ବୋଲଗଡ଼ ବଜରଙ୍ଗଦଳ ତରଫରୁ ମକର ମିଳନ

ବୋଲଗଡ଼  (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ପବିତ୍ର ମକର ସଙ୍କ୍ରାନ୍ତି ଅବସରରେ ବୋଲଗଡ଼ ପ୍ରଖଣ୍ଡ ବଜରଙ୍ଗଦଳ ତରଫରୁ ମକର ମିଳନ କାଯ୍ୟକ୍ରମ ବୋଲଗଡ଼ ସ୍ଥିତ ଗୋପବନ୍ଧୁ ଛକ ଠାରେ ବୁଧବାର ଦିନ ଅନୁଷ୍ଠିତ ହୋଇ ଯାଇଅଛି । ଏହି ମକର ମିଳନ କାଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ଖୋଦ୍ଧା ଜିଲ୍ଲା ବଜରଙ୍ଗଦଳ ସୁରକ୍ଷା ପ୍ରଭାରୀ ମୁକେଶ ସାମନ୍ତରାୟ ଓ

ସମ୍ମାନୀତ ଅତିଥି ଭାବେ ବୋଲଗଡ଼ ପ୍ରଖଣ୍ଡ ସଂଯୋଜକ ଇତେଶ କୁମାର ବେହେରା , ସୀତମ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ସଂଗଠନର ସଦସ୍ଯ ମାନଙ୍କ ଉପସ୍ଥିତିରେ ପୂଜାପାଠ ଓ ହୋମଯଜ୍ଞ କରାଯାଇ ସାମୁହିକ ହନୁମାନ ଚାଳିଶା ପାଠ ପଠନ କରାଯାଇଥିଲା ।

ମକର ମିଳନ ଉପଲକ୍ଷେ ଭାଇଚାରାର ସଂମ୍ପର୍କ ରକ୍ଷା କରାଯାଇ ୩୦୦ ରୁ ଉଦ୍ଧ ପଥଚାରୀ ମାନଙ୍କୁ ମକର ଚାଉଳ ବଣ୍ଟନ କରିବା ସଙ୍ଗେ ସଙ୍ଗେ ବୁଲା ଗୋମାତା ମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା । ସମସ୍ତ କାଯ୍ୟକ୍ରମ କୁ ସଦସ୍ଯ ସୁମନ୍ତ ମହାରଣା ଓ ସରୋଜ ଜେନା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ସମସ୍ତେ ଭାରତ ମାତାର ଜୟଗାନ କରି ଗୋସୁରକ୍ଷା ଦାବୀ ଉପସ୍ଥାପନ କରିଥିଲେ ।

Exit mobile version