ପଖନମୁଣ୍ଡାରେ ବହ୍ନିକନ୍ୟା ପାର୍ବତୀ ଗିରି ଜୟନ୍ତୀ ପାଳିତ

ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :-  ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଳକ ଅନ୍ତର୍ଗତ ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବହ୍ନିକନ୍ୟା ପାର୍ବତୀ ଗିରି ଜୟନ୍ତୀ ପାଳିତ ହୋଇଥିଲା । ଶିକ୍ଷକ ବିରଞ୍ଚି ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ ପ୍ରାର୍ଥନା ସଭାରେ ଶ୍ରୀ ଦାଶ ସମାଜସେବୀ ପାର୍ବତୀ ଗିରିଙ୍କ ଏକଶତ ବର୍ଷ ପୂର୍ତ୍ତି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ପାର୍ବତୀ ଗିରି କିଭଳି ଭାବରେ ବାର ବର୍ଷ ବୟସରୁ ଜଣେ ଦେଶପ୍ରେମୀ ଭାବରେ ନିଜକୁ ଗଢ଼ି ତୋଳି ନୃସିଂହ ନାଥ ଓ ବଲାଙ୍ଗୀର ପଥରଚେପା ଠାରେ ଅନାଥ ଆଶ୍ରମ ଖୋଲିଥିଲେ ତାରି ଉପରେ ବିଶଦ ଆଲୋଚନା କରିଥିଲେ ।

ତାପରେ ଛାତ୍ରୀମାନେ ଖବରକାଗଜରେ ପାର୍ବତୀ ଗିରିଙ୍କ ଉପରେ ପ୍ରକାଶିତ ପ୍ରବନ୍ଧ ପାଠ କରିଥିଲେ । ଏହି ସଭାରେ ପ୍ରଧାନ ଶିକ୍ଷକ ହରିଶଙ୍କର ସାହୁ,ମନୋଜ ତାଣ୍ଡୀ, ଅଲେଖ ବନଗୋଲା, କମିଟି ସଭାପତି କୈବଲ୍ୟ ମାଝୀ, ଭବାନୀ ମାଝୀ ଉପସ୍ଥିତ ଥିଲେ ।

Exit mobile version