ଓଡ଼ିଶା କମ୍ପ୍ରେହେନସିଭ ଅଙ୍କଲୋଜି ସମ୍ମିଳନୀ ଉଦଘାଟିତ

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଓଡ଼ିଶା କମ୍ପ୍ରେହେନସିଭ ଅଙ୍କଲୋଜି ସମ୍ମିଳନୀ ଚକ୍ରତୀର୍ଥ ରୋଡ ସ୍ଥିତ ମେ ଫେୟାର ହୋଟେଲ ସମ୍ମିଳନୀ କକ୍ଷରେ ଉଦଘାଟିତ ହୋଇଯାଇଛି । କ୍ଯାନସର ଡାକ୍ତର, ସର୍ଜରୀ, କେମୋଥେରାପି ଡାକ୍ତର ମାନଙ୍କ ମିଳିତ ଉଦ୍ୟମରେ କ୍ଯାନସର ଚିକିତ୍ସା ଓ ଗବେଷଣା ପାଇଁ ଏହି ସମ୍ମିଳନୀ ଆୟୋଜିତ ହୋଇଛି । ଏହାର ଆୟୋଜକ ଚ୍ଯାୟରପର୍ସନ ଡାକ୍ତର ସୁଶାନ୍ତ କୁମାର ପାଇକରାୟ,

ଡାକ୍ତର କୃପାସିନ୍ଧୁ ପଣ୍ଡା, ଡାକ୍ତର ଦୀପକ କୁମାର ରାଉତରାୟ, ଡାକ୍ତର ରଞ୍ଜନ କୁମାର ମହାପାତ୍ର, ଡାକ୍ତର ସୁରେନ୍ଦ୍ର ନାଥ ସେନାପତି, ଡାକ୍ତର ସରୋଜ କୁମାର ଦାସ ମଜୁମଦାର, ଡାକ୍ତର ନିହାରିକା ପଣ୍ଡା , ଡାକ୍ତର ପ୍ରଫୁଲ୍ଲ କୁମାର ଦାସ ପ୍ରମୁଖ ମଞ୍ଚାସୀନ ଅତିଥିଭାବେ ଉଦଘାଟନ କରି କହିଲେ କ୍ଯାନସର ଆଉ ଦୁଃସାଧ୍ୟ ରୋଗ ନୁହେଁ । କ୍ଯାନସର ରୋଗୀ ଓଡ଼ିଶାରେ ବୃଦ୍ଧି ପାଉଛି ।

ପାନ ଗୁଟୁଖା ଓ ନିଶାଦ୍ରବ୍ୟ ସେବନ ଓ ଅତ୍ଯାଧୁନିକ ଜୀବନ ଶୈଳୀ କ୍ଯାନସର ରୋଗ ସୃଷ୍ଟି କରୁଛି । ମୁଖ ଗହ୍ଵର କର୍କଟ ଓ ସ୍ତନ କର୍କଟ ରୋଗୀ ସଂଖ୍ଯା ବଢିବାରେ ଲାଗିଛି । ନୂଆ କର୍କଟ ରୋଗ, ନୂତନ ଚିକିତ୍ସା ପଦ୍ଧତି ବିଷୟରେ ଆଲୋକପାତ କରିଥିଲେ । କ୍ଯାନସର କେୟାର ଟ୍ରଷ୍ଟ ପକ୍ଷରୁ ତିନିଦିନିଆ କର୍ମଶାଳା ଆରମ୍ଭ ହୋଇଛି । ଏହି ସମ୍ମିଳନୀରେ ରାଜ୍ଯ ଓ ଦେଶ ବିଦେଶର ଡାକ୍ତର ଯୋଗ ଦେଇଛନ୍ତି ।

Exit mobile version