Home ଓଡ଼ିଶା ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ଓ ପ୍ରତିଷ୍ଠାନ ଠାରେ ଜିଲ୍ଲାସ୍ତରୀୟ ପାଠଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana 7 months ago Share on FacebookShare on TwitterWhatsapp ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ସ୍ଥିତ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ଓ ପ୍ରତିଷ୍ଠାନ ଠାରେ ଜିଲ୍ଲାସ୍ତରୀୟ ପାଠଚକ୍ର ଆଧାରିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି l ଏହି କାର୍ଯ୍ୟକ୍ରମ ରେ ବହୁଭାଷୀ ଶିକ୍ଷଣ ଏବଂ ଦୃଢ ମନୋଭାବ ଓ ସହନଶୀଳତା ବିଷୟ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଅଛି I ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ଓ ପ୍ରତିଷ୍ଠାନ ର ଅଧ୍ୟକ୍ଷ ଶିବ ପ୍ରସାଦ ପଣ୍ଡା ଅଧ୍ୟକ୍ଷତା କରିଥିଲେ I ଏଥିସହ ଅନୁଷ୍ଠାନ ର ସମସ୍ତ ଶିକ୍ଷିକା- ପ୍ରଶିକ୍ଷିକା ଉପସ୍ଥିତ ଥିଲେ I ସେମାନଙ୍କ ମଧ୍ୟରେ ଶ୍ରୀମା ଶୁଭଶ୍ରୀ ଦାସ, ସୁଶ୍ରୀ ରଶ୍ମିତା ଗିରି, ସୁଶ୍ରୀ ସ୍ମୃତି ସନ୍ଧ୍ୟା, ଶୁଭଶ୍ରୀ ବେହେରା, ବାଣିରୂପା ପ୍ରଧାନ ତାଲିମ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ I ଜିଲ୍ଲାର ପ୍ରତ୍ୟେକ ବ୍ଲକ ରୁ ଦୁଇ ଜଣ ଲେଖାଏଁ ଗବେଷଣାରତ ଶିକ୍ଷକ ଶିକ୍ଷୟିତ୍ରୀଉପସ୍ଥିତ ରହି ଉଭୟ ବିଷୟରେ ଆଲୋଚନା କରିଥିଲେ I ବିଦ୍ୟାଳୟ ସ୍ତରରେ ଥିବା ବିଭିନ୍ନ ସମସ୍ୟା ଯାହା କିପରି ସମସ୍ତଙ୍କ ଦ୍ୱାରା ସମାଧାନ ହୋଇ ପାରିବ ଓ କେଉଁ କେଉଁ ପଦ୍ଧତି ଓ ପ୍ରକ୍ରିୟା ମାଧ୍ୟମ ରେ ହୋଇ ପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା I ବିଭିନ୍ନ ବ୍ଲକ ର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋକକ ମଧ୍ୟ ପାଠ୍ୟଚକ୍ର ରେ ଅଂଶଗ୍ରହଣ କରିଥିଲେ I ସେମାନଙ୍କ ମଧ୍ୟରେ ଅରବିନ୍ଦ ମହାପାତ୍ର, ଶୀତୁ ପ୍ରକାଶ ରଥ, ପ୍ରଭାସ ହୋତା, ସୁକାନ୍ତ କୁମାର ଦତ୍ତରାୟ, ଦିଲ୍ଲୀପ କୁମାର ପାଣିଗ୍ରାହୀ, ଶିକ୍ଷକ ଅମରେନ୍ଦ୍ର ପ୍ରଧାନ, ସତ୍ୟ ନାରାୟଣ ତ୍ରିପାଠୀ, ସୁଧାଂଶୁ ଶେଖର ମିଶ୍ର ଙ୍କ ସହ ଅନେକ ଯୋଗଦେଇଥିଲେ I Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ୮୦ତମ ସ୍ଵାଧୀନତା ଦିବସ ଚିଲିକା ବ୍ଲକ ଅନ୍ତର୍ଗତ ଅପର୍ତ୍ତୀ ଉଚ୍ଚ ବିଦ୍ୟାଳୟ ନଈରୀରେ ପାଳିତ ହୋଇଯାଇଛି by Proprietor Abhimanyu Maharana August 17, 2026 ବରିଷ୍ଠ ନାଗରିକ ସଂଘ ପକ୍ଷରୁ ସ୍ଵାଧୀନତା ଦିବସ ପାଳିତ by Proprietor Abhimanyu Maharana August 17, 2026 ଜାଗ୍ରୃତିକା ପକ୍ଷରୁ ସ୍ଵାଧୀନତା ଦିବସ ପାଳିତ by Proprietor Abhimanyu Maharana August 17, 2026 ଆଇପିଏସ ଅଧିକାରୀ ଶ୍ରୀ ବିନୟତୋଷ ମିଶ୍ର ନୂତନ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଭାବେ ଦାୟିତ୍ୱ ଗ୍ରହଣ by Proprietor Abhimanyu Maharana August 17, 2026 ଭାପୁର ପ୍ରେସ କ୍ଳବ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳିତ by Proprietor Abhimanyu Maharana August 17, 2026 ରକ୍ତଦାନ ଶିବିର କୁ ଉଦଘାଟନ କଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ by Proprietor Abhimanyu Maharana August 17, 2026