ରାମନାଗୁଡା (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ରାୟଗଡା ଜିଲ୍ଲାର ରାମନାଗୁଡା ଅଞ୍ଚଳରେ ବ୍ରାହ୍ମଣ ସମାଜ ପକ୍ଷରୁ ଏକ ବନ୍ଧୁତ୍ୱପୂର୍ଣ୍ଣ ବୈଠକ ସମ୍ପ୍ରତି ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅଞ୍ଚଳର ବହୁ ବରିଷ୍ଠ ଓ ଯୁବ ସଦସ୍ୟମାନେ ଉପସ୍ଥିତ ରହି ସମାଜର ଏକତା, ସଂଗଠନ ଓ ସାମୂହିକ ବିକାଶ ବିଷୟରେ ଆଲୋଚନା କରିଥିଲେ । ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସମାଜର ଭାଇଚାରାକୁ ଅଧିକ ମଜବୁତ କରିବା, ଯୁବପିଢିଙ୍କୁ ସଂଗଠନ ସହିତ ଯୋଡ଼ିବା ଏବଂ ଭବିଷ୍ୟତରେ ସମାଜ ହିତରେ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରିବା ।
ବୈଠକରେ ସମସ୍ତ ସଦସ୍ୟ ଏକମତ ହୋଇ ସମାଜର ଶିକ୍ଷା, ସଂସ୍କୃତି ଓ ସାମାଜିକ ସେବାକୁ ଆଗେଇ ନେବା ପାଇଁ ଏକତାର ସହିତ କାମ କରିବାର ସଙ୍କଳ୍ପ ନେଇଥିଲେ । ଶେଷରେ ଏହି ପ୍ରକାର ମିଳନମେଳା ଓ ବୈଠକ ନିୟମିତ ଭାବେ କରିବା ପାଇଁ ସିଦ୍ଧାନ୍ତ ଗ୍ରହଣ କରାଯାଇଥିଲା ।
