ଓଡ଼ିଶୀଗୁରୁ କେଳୁଚରଣଙ୍କ ଜନ୍ମଶତବାର୍ଷିକୀ ଓଡ଼ିଶା ଓ ଲଣ୍ଡନରେ ପାଳନ ହେବ

ଭୁବନେଶ୍ୱର  (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :-  ଓଡ଼ିଶୀଗୁରୁ ପଦ୍ମବିଭୂଷଣ କେଳୁ ଚରଣ ମହାପାତ୍ରଙ୍କର ଜନ୍ମଶତବାର୍ଷିକୀ ପାଳନ ନିମିତ୍ତ ଲଣ୍ଡନଠାରେ ‘କଳା ଦି ଆର୍ଟସ୍ ଚାରିଟି’ର ସଂସ୍ଥାପକ ନୃତ୍ୟଶିଳ୍ପୀ ସୁସ୍ମିତା ପତି ଉଦ୍ୟମ ଆରମ୍ଭ କରିଛନ୍ତି । ୧୯୯୬ ମସିହାରୁ ଲଣ୍ଡନଠାରେ ଓଡ଼ିଶୀ ନୃତ୍ୟର ପ୍ରଚାର ଓ ପ୍ରସାର ଉଦ୍ୟମ କରି ଆସୁଥିବା ସୁସ୍ମିତା ଓଡ଼ିଶା ଏବଂ ଲଣ୍ଡନରେ କେଳୁ ଚରଣ ମହାପାତ୍ରଙ୍କ ଜନ୍ମଶତବାର୍ଷିକୀ ପାଳନ କରିବା ଲାଗି ସ୍ଥିରୀକୃତ ହୋଇଛି ।

ଗୁରୁବାର ପ୍ରେସ୍ କ୍ଲବ ଅଫ୍ ଓଡ଼ିଶାଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶୀ ନୃତ୍ୟଶିଳ୍ପୀ ଏବଂ ‘କଳା ଦି ଆର୍ଟସ୍ ଚାରିଟି’ର ପ୍ରତିଷ୍ଠାତା ତଥା ସିଇଓ ସୁସ୍ମିତା ପତି କହିଛନ୍ତି ଯେ, ଏହି ଶତବାର୍ଷିକୀ ପାଳନ ଉତ୍ସବ ରାଜ୍ୟ ସଂଗ୍ରହାଳୟ ସହଯୋଗରେ ଅନୁଷ୍ଠିତ ହେବ । ଇଂଲଣ୍ଡର ବିଭିନ୍ନ ସ୍ଥାନରେ ସୁସ୍ମିତାଙ୍କର ଥିବା ଅନେକ ଓଡ଼ିଶୀ ଛାତ୍ର ଓଡ଼ିଶା ଆସି ନୃତ୍ୟ ପରିବେଷଣ କରିବେ ।

ଦେଶ ବିଦେଶରେ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାରର ଲକ୍ଷ୍ୟ ନେଇ ଏ ପ୍ରକାର ଉଦ୍ୟମ ଆରମ୍ଭ କରିଛନ୍ତି । ଶ୍ରୀଜଗନ୍ନାଥ ସଂସ୍କୃତି ସହିତ ଗୀତଗୋବିନ୍ଦ ଏବଂ ଓଡ଼ିଶୀ ନୃତ୍ୟର ଘନିଷ୍ଠ ସମ୍ପର୍କ ରହିଛି । ଦ୍ୱାଦଶ ଶତାବ୍ଦୀରୁ ଶ୍ରୀମନ୍ଦିରରେ ଗୀତଗୋବିନ୍ଦ ଆଧାରରେ ଓଡ଼ିଶୀ ନୃତ୍ୟର ପରମ୍ପରା ଚଳି ଆସିଛି । ଦେଶର ୭ଟି ଶାସ୍ତ୍ରୀୟ ନୃତ୍ୟ ମଧ୍ୟରୁ ଓଡ଼ିଶୀ ଅନ୍ୟତମ ହୋଇଥିବା ସ୍ଥଳେ ବିଦେଶରେ ଏହାର ଲୋକପ୍ରିୟତା ବଢୁଥିବା ସୁସ୍ମିତା କହିଛନ୍ତି ।

ଏହି ଜନ୍ମ ଶତବାର୍ଷିକୀ ଉତ୍ସବ ବର୍ଷବ୍ୟାପୀ ପାଳନ ଭାରତ ଏବଂ ଇଂଲଣ୍ଡରେ ପାଳନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ଓଡ଼ିଶାରେ ବିଭିନ୍ନ ସମୟରେ ବିଭିନ୍ନ ନୃତ୍ୟଶିଳ୍ପୀ ଓଡ଼ିଶୀ ନୃତ୍ୟ ଶିକ୍ଷାଲାଭ କରି ଦେଶବିଦେଶରେ ଏହାର ପ୍ରଚାର ଓ ପ୍ରସାର ହେବା ସହ ଓଡ଼ିଶା ପାଇଁ ଖ୍ୟାତି ଆଣିଛନ୍ତି । ସେହିଭଳି ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ ହେଉଛନ୍ତି ସୁସ୍ମିତା ପତି । ସୁସ୍ମିତାଙ୍କ ପିତା କଥକ ଏବଂ ଛଉର ଜଣେ ପ୍ରଚାରକ ତଥା ଶୈଳୀ ଭାବଭଙ୍ଗୀର ନିର୍ଦ୍ଦେଶକ ଅଟନ୍ତି । ତାଙ୍କର ମାତା ଜଣେ ବେହେଲା ବାଦକ ।

ତେଣୁ ସେ ପିଲାଟି ଦିନରୁ ନିଜ ପସନ୍ଦ ମୁତାବକ ଓଡ଼ିଶୀ ନୃତ୍ୟରେ ଆଗ୍ରହ ପ୍ରକାଶ କରିଥିଲେ । ରାଉରକେଲାଠାରେ ଥିବାବେଳେ ଗୁରୁ ଧ୍ରୁବ ବିଶ୍ୱାଳଙ୍କ ଠାରୁ ପ୍ରଥମ ଶିଷ୍ୟ ଭାବରେ ଓଡ଼ିଶୀ ନୃତ୍ୟ ଶିକ୍ଷାଲାଭ କରିଥିଲେ । ପ୍ରଥମ ଗୁରୁ ଧ୍ରୁବ ବିଶ୍ୱାଳଙ୍କ ସହିତ ବିଭିନ୍ନ ରାଜ୍ୟରେ ତଥା ଜାତୀୟସ୍ତରରେ ନୃତ୍ୟ ପରିବେଷଣ କରି ଅନେକ ସ୍ଥାନରେ ସମ୍ମାନିତ ହୋଇଛନ୍ତି । ସେଥିମଧ୍ୟରେ ଶୃଙ୍ଗାର ମଣି ସମ୍ମାନ ଅନ୍ୟତମ । ପରେ ପ୍ରସିଦ୍ଧ ଓଡ଼ିଶୀଗୁରୁ ପଦ୍ମଭୂଷଣ କେଳୁ ଚରଣ ମହାପାତ୍ରଙ୍କ ଠାରୁ ଶିକ୍ଷା ଗ୍ରହଣ କଲେ ।

୧୯୮୩ ମସିହାରୁ ୧୯୯୪ ମସିହା ପର୍ଯ୍ୟନ୍ତ ୟୁରୋପ ସମେତ ପ୍ରାଚ୍ୟ ରାଷ୍ଟ୍ର ଭ୍ରମଣ କରି ସେଠାରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଛନ୍ତି । ୧୯୯୬ରେ ସେ ଇଂଲଣ୍ଡକୁ ଆସି ପୁଷ୍କଲ ଘୋଷାଲଙ୍କ ସହ ସାକ୍ଷାତ୍ କରିଥିଲେ । ସେତେବେଳେ ପ୍ରିୟା ପାୱାର ଏବଂ ସଞ୍ଜୀବନୀ ଦତ୍ତ ଲଣ୍ଡନରେ ଓଡ଼ିଶୀ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ । ୧୯୯୬ ମସିହାରେ ସେ ପ୍ରଥମଥର ପାଇଁ ଲଣ୍ଡନର ସାଉଥ୍ ହିଲ୍ ଆର୍ଟସ ଠାରେ ଓଡ଼ିଶୀ ନୃତ୍ୟ ଓ କଥକ ନୃତ୍ୟ ପରିବେଷଣ କରିଥିଲେ ।

୧୯୯୭ ମସିହାରେ ସେ ସାଉଥ ହିଲ୍ ଆର୍ଟସରେ କଥକ ନୃତ୍ୟ ଶିକ୍ଷାଦାନ ପାଇଁ ଆବେଦନ କରିଥିଲେ । ସେ ଶିକ୍ଷା ଦେବା ଆରମ୍ଭ କଲେ । ସେତେବେଳେ ଅଳ୍ପ ସଂଖ୍ୟକ ଛାତ୍ର ସେଠାରେ ଥିଲେ । ସେଠାରେ ଦର୍ଶକମାନେ କଥକ ବା ଭାରତ ନାଟ୍ୟମ ସମ୍ପର୍କରେ ଜାଣିଥିଲେ । କିନ୍ତୁ ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟ ସମ୍ପର୍କରେ କିମ୍ବା ଗୁରୁ କେଳୁଚରଣ ମହାପାତ୍ରଙ୍କ ଘରନା ସମ୍ପର୍କରେ ସେଠାର ଲୋକମାନେ ଜାଣିନଥିଲେ । ଗୁରୁ କେଳୁଚରଣ ମହାପାତ୍ର ୧୯୮୭ ମସିହାରେ ଲଣ୍ଡନରେ କେତୋଟି ଓଡ଼ିଶୀ କର୍ମଶାଳାର ଆୟୋଜନ କଲେ । ଏହା ଫଳରେ କିଛିଟା ସଚେତନତା ସୃଷ୍ଟି ହେଲା ।

ପରେ ବିଖ୍ୟାତ ପଣ୍ଡିତ ରଘୁନାଥ ପାଣିଗ୍ରାହୀ ଗୁରୁ ଗଙ୍ଗାଧର ପ୍ରଧାନ, ସଂଯୁକ୍ତା ପାଣିଗ୍ରାହୀ ପ୍ରମୁଖ ରୟାଲ ଫେଷ୍ଟିଭାଲରେ ନୃତ୍ୟ ପରିବେଷଣ କରିଥିଲେ । ଏହାପରେ ଲଣ୍ଡନରୁ ସୁସ୍ମିତା ପତିଙ୍କ ଓଡ଼ିଶୀ ନୃତ୍ୟର ଜୟଯାତ୍ରା ଆରମ୍ଭ ହୋଇଥିଲା । ତାଙ୍କ ଦ୍ୱାରା ୧୯୯୮ ମସିହାରେ “କଳାଦି ଆର୍ଟସ୍‌” ନାମକ ଏକ ସଂଗଠନ ଗଢିଲେ । ଏହାରି ମାଧ୍ୟମରେ ସେ ସଫଳ ଭାବରେ ଓଡ଼ିଶୀ ନୃତ୍ୟକୁ ଇଂଲଣ୍ଡର ବିଭିନ୍ନ ସ୍ଥାନରେ ପରିଚିତ କରାଇଲେ । ୧୯୯୦ ମସିହାରୁ ସୁସ୍ମିତା ଫେୟାର ଫିଲ୍‌ଡ୍‌ସ ଆର୍ଟ ସେଣ୍ଟରରେ ନିୟମିତ ଭାବେ ଓଡ଼ିଶୀ ନୃତ୍ୟ ଆରମ୍ଭ କରିଥିଲେ । ବିଦେଶରେ କଳାଦି ଆର୍ଟସ୍ ମାଧ୍ୟମରେ ଅନେକ କର୍ମଶାଳା ଆୟୋଜନ କରି ଓଡ଼ିଶୀ ଛାତ୍ର ଏବଂ ଓଡ଼ିଶୀପ୍ରେମୀ ମାନଙ୍କ ସଂଖ୍ୟା ବଢାଇଥିଲେ ।

କଳାଦି ଆର୍ଟସ୍ ଏକ ପ୍ରକଳ୍ପ ଭାବେ ପରିଚୟ ଲାଭ କରିଛି । ଏଥିରେ ୧୭ଟି ପ୍ୟାନେଲରେ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ ହେଉଛି । ଗୋଟିଏ ଡକ୍ୟୁମେଣ୍ଟାରୀ ଭବନର ଋଙ୍ଘରମଙ୍କଗ୍ଧସଙ୍ଖର ଊସକ୍ସରମଗ୍ଧକ୍ଟକ୍ସଙ୍କ ଦ୍ୱାରା ନିର୍ମାଣ କରାଯାଇଛି । ୨୦୦୭ ମସିହାରେ ଏହି ମାର୍କେଟ ଥିଏଟର ହଲ୍‌ର ଏକ ଅଂଶ ଭାବେ ଯୋଡ଼ି ହୋଇଗଲେ । ଏହା ପରେ ଅନ୍‌ଭିଲ୍ ଟ୍ରଷ୍ଟ ନାମରେ ଏକ ସଂସ୍ଥା କାର୍ଯ୍ୟ କରୁଥିଲା ।

ଏହି ସଂସ୍ଥା ଓଡ଼ିଶୀ ନୃତ୍ୟରେ ଆଗ୍ରହ ପ୍ରକାଶ କରିବାରୁ ଅସ୍ତରଣ ନାମରେ ଏକ ନୃତ୍ୟ ପ୍ରଦର୍ଶନ କାର୍ଯ୍ୟକ୍ରମ ସୁସ୍ମିତା କରିଥିଲେ । ଓଡ଼ିଶୀ ନୃତ୍ୟରେ ମୁଖ୍ୟତଃ ମର୍ଦ୍ଦଳ, ବଂଶୀ, ସୀତାର, ବେହେଲା ଏବଂ କଣ୍ଠଶିଳ୍ପୀଙ୍କୁ ନେଇ ନୃତ୍ୟ ପ୍ରଦର୍ଶନ କରାଯାଇଥାଏ । ଗୁରୁ ଶିଷ୍ୟ ପରମ୍ପରାରେ ଏହି ନୃତ୍ୟ ବର୍ତ୍ତମାନ ସମଗ୍ର ବିଶ୍ୱରେ ଆଦୃତି ଲାଭ କରିଛି ଏବଂ ନୂତନ ଶିଷ୍ୟ ସୃଷ୍ଟି ହେଉଛନ୍ତି । ଏହାର ବେଶ ଏବଂ ଶୃଙ୍ଗାରର ସ୍ୱାତନ୍ତ୍ର‌୍ୟ ରହିଛି ବୋଲି ସୁସ୍ମିତା କହିଛନ୍ତି ।

Exit mobile version