କଳାହାଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ବୁଧବାର ପବିତ୍ର ମକର ସଂକ୍ରାନ୍ତି ଅବସରରେ ନର୍ଲା ବ୍ଳକ ଅନ୍ତର୍ଗତ ଭୀମକେଲା ରାମେଶ୍ବର ମହାଦେବ ମନ୍ଦିରରେ ମକରମେଳା ପର୍ବ ଅନୁଷ୍ଠିତ ହୋଇଛି । ୨୦ ତମ ମକର ମେଳା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ପୂର୍ବ ପ୍ରସ୍ତୁତି ସହ ଏଠାରେ ଷୋହଳ ପ୍ରହର ନାମଯଜ୍ଞ ମଧ୍ୟ ଆୟୋଜିତ ହୋଇଯାଇଛି । ମକର ସଂକ୍ରାନ୍ତି ସକାଳୁ ମନ୍ଦିର ପୂଜକ ଲଲିତ ଥନାପତି ଓ ଚିନ୍ତାମଣି ଥନାପତି ମହାଦେବଙ୍କ ସ୍ବତନ୍ତ୍ର ନୀତିକାନ୍ତି ଶେଷ କଲା ପରେ ଏଠାରେ ହରି ଓ ହରଙ୍କ ମିଳନ ପର୍ବ ହୋଇଥିଲା ।
ଗ୍ରାମର ବିଷ୍ଣୁଙ୍କ ମନ୍ଦିରକୁ ବିଜେ କରି ଥିଲେ ଦେବ ଦେବ ମହାଦେବଙ୍କ ପ୍ରତିମା । ସେଠାରୁ ହରିହର ମିଳନ କାର୍ଯ୍ୟ ସମାପ୍ତ ପରେ ଗ୍ରାମ ପରିକ୍ରମା କରିଥିଲେ । ଏ ସମସ୍ତ କାର୍ଯ୍ୟକ୍ରମରେ ପୂଜା କମିଟିର ସଭାପତି ବୁଟ ଗଉଡ, ଭାଗ୍ୟବନ୍ତ ମାଝୀ, ଉଦେନାଥ ଭୋଇ, ବିଘ୍ନରାଜ ଭୋଇ,ଜୟନ୍ତ ଗଉଡ, ରୋହିତ ସ୍ଵାଇଁ, ଶେଷଦେବ ପୋଢ, ନିତ୍ୟାନନ୍ଦ ସାହୁ, ତେଜରାଜ ସା, ସୀମାଞ୍ଚଳ ସାହୁ,କନ୍ଦର୍ପ ପ୍ରଧାନ, ଲକ୍ଷ୍ମଣ ଗଉଡ, କେଶବ ଚନ୍ଦ୍ର ଭୋଇ, ଅରକ୍ଷିତ ଭୋଇ,କମଳ ରଣା,ଦେବ ଭୋଇ ସହ ଗ୍ରାମବାସୀ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ ।
