ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟ ଏନ୍‌ଏସ୍ଏସ୍ ୟୁନିଟ୍ ଦ୍ବାରା ‘ନଶା ମୁକ୍ତ’ ଅଭିଯାନ

ପାରଳାଖେମୁଣ୍ଡି  (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟ ଅଫ୍ ଟେକ୍ନୋଲୋଜି ଏବଂ ମ୍ୟାନେଜମେଣ୍ଟର ଜାତୀୟ ସେବା ଯୋଜନା, (ଏନଏସଏସ) ତରଫରୁ ନିଶାମୁକ୍ତ ଅଭିଯାନ ଦ୍ୱାରା ଲୋକଙ୍କୁ ସଚେତନ କରାଯାଇଥିବା ସୂଚନା ମିଳିଛି l ସମୃଦ୍ଧ ସମାଜ ଗଠନ କରିବାକୁ ହେଲେ ସମାଜରେ ସମ୍ପୂର୍ଣ ଭାବେ ନିଶାକୁ ପରିତ୍ୟାଗ କରିବାକୁ ପଡିବ l

ତେଣୁ ସମାଜକୁ ସମ୍ପୂର୍ଣ ନିଶାମୁକ୍ତ କରିବା ଉଦ୍ଦେଶ୍ୟରେ ଗୋଷଣୀ ବ୍ଲକର ବାର୍ଲଣ୍ଡା ଗ୍ରାମରେ “ନଶା ମୁକ୍ତ ଅଭିଯାନ” ସହ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହିତ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥୁଲା ମଦ୍ୟପାନ, ତମାଖୁ, ମାଦକ ଦ୍ରବ୍ୟ ଓ ଇନହେଲାଣ୍ଟୁସ୍ ଭଳି ନଶାଦ୍ରବ୍ୟର କୁପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହିତ ବିଶେଷକରି ଯୁବପିଢ଼ିଙ୍କୁ ଏକ ସ୍ବାସ୍ଥ୍ୟକର ଓ ନିଶାମୁକ୍ତ ଜୀବନଶୈଳୀ ଅନୁସରଣ କରିବା l

ଏହି କାର୍ଯ୍ୟକ୍ରମ ସେଞ୍ଚୁରିୟାନ ଏନଏସଏସ ଅଧିକାରୀଣୀ ଡା. ରାଜଶ୍ରୀ ଜେନାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା l ଗୁରାଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଦୀପକ କୁମାର ପ୍ରଧାନ, ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରିଣୀ ମମତା ପାଢ଼ୀ, ଡ୍ରଗ ଇନସେପକ୍ଟର ସୁପ୍ରିୟା ବେହେରା ପ୍ରମୁଖ ଅଂଶ ଗ୍ରହଣ କରି ନିଶାମୁକ୍ତ ସମାଜ ଗଠନ ପାଇଁ ଉପସ୍ଥିତ ଜନ ସାଧାରଣଙ୍କୁ ସଚେତନ କରିଥିଲେ l

Exit mobile version