ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଗଜପତି ଜିଲ୍ଲାପାଳଙ୍କ ମାନବିକ ଚେହେରା ପ୍ରକାଶ ପାଇଛି। ବାହାର ରାଜ୍ୟ ତାମିଲନାଡୁର ମଦୁରାଇ ଠାରେ କାର୍ଯ୍ୟରତ ଥିବା ଗଜପତିର ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହ ଗ୍ରାମକୁ ଫେରାଇ ଆଣିବାରେ ଅସମର୍ଥ ପରିବାରକୁ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ସହାୟତାର ହାତ ବଢ଼ାଇଛନ୍ତି ।
