ଭୁବନେଶ୍ୱର (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର ତା -୧.୧.୨୦୨୦ :- ‘ମୋ ସରକାର’ କାର୍ଯ୍ୟକ୍ରମରେ ଜନସାଧାରଣ ତଥା ହିତାଧିକାରୀମାନଙ୍କଠାରୁ ମିଳୁଥିବା ମତାମତ ଅନୁଯାୟୀ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ଅଧିକ ସକ୍ରିୟ ଓ ଲୋକାଭିମୁଖୀ କରାଯିବ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀମାନେ ସାଧରଣ ବଣ୍ଟନ ବ୍ୟବସ୍ଥାରେ ସାମଗ୍ରୀଗୁଡ଼ିକ ଯେପରି ନିୟମିତ ପାଇ ପାରିବେ ତାହାକୁ ନିଶ୍ଚିତ କରିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ବ୍ୟାପକ ପରିବର୍ତ୍ତନ ପାଇଁ ୫ ‘ଟି’ କାର୍ଯ୍ୟକ୍ରମ ଅଧିନରେ ‘ମୋ ସରକାର’ ଏକ ଗୁରୁତ୍ୱ ପୂର୍ଣ୍ଣ ଉଦ୍ୟମ । ‘ମୋ ସରକାର’ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ଦ୍ୱାରା ଡିସେମ୍ବର ମାସ ସୁଦ୍ଧା ୫୨୬ ଜଣ ହିତାଧିକାରୀଙ୍କ ସହ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲା । ସେମାନଙ୍କୁ ଫୋନ୍ଯୋଗେ ରାସନ୍ କାର୍ଡ ପାଇଛନ୍ତି କି, ପ୍ରତ୍ୟେକ ମାସରେ ରାସନ୍ ସାମଗ୍ରୀ ପାଉଛନ୍ତି କି, ଡିଲର ସେମାନଙ୍କଠାରୁ ରାସନ୍ ପାଇଁ ଅଧିକ ଅର୍ଥ ନେଉଛନ୍ତି କି ଏବଂ ସେମାନଙ୍କ ପ୍ରତି ଡିଲରଙ୍କ ବ୍ୟବହାର କି ପରି ଅଛି ଆଦି ବିଷୟରେ ପ୍ରଶ୍ନ କରାଯାଇଥିଲା । ଫୋନ ଯୋଗେ ହିତାଧିକାରୀମାନେ ଦେଇଥିବା ଉତ୍ତରଗୁଡ଼ିକ ସନ୍ତୋଷଜନକ ଥିଲା ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଜନସାଧାରଣଙ୍କ ସେବା ପାଇଁ ଉଦ୍ଦିଷ୍ଟ ଏବଂ ଲୋକମାନେ ଏହାର ପ୍ରକୃତ ମାଲିକ । ତେଣୁ କାର୍ଯ୍ୟାଳୟକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରାଯାବା ସହ ବୃତ୍ତିଗତ ଏବଂ ସେବା ମନୋଭାବ ନେଇ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ଅଧିକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।
‘ମୋ ସରକାର’ରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ଦ୍ୱାରା ୫୨୬ ଜଣଙ୍କ ସହ ଫୋନ ଯୋଗେ ମତାମତ ସଂଗ୍ରହ

- Categories: Uncategorized, ଓଡ଼ିଶା, ହୋମ୍
Related Content
କନ୍ଧ ନୟାଗଡ଼ ରେ ରାଧାକୃଷ୍ଣ ସେବା ସଂସ୍ଥା ଆନୁକୂଲ୍ୟରେ ଷୋଡଶ ବାର୍ଷିକ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳିତ
by
Proprietor Abhimanyu Maharana
September 6, 2026
ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ ବିଦ୍ୟାଳୟରେ ଗୁରୁ ପୂଜନ ସମାରୋହ
by
Proprietor Abhimanyu Maharana
September 6, 2026
ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କୋଟି କୋଟି ଟଙ୍କା ଠକେଇ ମାମଲାରେ ୩ ଅଭିଯୁକ୍ତ ଗିରଫ
by
Proprietor Abhimanyu Maharana
September 6, 2026
ଗଜପତିଜିଲ୍ଲା ଶିକ୍ଷାଧିକାରୀ ଜାତୀୟ ଶିକ୍ଷା ଯୋଜନା ଓ ପ୍ରଶାସନ ପ୍ରତିଷ୍ଠାନ ପକ୍ଷରୁ ନୂଆଦିଲ୍ଲୀ ଠାରେ ସମ୍ମାନିତ
by
Proprietor Abhimanyu Maharana
September 6, 2026
ପାରମ୍ପରିକ କଳା ଓ କାରିଗରଙ୍କ ସମ୍ମାନ ପାଇଁ ‘ସଂପର୍କ’ ଓ ପାରମ୍ପରିକ ହସ୍ତଶିଳ୍ପ ଗୁରୁକୁଳର ପ୍ରୟାସ
by
Proprietor Abhimanyu Maharana
September 6, 2026
୧ କ୍ୟୁଣ୍ଟାଲ ୮୩ କେଜି ଗଞ୍ଜେଇ ଜବତ, ୨ଅଟକ
by
Proprietor Abhimanyu Maharana
September 6, 2026