Home ଓଡ଼ିଶା ନିଆଳି ମହାବିଦ୍ୟାଳୟରେ ଆନ୍ତର୍ଜାତୀୟ ପାଠ୍ୟକ୍ରମ ଓ ବକ୍ତୃତା କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana 7 months ago Share on FacebookShare on TwitterWhatsapp ନିଆଳି (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- କଟକ ଜିଲ୍ଲା ଅନ୍ତର୍ଗତ ନିଆଳି ମହାବିଦ୍ୟାଳୟର, ପ୍ରାଣୀବିଜ୍ଞାନ ବିଭାଗ ପକ୍ଷରୁ “ଜୀବ ବିଜ୍ଞାନର ସାମ୍ପ୍ରତିକ ଅଗ୍ରଗତି” ବିଷୟରେ ଏକ ଆନ୍ତର୍ଜାତୀୟ ଏକ୍ସଟ୍ରା ମ୍ୟୁରାଲ୍ ଆମନ୍ତ୍ରିତ ଆଲୋଚନା ସଭା ସଫଳତାର ସହ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମର ଆରମ୍ଭରେ ଆମନ୍ତ୍ରିତ ଅତିଥିଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରାଯିବା ପରେ ଦେଶାତ୍ମିକ ସଙ୍ଗୀତ ପରିବେଷଣ କରାଯାଇଥିଲା । ବିଦ୍ୟାଳୟର ପ୍ରାଧ୍ୟାପକ ବିଭୁ ପ୍ରସାଦ ବିଶ୍ଵାଳଙ୍କର ସଭାପତିତ୍ବରେ ଅନୁଷ୍ଠିତ ସଭାରେ ନାକ୍ ସଂଯୋଜକ ସ୍ୱାଗତ ଭାଷଣ ସହ ଶିକ୍ଷାମୂଳକ କାର୍ଯ୍ୟକ୍ରମର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ପ୍ରାଣୀବିଜ୍ଞାନ ବିଭାଗର ମୁଖ୍ୟ ଡ଼. ସତ୍ୟ ନାରାୟଣ ସାହୁ ଆଲୋଚ୍ୟ ପ୍ରସଙ୍ଗ ବିଷୟରେ ଓ ଆଧୁନିକ ଜୀବ ବିଜ୍ଞାନରେ ଗବେଷଣାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ । ଏଥିରେ ମୁଖ୍ୟ ବକ୍ତା ଭାବେ ଡ଼. ଦୀପକ କୁମାର ସାହୁ ଯୋଗ ଦେଇ ରିସର୍ଚ୍ଚ ସାଇଣ୍ଟିଷ୍ଟ-୩, ଆଇଓୱା ଷ୍ଟେଟ୍ ବିଶ୍ଵବିଦ୍ୟାଳୟ, ଯୁକ୍ତରାଷ୍ଟ୍ର, ଆମେରିକା,”ଜୀବ ବିଜ୍ଞାନରେ ସାମ୍ପ୍ରତିକ ଉନ୍ନତି ଓ ଭବିଷ୍ୟତ ସମ୍ଭାବନା ” ବିଷୟରେ ଗଭୀର ଓ ତଥ୍ୟବହୁଳ ଆଲୋଚନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମର ଶେଷରେ ମୁଖ୍ୟ ଅତିଥିଙ୍କୁ ସମ୍ମାନିତ କରାଯାଇଥିଲା । ଏହି ସଭାରେ ଅଧ୍ୟାପିକା ପ୍ରିୟଦର୍ଶିନୀ ଲେଙ୍କା ଧନ୍ୟବାଦ ଜ୍ଞାପନ କରିଥିଲାବେଳେ ସଭାର ସଭାପତି ଆନୁଷ୍ଟାନିକ ଭାବେ କାର୍ଯ୍ୟକ୍ରମର ସମାପ୍ତି ଘୋଷଣା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ପ୍ରଦୀପ୍ତ କୁମାର ମିଶ୍ର, ଅଧ୍ୟାପିକା ସୁନୀତା ପରିଡ଼ା, ଅଧ୍ୟାପିକା ରଶ୍ମିତା ପାଢ଼ୀ, ପରୀକ୍ଷା ଗାର କର୍ମଚାରୀ ରାମେଶ୍ୱର ମହାନ୍ତି ଓ ପ୍ରାଣୀ ବିଜ୍ଞାନ ବିଭାଗର ସମସ୍ତ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମକୁ ସଫଳ କରିଥିଲା । ଏହି ସଭାକୁ ପ୍ରାଣୀ ବିଜ୍ଞାନ ବିଭାଗର ଛାତ୍ରୀ ସ୍ଵାତୀ ତ୍ରିପାଠୀ ଓ ସୋନାଲି ସାହୁ ସଂଯୋଜନା କରିଥିଲେ । Categories: ଓଡ଼ିଶା, କଟକ, ଖୋର୍ଦ୍ଧା, ଶିକ୍ଷା ଓ ନିଯୁକ୍ତି, ହୋମ୍ Related Content ୮୦ତମ ସ୍ଵାଧୀନତା ଦିବସ ଚିଲିକା ବ୍ଲକ ଅନ୍ତର୍ଗତ ଅପର୍ତ୍ତୀ ଉଚ୍ଚ ବିଦ୍ୟାଳୟ ନଈରୀରେ ପାଳିତ ହୋଇଯାଇଛି by Proprietor Abhimanyu Maharana August 17, 2026 ବରିଷ୍ଠ ନାଗରିକ ସଂଘ ପକ୍ଷରୁ ସ୍ଵାଧୀନତା ଦିବସ ପାଳିତ by Proprietor Abhimanyu Maharana August 17, 2026 ଜାଗ୍ରୃତିକା ପକ୍ଷରୁ ସ୍ଵାଧୀନତା ଦିବସ ପାଳିତ by Proprietor Abhimanyu Maharana August 17, 2026 ଆଇପିଏସ ଅଧିକାରୀ ଶ୍ରୀ ବିନୟତୋଷ ମିଶ୍ର ନୂତନ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଭାବେ ଦାୟିତ୍ୱ ଗ୍ରହଣ by Proprietor Abhimanyu Maharana August 17, 2026 ଭାପୁର ପ୍ରେସ କ୍ଳବ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳିତ by Proprietor Abhimanyu Maharana August 17, 2026 ରକ୍ତଦାନ ଶିବିର କୁ ଉଦଘାଟନ କଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ by Proprietor Abhimanyu Maharana August 17, 2026