Home ଓଡ଼ିଶା ପାରଳାଖେମୁଣ୍ଡି ଗଜପତି ଷ୍ଟାଡିୟମ ଠାରେ ଚତୁର୍ଥ ଦିନରେ ଗଜପତି ଉତ୍ସବ ମହାଆଡ଼ମ୍ବରରେ ପାଳିତ by Proprietor Abhimanyu Maharana 8 months ago Share on FacebookShare on TwitterWhatsapp ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଗଜପତି ଉତ୍ସବ ,ପଲ୍ଲିଶ୍ରୀ ମେଳା, ଆତ୍ମନିର୍ଭର ଭାରତ ଓ ସ୍ଵଦେଶୀ ମେଳା ଚତୁର୍ଥ ଦିନରେ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି । ଏହି ଅବସରରେ ମଙ୍ଗଳବାର ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି ଶ୍ରୀଯୁକ୍ତ ପୃଥ୍ବୀରାଜ ମଣ୍ଡଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ବିଧାୟକ ମୋହନା ଶ୍ରୀଯୁକ୍ତ ଦାଶରଥି ଗମାଙ୍ଗ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ବନଖଣ୍ଡ ଅଧିକାରୀ ପାରଳାଖେମୁଣ୍ଡି ଶ୍ରୀଯୁକ୍ତ କେ.ନାଗା ରାଜୁ , ନିର୍ଦ୍ଧେଶକ,ପ୍ରତ୍ୟୁଷ ଶ୍ରୀଯୁକ୍ତ ପ୍ରଭାତ ପ୍ରଧାନ,ଜିଲ୍ଲାପରିଷଦ ସଭ୍ୟ, ମୋହନା ଶ୍ରୀଯୁକ୍ତ ସୁନୀଲ କୁମାର ବିଷୋୟୀ,ଜିଲ୍ଲାପରିଷଦ ସଭ୍ୟା,ରାୟଗଡ଼ ଶ୍ରୀମତୀ ଗୌତମୀ ଜାନି,ଜିଲ୍ଲାପରିଷଦ ସଭ୍ୟ,ରାୟଗଡ଼ ଶ୍ରୀ ପିତାମ୍ବର ନାୟକ,ଜିଲ୍ଲାପରିଷଦ ସଭ୍ୟ ଆର.ଉଦୟଗିରି ଦଣ୍ଡପାଣି ବଡ଼ମୁଣ୍ଡି,ପ୍ରମୁଖ ପ୍ରମୁଖ ମଞ୍ଚାସିନ ଥିଲେ । ଏହି ଅବସରରେ ସମସ୍ତ ଅତିଥି ଗଣ ଗଜପତି ଜିଲ୍ଲାର ଲୋକକଳା, ସଂସ୍କୃତି, ଜନଜାତି,ନୃତ୍ୟ ସଙ୍ଗୀତ, ପରମ୍ପରା ଓ ପର୍ଯ୍ୟଟନ ସ୍ଥଳୀର ବିକାଶରେ ଜିଲ୍ଲା ଅଗ୍ରସର ହେଉଛି ବୋଲି କହିଥିଲେ । ପରେ ପରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦଙ୍କ ଦ୍ଵାରା ଉତ୍ତରୀୟ ଓ ସ୍ମାରକ ପ୍ରଦାନ କରାଯାଇଥିଲା । ଜିଲ୍ଲାର ୪ଜଣ ବ୍ୟକ୍ତି ବିଶେଷଙ୍କୁ ଜିଲ୍ଲା ପ୍ରଶାସନ ଗଜପତି ତତଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କୁ ମଧ୍ୟ ମୁଖ୍ୟ ଅତିଥିଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଚତୁର୍ଥ ସନ୍ଧ୍ୟାରେ ଜିଲ୍ଲା, ତଥା ରାଜ୍ୟ ବାହାର ଜିଲ୍ଳାର ସାଂସ୍କୃତିକ ଦୋଳ ନିଜର କଳା ପ୍ରଦର୍ଶନ କରିଥିଲେ । ପରେ ପରେ କଣ୍ଠ ଶିଳ୍ପି ସୁଜ୍ଞାନି ମହାପାତ୍ରଙ୍କ ଦ୍ଵାରା ରଙ୍ଗାରଙ୍ଗ ସଙ୍ଗୀତ ପରିବେଷଣ କରାଯାଇଥିଲା । Categories: ଓଡ଼ିଶା, ଗଜପତି, ହୋମ୍ Related Content ଓଡ଼ିଶା କ୍ରାଫ୍ଟ ଓଡିସି ଓଡ଼ିଶାର ଜୀବନ୍ତ ଚାନ୍ଦୁଆ ପରମ୍ପରା ସମ୍ପର୍କିତ ବିସ୍ତୃତ ତଥ୍ୟ ଥିବା ଦ୍ୱିଭାଷୀ ପୁସ୍ତକ ଚାନ୍ଦୁଆ : କାନୋପିଜ୍ ଅଫ୍ ଲେବର ପ୍ରଚଳନ କଲା by Proprietor Abhimanyu Maharana September 20, 2026 Odisha Craft Odyssey Launches Chandua : Canopies of Labour, a Bilingual Book Documenting Odisha’s Living Appliqué Traditions by Proprietor Abhimanyu Maharana September 20, 2026 ପରମ୍ପରା କଳା ବିକାଶ କେନ୍ଦ୍ର, ସେମଲା ତରଫରୁ ନୁଆଁଖାଇ ଭେଟ ସମାପନ by Proprietor Abhimanyu Maharana September 20, 2026 ନିଜ ଦୋଷ ଲୁଚାଇବା ପାଇଁ ଶିକ୍ଷକ ବନମାଳୀ ପ୍ରଧାନ ଙ୍କ ପ୍ରଚେଷ୍ଠା ଆରମ୍ଭ by Proprietor Abhimanyu Maharana September 20, 2026 ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା by Proprietor Abhimanyu Maharana September 20, 2026 ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମୀକ୍ଷା ବୈଠକ by Proprietor Abhimanyu Maharana September 20, 2026