ବିଜେବି ବିଦ୍ୟାମନ୍ଦିର ର ବାର୍ଷିକ କ୍ରୀଡା ଉତ୍ସବ

ବାଣପୁର (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ବାଣପୁର ବ୍ଲକ ଅନ୍ତର୍ଗତ ଅଲାଇଡିହ ସ୍ଥିତ ବକ୍ସି ଜଗବନ୍ଧୁ ବିଦ୍ୟାଧର ବିଦ୍ୟାମନ୍ଦିର ର ଦ୍ଵିଦିଵସୀୟ ୮ମ ବାର୍ଷିକ କ୍ରୀଡା ଉତ୍ସବ ଉଦ୍ ଯାପିତ ହୋଇ ଯାଇଛି।ଉଦ୍ ଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ବାଣପୁର ମଣ୍ଡଳ ସହକାରୀ ଶିକ୍ଷାଧିକାରୀ ପ୍ରଭାତ କୁମାର ସେଠୀ,

ମୁଖ୍ୟ ବକ୍ତା ଭାବେ ସମ୍ପାଦକ ମନୋଜ କୁମାର ମହାନ୍ତି ସମ୍ମାନିତ ଅତିଥି ଭାବେ ଆଞ୍ଚଳିକ ସାଧନ ସଂଯୋଜକ ନିରଞ୍ଜନ ପ୍ରଧାନ ପ୍ରମୁଖ ଯୋଗଦେଇ ବିଦ୍ୟାଳୟ ରେ କ୍ରୀଡା କସରତ ର ଉପଯୋଗିତା ଉପରେ ଆଲୋକପାତ କରିଥିଲେ।

ପ୍ରାରମ୍ଭରେ ବିଦ୍ୟାଳୟ ର ଗୁରୁ ମା ମାନଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ ଗାନ କରାଯଇଥିଲା । ବରିଷ୍ଠ ଶିକ୍ଷୟିତ୍ରୀ ଅନ୍ନପୂର୍ଣ୍ଣା ପ୍ରଧାନ ବାର୍ଷିକ କ୍ରୀଡା ବିବରଣୀ ପଠନ କରିଥିଲେ ଓ ଧନ୍ୟବାଦ ପ୍ରଦାନ କରିଥିଲେ ।

Exit mobile version