Home ଓଡ଼ିଶା ଦହିଖାଇ ସେବା ସମବାୟ ସମିତି ଲିଃର ଦ୍ୱିତୀୟ ପର୍ଯ୍ୟାୟ ଧାନ ମଣ୍ଡି ଉଦଘାଟିତ by Proprietor Abhimanyu Maharana 7 months ago Share on FacebookShare on TwitterWhatsapp “ଚାଷୀଙ୍କ ମନରେ ଆନନ୍ଦର ଲହରୀ” ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଲୋଧାଚୁଆ ଗ୍ରାମସ୍ଥିତ ଦହିଖାଇ ସେବା ସମବାୟ ସମିତି ଲିଃ ପରିସରରେ ସୋମବାର ଦିନ ଚଳିତ ବର୍ଷର ଖରିଫ ଧାନ ସଂଗ୍ରହ ନିମନ୍ତେ ଦ୍ୱିତୀୟ ପର୍ଯ୍ୟାୟ ଧାନମଣ୍ଡି ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ଦହିଖାଇ ସେବା ସମବାୟ ସମିତି ସଭାପତି ମୀନକେତନ ନାୟକ, ସମ୍ପାଦକ ଭିକାରୀ ଚରଣ ପରିଡା , ମିଲ୍ଲାର ଏଜେଣ୍ଟ ଓ ଦହିଖାଇ ସେବା ସମବାୟ ସମିତିର ସମସ୍ତ କର୍ମକର୍ତ୍ତା ଓ ବହୁ ସଂଖ୍ୟାରେ ଚାଷୀମାନେ ଯୋଗଦେଇଥିଲେ l ଦହିଖାଇ ସେବା ସମବାୟ ସମିତି ଲିଃର ଚାଷୀମାନଙ୍କୁ ଉପଯୁକ୍ତ ଧାନର ପ୍ରାପ୍ୟ ୩୧୦୦ ଟଙ୍କା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେବା ସହିତ “ଆମେ ସମ୍ପୂର୍ଣ୍ଣ ସ୍ବଛତାର ସହ ଧାନ କ୍ରୟ କରିବାକୁ ପ୍ରସ୍ତୁତ ଅଛୁ ଓ ଚାଷୀମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ଟୋକନ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ ବୋଲି ସମ୍ପାଦକ ଭିକାରୀ ଚରଣ ପରିଡା ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ । ଚଳିତ ବର୍ଷ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ସର୍ବନିମ୍ନ ସହାୟକ ମୂଲ୍ୟ ଟ.୨୩୬୯ ଅନୁଯାୟୀ ଚାଷୀମାନେ ସେମାନଙ୍କ ଧାନ ବିକ୍ରିୟ କରିପାରିବେ ଓ ଦହିଖାଇ ସେବା ସମବାୟ ସମିତି ଲିଃ ପକ୍ଷରୁ ଚାଷୀମାନଙ୍କ ପାଇଁ ପାନୀୟ ଜଳ, ବିଶ୍ରାମଗାର ଏବଂ ଧାନ ଓଜନ ପାଇଁ ଆଧୁନିକ ଯନ୍ତ୍ରପାତିର ବ୍ୟବସ୍ଥା କରାଯାଇଛି ବୋଲି ସମବାୟ ସମିତି ଲିଃର ସଭାପତି ମୀନକେତନ ନାୟକ ମତ ପ୍ରକାଶ କରିଥିଲେ l ଏହା ଫଳରେ ସ୍ଥାନୀୟ ଚାଷୀମାନଙ୍କ ମଧ୍ୟରେ ଆନନ୍ଦ ତଥା ଖୁସିର ଲହରୀ ଖେଳିଯାଇଛି l ଦହିଖାଇ ସେବା ସମବାୟ ସମିତି ଅଧୀନରେ ଧାନ ମଣ୍ଡି ପାଇଁ ସରକାରୀ ପଞ୍ଜିକୃତ କରିଥିବା ୫୬୫ ଜଣ ଚାଷୀମାନେଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୧୦ଜଣ ଚlଷମାନେ ସେମାନଙ୍କର ୨୦୨୫-୨୦୨୬ଆର୍ଥିକ ବର୍ଷ ଖରିଫ ଧାନ ବିକ୍ରୟ ନିମନ୍ତେ ୩୪୪. ୫୩କ୍ୱିଣ୍ଟାଲ ଧାନ ମଣ୍ଡିକୁ ଯୋଗାଇଦେଇଥିଲେ ! ରାଜସୁନାଖଳାସ୍ଥିତ ଶୁଭଲଷ୍ମୀ ରାଇସ ମିଲ୍ଲ ଆଣ୍ଡ କମ୍ପାନୀ ଦହିଖାଇ ସେବା ସମବାୟ ସମିତିରୁ ଆଜି ୧୮ଜଣ ଚାଷୀଙ୍କଠାରୁ ୬୨୫. ୫୦ କ୍ୱିଣ୍ଟାଲ ଧାନ କ୍ରୟ କରିଥିଲେ ! ଲୋଧାଚୁଆ ଦହିଖାଇ ସେବା ସମବାୟ ସମିତି ପରିଚାଳନା ସମିତିର ସମସ୍ତ ସଦସ୍ୟ ଓ ଚାଷୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ l Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ୮୦ତମ ସ୍ଵାଧୀନତା ଦିବସ ଚିଲିକା ବ୍ଲକ ଅନ୍ତର୍ଗତ ଅପର୍ତ୍ତୀ ଉଚ୍ଚ ବିଦ୍ୟାଳୟ ନଈରୀରେ ପାଳିତ ହୋଇଯାଇଛି by Proprietor Abhimanyu Maharana August 17, 2026 ବରିଷ୍ଠ ନାଗରିକ ସଂଘ ପକ୍ଷରୁ ସ୍ଵାଧୀନତା ଦିବସ ପାଳିତ by Proprietor Abhimanyu Maharana August 17, 2026 ଜାଗ୍ରୃତିକା ପକ୍ଷରୁ ସ୍ଵାଧୀନତା ଦିବସ ପାଳିତ by Proprietor Abhimanyu Maharana August 17, 2026 ଆଇପିଏସ ଅଧିକାରୀ ଶ୍ରୀ ବିନୟତୋଷ ମିଶ୍ର ନୂତନ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଭାବେ ଦାୟିତ୍ୱ ଗ୍ରହଣ by Proprietor Abhimanyu Maharana August 17, 2026 ଭାପୁର ପ୍ରେସ କ୍ଳବ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳିତ by Proprietor Abhimanyu Maharana August 17, 2026 ରକ୍ତଦାନ ଶିବିର କୁ ଉଦଘାଟନ କଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ by Proprietor Abhimanyu Maharana August 17, 2026