Home ଓଡ଼ିଶା ଓଡ଼ିଆ ବିଶ୍ୱବିଦ୍ୟାଳୟର ‘ଶୀତକାଳୀନ ସ୍ବତନ୍ତ୍ର ଶିବିର ଉଦଯାପିତ by Proprietor Abhimanyu Maharana 7 months ago Share on FacebookShare on TwitterWhatsapp ସାକ୍ଷୀଗୋପାଳ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ରାଜକିଶୋର ସେନାପତି -ଐତିହ୍ୟ ସମ୍ପନ୍ନ ସତ୍ୟବାଦୀ ବନବିଦ୍ୟାଳୟଠାରେ ପ୍ରତିଷ୍ଠିତ ସ୍ବତନ୍ତ୍ର ଭାଷାଭିଭିକ ଓଡ଼ିଆ ବିଶ୍ବବିଦ୍ୟାଳୟ ଜାତୀୟ ସେବା ଯୋଜନା ଶାଖାର ପ୍ରଥମ ଶୀତକାଳୀନ ସାତଦିନିଆ ସ୍ବତନ୍ତ୍ର ଶିବିର (NSS) ଆଜି ଉଦଯାପିତ ହୋଇଯାଇଛି।ଜାତୀୟ ସେବା ଯୋଜନା ଶାଖାର ‘ଶୀତକାଳୀନ ସ୍ବତନ୍ତ୍ର ଶିବିର’ ଉଦଯାପନୀ ସମାରୋହ ଅନୁଷ୍ଠିତ ହୋଇଥିଲା।ସ୍ଵେଚ୍ଛାସେବୀମାନେ ପଞ୍ଚସଖା ସମାଧିପୀଠ ସଫେଇ କରିବା ସହିତ “ସଡ଼କ ସୁରକ୍ଷା ଅଭିଯାନ” ନିମନ୍ତେ ଶୋଭାଯାତ୍ରା କରିଥିଲେ। ଉକ୍ତ ସଭାରେ ସଭାପତିତ୍ବ କରିଥିଲେ ଓଡ଼ିଆ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଶତ୍ରୁଘ୍ନ ପାଣିଗ୍ରାହୀ। ପ୍ରଫେସର ପାଣିଗ୍ରାହୀ ସ୍ବେଚ୍ଛାସେବୀଙ୍କୁ ସେବାପରାୟଣ ମନୋଭାବ ରଖି ବଢ଼ିବାର ପ୍ରେରଣା ପ୍ରଦାନ କରିଥିଲେ। ଜାତୀୟ ସେବା ଯୋଜନା ଅଧିକାରୀ ଡକ୍ଟର ଶର୍ମିଷ୍ଠା ମହାପାତ୍ର ଦୀର୍ଘ ସାତଦିନ ଧରି ସ୍ବେଚ୍ଛାସେବୀମାନଙ୍କ ଦ୍ବାରା ଅନୁଷ୍ଠିତ ବିଶ୍ୱବିଦ୍ୟାଳୟ ପରିସର ତଥା ସାକ୍ଷୀଗୋପାଳ ଅଂଚଳରେ ବିଭିନ୍ନ ସେବା ଓ ସସ୍କାରମୂଳକ କାର୍ଯ୍ୟର ପ୍ରଶଂସା କରିଥିଲେ। ବିଭିନ୍ନ ଆଲୋଚନାଚକ୍ର, ସାହିତ୍ୟ ଚର୍ଚ୍ଚା, ସଚେତନତା ଶୋଭାଯାତ୍ରା, କର୍ମଶାଳା, ପ୍ରଶିକ୍ଷଣ, ସ୍ବଚ୍ଛତାକୁ ଗୁରୁତ୍ୱ ଦେଇଥିଲେ। ମାର୍ଗଦର୍ଶକ ଭାବରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଡକ୍ଟର ପ୍ରଦ୍ୟୁମ୍ନ କୁମାର ମିଶ୍ର ଯୋଗଦେଇଥିଲେ। ମୁଖ୍ୟଅତିଥି ଭାବରେ ବେଦ କର୍ମକାଣ୍ଡ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ବିଶ୍ଵନାଥ ସ୍ୱାଇଁ ଯୋଗଦେଇ “ସ୍ବାସ୍ଥ୍ୟ ସେବା” ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ପୁରୀ ଜିଲ୍ଲା ଜାତୀୟ ସେବା ଯୋଜନା ଅଧିକାରୀ ଡକ୍ଟର ଗୋଲକ ବିହାରୀ ପଲାଇ ଯୋଗଦେଇ ନିଜର ଅଭିବ୍ୟକ୍ତି ପରିପ୍ରକାଶ କରିଥିଲେ। ସ୍ଵେଚ୍ଛାସେବୀ ଆଶାରାଣୀ ବେହୁରା, ସ୍ମୃତିପ୍ରିୟା ପ୍ରଧାନ ଓ ସାଇପ୍ରସାଦ ପଟ୍ଟନାୟକ ନିଜ ନିଜର ଅନୁଭୂତି ବଖାଣି ଥିଲେ। ଏହାପରେ ସମସ୍ତ ସ୍ଵେଚ୍ଛାସେବୀମାନଙ୍କୁ ଜାତୀୟ ସେବା ଯୋଜନାର ‘ପ୍ରମାଣପତ୍ର’ ପ୍ରଦାନ କରାଯାଇଥିଲା । ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳସଚିବ ରଶ୍ମିରେଖା ଦାସ ଉଦଯାପନୀ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହାପରେ ଜାତୀୟ ସେବା ଯୋଜନାର ପତାକା ଅବତରଣ କରାଯାଉଥିଲା । ପ୍ରତିଦିନ ସଭାକାର୍ଯ୍ୟର ମଞ୍ଚସଞ୍ଚାଳନ ଓ ଧନ୍ୟବାଦ ତଥା କୃତଜ୍ଞତା ଅର୍ପଣ ସ୍ଵେଚ୍ଛାସେବୀ ସ୍ମୃତିପ୍ରିୟା ପ୍ରଧାନ ଏବଂ ଆଶିଷ କୁମାର ସାହୁଙ୍କ ଦ୍ଵାରା ସମାପନ ହୋଇଥିଲା । ଅନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମରେ ସ୍ବେଚ୍ଛାସେବୀ ସତ୍ୟରଞ୍ଜନ ଦାଶ, ଚନ୍ଦ୍ରକାନ୍ତ ବାରିକ୍, ଶୁଭଲକ୍ଷ୍ମୀ ମଲ୍ଲିକ୍ ଆଦି ମଞ୍ଚ ପରିଚାଳନା କରିଥିଲେ । ଏହିପରି ଭାବରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଜାତୀୟ ସେବା ଯୋଜନାର ‘ଶୀତକାଳୀନ (ସାତଦିନିଆ) ସ୍ବତନ୍ତ୍ର ଶିବିର’ ନିର୍ବିଘ୍ନରେ ସମାପନ କରାଯାଇଥିଲା । Categories: ଓଡ଼ିଶା, ପୁରୀ, ହୋମ୍ Related Content ୮୦ତମ ସ୍ଵାଧୀନତା ଦିବସ ଚିଲିକା ବ୍ଲକ ଅନ୍ତର୍ଗତ ଅପର୍ତ୍ତୀ ଉଚ୍ଚ ବିଦ୍ୟାଳୟ ନଈରୀରେ ପାଳିତ ହୋଇଯାଇଛି by Proprietor Abhimanyu Maharana August 17, 2026 ବରିଷ୍ଠ ନାଗରିକ ସଂଘ ପକ୍ଷରୁ ସ୍ଵାଧୀନତା ଦିବସ ପାଳିତ by Proprietor Abhimanyu Maharana August 17, 2026 ଜାଗ୍ରୃତିକା ପକ୍ଷରୁ ସ୍ଵାଧୀନତା ଦିବସ ପାଳିତ by Proprietor Abhimanyu Maharana August 17, 2026 ଆଇପିଏସ ଅଧିକାରୀ ଶ୍ରୀ ବିନୟତୋଷ ମିଶ୍ର ନୂତନ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଭାବେ ଦାୟିତ୍ୱ ଗ୍ରହଣ by Proprietor Abhimanyu Maharana August 17, 2026 ଭାପୁର ପ୍ରେସ କ୍ଳବ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳିତ by Proprietor Abhimanyu Maharana August 17, 2026 ରକ୍ତଦାନ ଶିବିର କୁ ଉଦଘାଟନ କଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ by Proprietor Abhimanyu Maharana August 17, 2026