ନାଟ୍ୟ କାର ପଦ୍ମଚରଣ ପଟ୍ଟନାୟକ ଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ

ବାଣପୁର (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ବିଶିଷ୍ଟ ନାଟ୍ୟକାର, ସଙ୍ଗୀତଜ୍ଞ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ସ୍ଵର୍ଗତ ପଦ୍ମ ଚରଣ ପଟ୍ଟନାୟକ ଙ୍କ ୨୨ତମ ଶ୍ରାଦ୍ଧବାର୍ଷିକୀ ତାଙ୍କ ଦ୍ଵାରା ପ୍ରତିଷ୍ଠିତ ଚିଲିକା ସଙ୍ଗୀତ ସାହିତ୍ୟ ପରିଷଦର ବାର୍ଷିକ ଉତ୍ସବ ଅବସରରେ ଭୀମ ଟାଙ୍ଗୀ ବିକାଶ ପରିଷଦ ସଭାଗୃହ ରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ସାଂସଦ ତଥା ବିଶିଷ୍ଟ କବି ଡଃ ପ୍ରସନ୍ନ କୁମାର ପାଟ୍ଟଶାଣୀ, ସମ୍ମାନିତ ଅତିଥି ଭାବେ ପରିଷଦର ସଭାପତି ବଂଶୀଧର ପଣ୍ଡା, ସମ୍ପାଦକ ବିଶ୍ବନାଥ ବେହେରା ,ମନୋଜ କୁମାର ନନ୍ଦ ପ୍ରମୁଖ ଯୋଗଦେଇ ସଙ୍ଗୀତ ଚିରନ୍ତନ ମୂଲ୍ୟବୋଧ ଉପରେ ଆଲୋକପାତ କରିଥିଲେ।

ଚିଲିକା ସଙ୍ଗୀତ ସାହିତ୍ୟ ପରିଷଦର ସଭ୍ୟ ସମ୍ଵିତ କୁମାର ପଟ୍ଟନାୟକ କାର୍ଯ୍ୟକ୍ରମ ର ସନ୍ ଯୋଜନା କରିଥିବା ବେଳେ ସମ୍ପାଦିକା ବିଶିଷ୍ଟ ଓଡ଼ିଶୀ କଣ୍ଠଶିଳ୍ପୀ ଗିରିବାଳା ପଟ୍ଟନାୟକ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ। ଅତିଥି ଓ ଶ୍ରଦ୍ଧାଳୁମାନେ ସ୍ବର୍ଗତ ପଦ୍ମଚରଣ ପଟ୍ଟନାୟକ ଙ୍କ ଫଟୋ ଚିତ୍ର ରେ ମାଲ୍ୟାର୍ପଣ ଓ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ସ୍ଵର୍ଗତ ପଦ୍ମ ଚରଣ ପଟ୍ଟନାୟକ ଙ୍କ ରଚିତ ସଙ୍ଗୀତ

“ପୁରୁବ ଦିଗେ ସୁରୁଜ ଉଠେ” ଏଵଂ କବି ସ୍ଵର୍ଗତ ତପନ ପଟ୍ଟନାୟକ ଙ୍କ ଲୋକପ୍ରିୟ ସଙ୍ଗୀତ “ମୁଁ ଆସିଛି ଦେଖି ମୋ କଳା ବଦନକୁ”ଭାବପୂର୍ଣ୍ଣ ସୁଲଳିତ କଣ୍ଠରେ ଗିରିବାଳା ପଟ୍ଟନାୟକ ଗାନ କରିଥିଲେ । ଏହି ଅବସରରେ ଓଡିଶୀ ଶାସ୍ତ୍ରୀୟ ସଙ୍ଗୀତ,ଭଜନ ଓ ଲଘୁ ସଙ୍ଗୀତ ଛାତ୍ରଛାତ୍ରୀ ଶୁଭ୍ରାଂଶୁ ଶେଖର ତରାଇ, ଆୟୂଷୀ ମହାପାତ୍ର,ପୀୟୂଷ ରାଉତରାୟ,ସାଇ ଶ୍ରେୟାଶୀ ମହାନ୍ତି ପ୍ରମୁଖ ଗାନ କରିଥିଲେ। ଯନ୍ତ୍ର ସଙ୍ଗୀତ ରେ ସହାୟତା କରିଥିଲେ ଗୁରୁ ସୈ।ମ୍ୟ ରଞ୍ଜନ ନାୟକ ଓ ବିଜୟ କୁମାର ସାହୁ ।

Exit mobile version