ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଶ୍ରୀକ୍ଷେତ୍ରର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ମିତ୍ରସଂଘ ପକ୍ଷରୁ ନବକଳେବର ରୋଡ ସ୍ଥିତ ଆଖଣ୍ଡଳମଣି ମନ୍ଦିର ନିକଟସ୍ଥ ମିତ୍ରସଂଘ କାର୍ଯ୍ଯାଳୟରେ ମକର ସଂକ୍ରାନ୍ତି ଅବସରରେ ବନ୍ଧୁ ମିଳନ ଓ ମକର ଉତ୍ସବ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଦସ୍ଯ ମାନେ ଏକତ୍ରିତ ହୋଇ ସମାଜରେ ଅବହେଳିତ ଓ ଗରିବ ଲୋକମାନଙ୍କୁ ସେବା ଯୋଗାଇବା ପାଇଁ ଆଲୋଚନା କରିଥିଲେ ।

