Home ଓଡ଼ିଶା ପିକେଡିଏ ଅଫିସ ଘେରିଲେ ଓକିଲ ସଂଘ by Proprietor Abhimanyu Maharana 3 months ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ପୁରୀ କୋର୍ଟ ବାଲୁଖଣ୍ଡ ଅଭୟାରଣ୍ୟ ମଧୁରଜଳ ଅଞ୍ଚଳକୁ ସ୍ଥାନାନ୍ତର ପ୍ରତିବାଦରେ ପୁରୀ ଓକିଲ ସଂଘ ର ସତ୍ୟାଗ୍ରହ ୩୨୫ ଦିନରେ ପହଞ୍ଚିଛି । ସରକାର କିମ୍ବା ଵିଚାର ବିଭାଗ କୌଣସି ଆଲୋଚନା କରୁନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କ ଠାରୁ ଜିଲ୍ଲାପାଳ ପର୍ଯ୍ୟନ୍ତ ସମସ୍ତ ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଓଡ଼ିଶା ହାଇକୋର୍ଟର ମାନ୍ଯବର ମୁଖ୍ୟବିଚାର ପତିଙ୍କୁ ଏ ସମ୍ପର୍କରେ ସ୍ମାରକ ପତ୍ର ଦିଆଯାଇଛି । ଗଞ୍ଜାମ,ଭୁବନେଶ୍ୱର ,ହାଇକୋର୍ଟ ସେହି ସ୍ଥାନରେ କମ୍ପ୍ଲେକ୍ସ ନିର୍ମାଣ କରାଯାଇଛି । ସେହିପରି ପୁରୀ କୋର୍ଟ କମ୍ପ୍ଲେକ୍ସ ମଧ୍ଯ ଡିଆରଡିଏ, ତହସିଲ ଓ ଉପଜିଲ୍ଲାପାଳଙ୍କ ଅଫିସ ମିଶାଇଦେଲେ ହୋଇପାରିବ । ବାଲୁଖଣ୍ଡ ଅଭୟାରଣ୍ୟ ମଧୁର ଜଳ ଅଞ୍ଚଳରେ ପିକେଡିଏ ଓ ପୁରୀ ମ୍ୟୁନିସିପାଲଟି ପ୍ଲାନ ଅନୁମୋଦନ ନଥାଇ କିପରି ନିର୍ମାଣ କାର୍ଯ୍ଯ କରାଯାଉଛି ତାକୁ ନେଇ ଓକିଲ ସଂଘ ମଙ୍ଗଳବାର ମଧ୍ଯାହ୍ନରେ ପିକେଡିଏ ଅଫିସ ଘେରାଉ କରିଥିଲା । ଗତ ୯ ତାରିଖ ଦିନ ଜିଲ୍ଲାପାଳ, ପିକେଡିଏ, ଡିଏଫଓ ଓ ପୁରୀ ମ୍ୟୁନିସିପାଲଟିକୁ ପୁରୀ ଓକିଲ ସଂଘ ଚିଠି ଲେଖିଥିଲା । କୌଣସି ପଦକ୍ଷେପ ନନେବାରୁ ଓକିଲ ସଂଘ ଆଜି ପିକେଡିଏ ଅଫିସ ଘେରାଉ କରିଥିଲା ।ଏଥିରେ ସଭାପତି ପ୍ରେମାନନ୍ଦ ମହାନ୍ତି, ସାଧାରଣ ସମ୍ପାଦକ ଶରତ କୁମାର ରାୟଗୁରୁ, ଉପସଭାପତି ବିଭୁଦତ୍ତ ପଟ୍ଟନାୟକ, ସୋମନାଥ ଦାସ, କର୍ଣ୍ଣବୀର ମହାପାତ୍ର,ଭାଗବତ ପ୍ରସାଦ ପଟ୍ଟନାୟକ,,ସାରଦା ସାମଲ, ପୁଲିନ ବିହାରୀ ଆଚାର୍ଯ୍ୟ , ଶୁଭେନ୍ଦୁ ଦାଶ, ସମିର ଘୋଷ, ଜ୍ୟୋତି ପ୍ରକାଶ ମହାନ୍ତି, ତାପସ ବଳିଆରସିଂ, ବୈଦ୍ୟନାଥ ପାଣି, ସୁକାନ୍ତ ପ୍ରଧାନ,ବିଶ୍ଵ କେଶନ୍ ହରିଚନ୍ଦନ ମହାପାତ୍ର। ରମେଶ ଚନ୍ଦ୍ର ପ୍ରଧାନ, ଜୟ ନାରାୟଣ ପଟ୍ଟନାୟକ, ପ୍ରଦୀପ ରଥ , ପ୍ରଭାସିନୀ ପଳେଇ , ଅରୁନ୍ଧତୀ ବେହେରା ଙ୍କ ସମେତ ଶତାଧିକ ଓକିଲ ଘେରାଉରେ ସାମିଲ ହୋଇଥିଲେ । ପିକେଡିଏ ଟାଉନ ପ୍ଲାନର ଙ୍କୁ ତିନି ଦିନ ସମୟ ଦେଇଛି ଓକିଲ ସଂଘ । ନହେଲେ ଆସନ୍ତା ଦିନରେ ଜିଲ୍ଲାର ସମସ୍ତ ଅଫିସ କଚେରୀ ବନ୍ଦ କରିବାକୁ ସଙ୍ଗ ବାଧ୍ୟ ହେବ। ଲୋକେ ସମ୍ବିଧାନ ର ଆର୍ଟିକିଲ ୫୧କ ଧାରା ମତେ ମଧୁର ଜଳ ଅଞ୍ଚଳ କୁ ସୁରକ୍ଷା ପାଇଁ ସ୍ୱର ଉଠାଇବାକୁ ସଂଘ ଅନୁରୋଧ କରିଛନ୍ତି । Categories: ଓଡ଼ିଶା, ପୁରୀ, ହୋମ୍ Related Content ମଧୁବାବୁ ଥିଲେ ଓଡ଼ିଆ ଅସ୍ମିତା, ନାରୀ ସଶକ୍ତିକରଣ ଓ ଶିଳ୍ପ ବିପ୍ଳବର ପୁରୋଧା : ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ by Proprietor Abhimanyu Maharana April 29, 2026 ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା by Proprietor Abhimanyu Maharana April 29, 2026 ଓକିଲ ସଂଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ by Proprietor Abhimanyu Maharana April 29, 2026 ମୋବାଇଲ ନେଟୱର୍କ ବିପର୍ଯ୍ୟସ୍ତ : ଇଣ୍ଟରନେଟ ସେବା ବ୍ଯାହତ ଯୋଗୁଁ ବାଲିଗୁଡା ବାସୀ ହନ୍ତସନ୍ତ by Proprietor Abhimanyu Maharana April 29, 2026 ମଧୁବାବୁଙ୍କ ଜୟନ୍ତୀରେ ପୁରୀ ଓକିଲ ସଂଘ ପକ୍ଷରୁ ରକ୍ତଦାନ ଶିବିର by Proprietor Abhimanyu Maharana April 29, 2026 ଷ୍ଟେସନ ଓ ଜିଲ୍ଲା ସ୍ଲୁଲ ଛକ ରାସ୍ତା ହେଉନାହିଁ ଓସାର ମହାନଗର ନିଗମ ଅଧିକାରୀ ନିରବଦ୍ରଷ୍ଟା by Proprietor Abhimanyu Maharana April 28, 2026