ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଗଜପତି ଜିଲ୍ଲାର ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ ବିଜେଡ଼ି ସଭାପତି ବସନ୍ତ କୁମାର ଦାସ (୭୪) ଙ୍କର ମଙ୍ଗଳବାର ରାତ୍ରରେ ପରଲୋକ ଘଟିଛି । ସେ ଗତକାଲି ମଙ୍ଗଳବାର ଟ୍ରେନ ଯୋଗେ ଭୁବନେଶ୍ବର ଯାଇଥିଲେ ସେଠାରେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସିତ ହେଉଥିବା ବେଳେ ରାତି ପ୍ରାୟ ୮ଟା୩୦ରେ ତାଙ୍କର ମୃତ୍ୟୁ ଘଟିଥିଲା. ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ପତ୍ନୀ ଜ୍ୟୋତିର୍ମୟୀ ଦାସ , ପୁଅ ଦେବୀ ପ୍ରସାଦ ଓ ସାନ ଭାଇ ବିଜୟ କୁମାର ଦାସ ଉପସ୍ଥିତ ଥିଲେ ।
