ଶିକ୍ଷୟତ୍ରୀ ବଦଳିକୁ ନେଇ ପୁଣି ବିକ୍ଷୋଭ

ସାକ୍ଷୀଗୋପାଳ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :-  ରାଜକିଶୋର ସେନାପତି – ସୋମବାର ସାକ୍ଷୀଗୋପାଳ ବାଳିକା ଉଚ୍ଚ ବିଦ୍ୟାଳୟରେ ଘଟିଥିବା ଅଭାବନୀୟ ଘଟଣାର ପୁନରାବୃତ୍ତି ଦେଖିବାକୁ ମିଳିଛି ସତ୍ୟବାଦୀ ବ୍ଲକ ଅଧୀନ ଅଳଗୁମର ଜଗେଶ୍ୱରୀ ବିଦ୍ୟାପୀଠରେ। ପିଇଟି ଶିକ୍ଷୟତ୍ରୀ ଜୟଶ୍ରୀ ପଣ୍ଡାଙ୍କ ବଦଳି ବାତିଲ ଦାବି କରି ବିଦ୍ୟାଳୟର ଛାତ୍ର/ଛାତ୍ରୀ ମାନେ ସ୍କୁଲ ଗେଟରେ ତାଲା ପକାଇ ଧାରଣା ଦେଇଥିଲେ।

ଉଦ୍ଦେଶ୍ୟମୂଳକ ଭାବେ ଆମ ଶିକ୍ଷୟତ୍ରୀଙ୍କୁ ବଦଳି କରାଯାଇଥିବାରୁ ଏହି ଆଦେଶ ତୁରନ୍ତ ପ୍ରତ୍ୟାହାର କରିବାକୁ ଛାତ୍ର ଛାତ୍ରୀମାନେ ଦାବୀ କରିଥିଲେ।  ଏପରିକି କିଛି ଅବିଭାବକ ମାନେ ମଧ୍ୟ ଏହି ଆନ୍ଦୋଳନରେ ସମିଲି ହୋଇଥିଲେ। ଛାତ୍ର ଛାତ୍ରୀ ମାନଙ୍କ କହିବା କଥା ଜୟଶ୍ରୀ ପଣ୍ଡା ମାଡାମ ଖେଳ ଶିଖେଇବା ସହିତ ସେ ଶ୍ରେଣୀ ରେ ମଧ୍ୟ ପାଠ ପଢାନ୍ତି ।

ସୋମବାର ଠାରୁ ଆରମ୍ଭ ହୋଇଥିବା ପ୍ରିମାଟ୍ରିକ ପରୀକ୍ଷା ବିଳମ୍ବ ହେବାରୁ ଖବରପାଇ ସତ୍ୟବାଦୀ ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ଛାଟୋଇ ମୋତିଲାଲ ରାୟଙ୍କ ସହିତ ଅନ୍ୟ ଅଧିକାରୀ ମାନେ ଆନ୍ଦୋଳନ ଚଳାଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ବୁଝାସୁଝା କରିଥିଲେ। ସେମାନଙ୍କ ଦାବି ସମ୍ପର୍କରେ ଉଚ୍ଚ ର୍କୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯିବ ଏବଂ ତଦନୁଯାୟୀ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବାର ପ୍ରତିଶୃତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

Exit mobile version