍ତକ ଚାନ୍ଦୁଆ : କାନୋପିଜ୍ ଅଫ୍ ଲେବର ପ୍ରଚଳନ କଲା by Proprietor Abhimanyu Maharana September 20, 2026 Odisha Craft Odyssey Launches Chandua : Canopies of Labour, a Bilingual Book Documenting Odisha’s Living Appliqué Traditions by Proprietor Abhimanyu Maharana September 20, 2026 ପରମ୍ପରା କଳା ବିକାଶ କେନ୍ଦ୍ର, ସେମଲା ତରଫରୁ ନୁଆଁଖାଇ ଭେଟ ସମାପନ by Proprietor Abhimanyu Maharana September 20, 2026 ନିଜ ଦୋଷ ଲୁଚାଇବା ପାଇଁ ଶିକ୍ଷକ ବନମାଳୀ ପ୍ରଧାନ ଙ୍କ ପ୍ରଚେଷ୍ଠା ଆରମ୍ଭ by Proprietor Abhimanyu Maharana September 20, 2026 ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା by Proprietor Abhimanyu Maharana September 20, 2026 ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମୀକ୍ଷା ବୈଠକ by Proprietor Abhimanyu Maharana September 20, 2026