Home ଓଡ଼ିଶା ପ୍ରୋତ୍ସାହନ ଓ ସୁଯୋଗ ମିଳିଲେ ସାଧାରଣ ପରିସ୍ଥିତିରୁ ଆସିଥିବା ଛାତ୍ରଛାତ୍ରୀମାନେ ମଧ୍ୟ ଅସାଧାରଣ ସଫଳତା ହାସଲ କରିପାରିବେ : ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ by Proprietor Abhimanyu Maharana 8 months ago Share on FacebookShare on TwitterWhatsapp ମୁଖ୍ୟ ଶାସନ ସଚିବଙ୍କ କନ୍ଧମାଳ ଜିଲ୍ଲା ପିଏମଶ୍ରୀ ବାଳିକା ସେବାଶ୍ରମ ସ୍କୁଲ୍ ପରିଦର୍ଶନ କନ୍ଧମାଳ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର )କନ୍ଧମାଳ ଜିଲ୍ଲା :- କନ୍ଧମାଳ ଜିଲ୍ଲା ଗସ୍ତ ଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଗତକାଲି ବୁଧବାର ଫିରିଙ୍ଗିଆ ବ୍ଲକ୍ ଅନ୍ତର୍ଗତ ନେଡିପଦର ସ୍ଥିତ ପି.ଏମଶ୍ରୀ ବାଳିକା ସେବାଶ୍ରମ ସ୍କୁଲ୍ ପରିଦର୍ଶନ କରିଥିଲେ । ମୁଖ୍ୟ ଶାସନ ସଚିବଙ୍କ ଏହି ବିଦ୍ୟାଳୟ ପରିଦର୍ଶନ ଛାତ୍ରୀମାନଙ୍କ ପାଇଁ ଏକ ଅଭୂଲା ଓ ପ୍ରେରଣା ଦାୟକ ସ୍ମୃତି ହୋଇ ରହିବ । ମୁଖ୍ୟ ଶାସନ ସଚିବ ବିଦ୍ୟାଳୟ ପରିଦର୍ଶନ ସମୟରେ ଆଦିବାସୀ ଛାତ୍ରୀମାନଙ୍କ ସହ ଅତି ଆତ୍ମୀୟତାର ସହିତ କଥା ହୋଇଥିଲେ , ପାଠ ପଢାଇଥିଲେ । ସେମାନେ ଭବିଷ୍ୟତରେ କ’ଣ ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି ପଚାରିଥିଲେ । ସେମାନଙ୍କ ମଧ୍ୟରୁ କେହି କେହି ଆଇନଜୀବୀ,କେହି କ୍ରୀଡ଼ାବିତ୍ ଆଉ କେହି ସିଭିଲ ସେବା ଅଧିକାରୀ ବା ପ୍ରଶାସନିକ ସେବା ଅଧିକାରୀ ହେବା ପାଇଁ ଆକାଂକ୍ଷା ପ୍ରକାଶ କରିଥିଲେ l ସାମାଜିକ ଓ ଆର୍ଥିକ ପରିସ୍ଥିତି ସତ୍ତ୍ୱେ ଏହି ଛାତ୍ରୀମାନଙ୍କ ଆକାଂକ୍ଷା ଓ ଆତ୍ମବିଶ୍ୱାସ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା । ମୁଖ୍ୟ ଶାସନ ସଚିବ ସେବାଶ୍ରମର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହ ପ୍ରୟାସ୍ ପ୍ଲସ୍ ଓ ଜ୍ଞାନ ସମୃଦ୍ଧି ପରି ଯୋଜନାଗୁଡ଼ିକ ଉପରେ ଆଲୋଚନା କରି, ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଓ ଫଳାଫଳରେ ଉନ୍ନତି ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। ପରିଶେଷରେ ସେ ଛାତ୍ରୀମାନ ଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ, ଯାହାକି ଅତ୍ୟନ୍ତ ସ୍ନେହଭରା ଓ ହୃଦୟସ୍ପର୍ଶୀ ଥିଲା । ଏହି ପରିଦର୍ଶନ ସମୟରେ କନ୍ଧମାଳ ଜିଲ୍ଲାପାଳ ଏବଂ ଉପ ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ଥିଲେ । ପ୍ରୋତ୍ସାହନ ଓ ସୁଯୋଗ ମିଳିଲେ ସାଧାରଣ ପରିସ୍ଥିତିରୁ ଆସୁଥିବା ଛାତ୍ରଛାତ୍ରୀମାନେ ଯେ ଅସାଧାରଣ ସଫଳତା ହାସଲ କରିପାରନ୍ତି ଏବଂ ସେମାନଙ୍କର ସ୍ୱପ୍ନ ସାକାର ହୋଇପାରେ, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗଙ୍କ ଜନଜାତି ଛାତ୍ରଛାତ୍ରୀମାନଙ୍କ ସହ ଏହି ସାକ୍ଷାତ ଆଲୋଚନା , ସେମାନଙ୍କ ସହିତ ସମୟ ଅତିବାହିତ କରିବା, ଭୋଜନ କରିବା ଓ ପ୍ରେରଣା ଦେବା, କୋମଳମତି ଛାତ୍ରୀମାନଙ୍କ ମନୋବଳକୁ ନିଶ୍ଚିତ ଭାବେ ଦୃଢ କରିଥିବ । Categories: ଓଡ଼ିଶା, କନ୍ଧମାଳ, ଖୋର୍ଦ୍ଧା, ମହାନଗର, ଶିକ୍ଷା ଓ ନିଯୁକ୍ତି, ହୋମ୍ Related Content ଏକ ଯକ୍ଷ୍ମାମୁକ୍ତ ଭାରତ - କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ by Proprietor Abhimanyu Maharana September 18, 2026 ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ by Proprietor Abhimanyu Maharana September 18, 2026 ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ବାର୍ତ୍ତା by Proprietor Abhimanyu Maharana September 18, 2026 ଖଜା ଦୋକାନ ଓ ଭାଟିରେ ଚଢ଼ାଉ କ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ by Proprietor Abhimanyu Maharana September 18, 2026 ଝାଡେଶ୍ବରୀ ମନ୍ଦିର ନିକଟ ରାସ୍ତା ଜଳାର୍ଣ୍ଣବ ପର୍ଯ୍ଯଟକ ହନ୍ତସନ୍ତ by Proprietor Abhimanyu Maharana September 18, 2026 ସଂଯୁକ୍ତ ଆରବ ଏମିରଟ୍ସ (ୟୁ ଏ ଇ ) ଗସ୍ତ ସାରି ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଆସିବ ୨.୪୩ ଲକ୍ଷ କୋଟିର ନିବେଶ - ସୃଷ୍ଟି ହେବ ୯ ଲକ୍ଷ ନିଯୁକ୍ତି by Proprietor Abhimanyu Maharana September 18, 2026