Home ଓଡ଼ିଶା ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ବାର୍ଷିକ ଉତ୍ସବ by Proprietor Abhimanyu Maharana 7 months ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଛାତ୍ର ମାନଙ୍କ ଶିକ୍ଷା, ବିକାଶ ସେବା ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ଛାତ୍ରଛାତ୍ରୀ ମାନଙ୍କୁ ଉର୍ନ୍ନତିର ପଥ ପ୍ରଦର୍ଶନ କରିଥାଏ । ପୁରୀଜିଲ୍ଲା ବ୍ରହ୍ମଗିରିର ପ୍ରାଚୀନ ଶିକ୍ଷାନୁଷ୍ଠାନ ପିଏଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ଅତିଥିମାନେ ମତବ୍ଯକ୍ତ କରିଥିଲେ । ୨୦୨୫ ମସିହାରେ ମାଟ୍ରିକ ପରୀକ୍ଷାରେ ଏହି ବିଦ୍ୟାଳୟର ଶତ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିଲେ । ଅତିଥି ଭାବେ ଅଲାରନାଥ ଧନ୍ଦାମୂଳକ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନ, ବ୍ରହ୍ମଗିରି ବିଇଓ ଆଲୋକ କୁମାର ବନ୍ଧ , ବ୍ରହ୍ମଗିରିର ଅତିରିକ୍ତ ତହସିଲଦାର ଶରତ କୁମାର ଦେହୁରୀ ,ଶିଶୁ ସୁରକ୍ଷା ଅଧିକାରୀ ଶୁଭନାରାୟଣ ଶତପଥୀ , ବନ ରେଞ୍ଜ ଅଧିକାରୀ ଚନ୍ଦ୍ର ଶେଖର ସାହୁ , ସମାଜସେବୀ ଓ ଆଇନଜୀବୀ ରମାଶଙ୍କର ପାତ୍ର , ଶିଶୁ ସମାଚାର ସମ୍ପାଦକ ସୁକାନ୍ତ କୁମାର ପଣ୍ଡା , ଡବ୍ଲୁଇଓ ଅଜିତ କୁମାର ଜେନା , ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରଦୀପ୍ତ କୁମାର ନାୟକ ଯୋଗଦେଇ ପିଲାମାନଙ୍କର ସାମଗ୍ରିକ ବିକାଶ ଏବଂ ମୂଲ୍ୟବୋଧ ସମ୍ବଳିତ ଶିକ୍ଷା ପାଇଁ ବକ୍ତବ୍ୟ ରଖିଥିଲେ । ସ୍ୱାଗତ ସଂଗୀତ ପରେ ନିମନ୍ତ୍ରିତ ଅତିଥିମାନେ ଉଦଘାଟନୀ ଭାଷଣ ପ୍ରଦାନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିବାକର ଦଳାଇ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ବିଭିନ୍ନ ପ୍ରତିଯୋଗିତା ଏବଂ ଶିକ୍ଷାଗତ ପରୀକ୍ଷାରେ କୃତିତ୍ଵ ଅର୍ଜନ କରିଥିବା ପ୍ରାୟ ୭୦ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ପରିଚାଳନା କମିଟିର ସଭାପତି ଧନ୍ୟବାଦ ଅର୍ପଣ କରିଥିଲେ । Categories: ଓଡ଼ିଶା, ପୁରୀ, ହୋମ୍ Related Content Mother’s Public School Unveils State-of-the-Art Sports Hub in Bhubaneswar to Pioneer Athletic Excellence in Odisha by Proprietor Abhimanyu Maharana August 17, 2026 ମଦର୍ସ ପବ୍ଲିକ ସ୍କୁଲ୍ ପକ୍ଷରୁ ଅତ୍ୟାଧୁନିକ ସ୍ପୋର୍ଟସ ହବ୍ର ଶୁଭାରମ୍ଭ by Proprietor Abhimanyu Maharana August 17, 2026 ୮୦ତମ ସ୍ଵାଧୀନତା ଦିବସ ଚିଲିକା ବ୍ଲକ ଅନ୍ତର୍ଗତ ଅପର୍ତ୍ତୀ ଉଚ୍ଚ ବିଦ୍ୟାଳୟ ନଈରୀରେ ପାଳିତ ହୋଇଯାଇଛି by Proprietor Abhimanyu Maharana August 17, 2026 ବରିଷ୍ଠ ନାଗରିକ ସଂଘ ପକ୍ଷରୁ ସ୍ଵାଧୀନତା ଦିବସ ପାଳିତ by Proprietor Abhimanyu Maharana August 17, 2026 ଜାଗ୍ରୃତିକା ପକ୍ଷରୁ ସ୍ଵାଧୀନତା ଦିବସ ପାଳିତ by Proprietor Abhimanyu Maharana August 17, 2026 ଆଇପିଏସ ଅଧିକାରୀ ଶ୍ରୀ ବିନୟତୋଷ ମିଶ୍ର ନୂତନ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଭାବେ ଦାୟିତ୍ୱ ଗ୍ରହଣ by Proprietor Abhimanyu Maharana August 17, 2026