ଖଙ୍ଗୁରିଆ ରାମଚଣ୍ଡୀ କ୍ରିକେଟ ଟୁର୍ଣାମେଣ୍ଟ ଉଦ୍ଘାଟିତ : ଖଙ୍ଗୁରିଆ ବି.ଏ ସି.ସି କ୍ରିକେଟ ଦଳ ବିଜୟୀ 

ବୋଲଗଡ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ବୋଲଗଡ଼ ବ୍ଲକ ଅନ୍ତର୍ଗତ ଖଙ୍ଗୁରିଆ ଗ୍ରାମର ରାମଚଣ୍ଡୀ କ୍ରିକେଟ କ୍ଳବ୍ ଆନୁକୁଲ୍ୟରେ ବଡ଼ ତୋଟା ଖେଳ ପଡ଼ିଆଠାରେ ଗୁରୁବାରଦିନ ଉଦ୍ଘାଟିତ ହୋଇଯାଇଛି।ନକଆଉଟ୍ ଭିତ୍ତିରେ ଖେଳାଯିବାକୁ ଥିବା ଏହି ଟୁର୍ଣାମେଣ୍ଟରେ ବୋଲଗଡ ବ୍ଲକର ବିଭିନ୍ନ ଗ୍ରାମରୁ ୧୦ଟି କ୍ରିକେଟ ଦଳ ଅଂଶଗ୍ରହଣ କରୁଅଛନ୍ତି ଆଜିର l ଉଦ୍ଘାଟନୀ ମ୍ୟାଚରେ ଖଙ୍ଗରିଆ ବି.ଏ.ସି. ସି କ୍ରିକେଟ ଦଳ ଟସ୍ ଜିତି ପ୍ରଥମେ ଫିଲିଡିଙ୍ଗ କରିବାର ନିଷ୍ପତି ନେଇଥିଲା l ପ୍ରଥମେ ଜାମୁସାହି ଆଜାଦ ୟଙ୍ଗଷ୍ଟାର କ୍ରିକେଟ ଦଳ ବ୍ୟାଟିଂ କରି ୧୫ ଓଭରରେ ତାର ସମସ୍ତ ଉଇକେଟ ହରାଇ ୮୮ରନ ସଂଗ୍ରହ କରିଥିଲା ।

ଏହାର ଜବାବରେ ଖଙ୍ଗୁରିଆ ବି.ଏ.ସି.ସି କ୍ରିକେଟ ଦଳ ୧୨ ଓଭର ୫ଟି ବଲ ଖେଳି ତାର ୯ଗୋଟି ମୂଲ୍ୟବାନ ଉଇକେଟ ହରାଇ ୮୯ରନ ସଂଗ୍ରହ କରି ବିଜୟୀ ହୋଇଥିଲା । ଏହି ମ୍ୟାଚଟିକୁ ଆମ୍ପେୟର ଭାବେ ସୁଶାନ୍ତ କୁମାର ରାଉତରାୟ ଓ ପ୍ରମୋଦ କୁମାର ରାଉତରାୟ ପରିଚାଳନା କରିଥିଲେ । ଏହି ଉଦ୍ଘାଟନୀ ସମାରୋହରେ ମୁଖ୍ୟଅତିଥି ଭାବେ ଯୁବ ସମାଜ ସେବୀ ନିରଞ୍ଜନ ନାୟକ ,

ସମ୍ମାନିତ ଅତିଥିଭାବେ ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ କୁମାର ସିଂହ ପ୍ରମୁଖ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ସହ କପ ଉନ୍ମୋଚନ କରିଥିଲେ।ଆୟୋଜକ ରାମଚଣ୍ଡୀ କ୍ରିକେଟ କ୍ଲବର ସଦସ୍ୟ ବିଶ୍ୱଜିତ,ବାଦଲ,ସୌମ୍ୟ ବବୁଲୁ ପ୍ରମୁଖ ସହଯୋଗ କରିଥିଲେ।ପରିଶେଷରେ ଆୟୋଜକ ରାମଚଣ୍ଡୀ କ୍ରିକେଟ କ୍ଳବର ସଦସ୍ୟ ଚନ୍ଦନ କୁମାର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version