Home ଓଡ଼ିଶା ଦାରିଙ୍ଗବାଡିରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ : ଇକୋ ରିଟ୍ରିଟ ସହ ହିଲଭିୟୁ ପାର୍କ ବୁଲି ଦେଖିଲେ by Proprietor Abhimanyu Maharana 7 months ago Share on FacebookShare on TwitterWhatsapp ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପ୍ରଥମ ଦାରିଙ୍ଗବାଡି ଗସ୍ତ ରେ ଆସି ସେ ପ୍ରଥମେ ଇକୋ ରିଟ୍ରିଟ ପରିସରରେ ପହଞ୍ଚିଥିଲେ । ସେଠାରେ ଇକୋ ରିଟ୍ରିଟ ବୁଲିବା ସହ ପର୍ଯ୍ୟଟକଙ୍କ ସହ ଆଲୋଚନା କରିଥିଲେ । ତେବେ ପର୍ଯ୍ୟଟନ କ୍ଷେତ୍ରକୁ ସଂଯୋଗ କରୁଥିବା ରାସ୍ତା ଗୁଡିକର ଉନ୍ନତି କରିବାକୁ ପର୍ଯ୍ୟଟକମାନେ ନିବେଦନ କରିଥିଲେ । ଏଥିସହ ଇକୋ ରିଟ୍ରିଟରେ ବହୁତ ଭଲ ସେବା ମିଳୁଥିଲେ ମଧ୍ୟ ପ୍ରତିଦିନ ସନ୍ଧ୍ୟାରେ ଗୋଟିଏ ସାଂସ୍କୃତିକ ଟିମ୍ ଦ୍ବାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବାରୁ ତାହା ଆଦୃତ ହୋଇପାରୁନାହିଁ ବୋଲି ପର୍ଯ୍ୟଟକ ଅସନ୍ତୋଷ ବ୍ୟକ୍ତି କରି ମୁଖ୍ୟ ଶାସନ ସଚିବଙ୍କୁ କହିଥିଲେ । ପରେ ଇକୋ ରିଟ୍ରିଟରୁ ମୁଖ୍ୟ ଶାସନ ସଚିବ ବାହାରି କଫି ବଗିଚା ଓ ହିଲଭିୟୁ ପାର୍କ ବୁଲି ପ୍ରଂଶସା କରିଥିଲେ । କଫି ବଗିଚାରେ କାର୍ଯ୍ୟରତ ସ୍ବୟଂ ସହାୟକ ଗୋଷ୍ଠି ର ଜଣେ ଆଦିବାସୀ ମହିଳାଙ୍କୁ ଭେଟି ତାଙ୍କ ବିଷୟରେ ଭଲ ମନ୍ଦ ପଚାରି ବୁଝିବା ସହ ତାଙ୍କ ଦିଲ୍ଲୀ ଗସ୍ତ ବିଷୟରେ ପଚାରିଥିଲେ । ମୁଖ୍ୟ ଶାସନଙ୍କ ଗସ୍ତ ସମୟରେ କନ୍ଧମାଳ ଜିଲାପାଳ ବେଦ ଭୂଷଣ, ବାଲିଗୁଡା ଉପଜିଲାପାଳ ପ୍ରଣୀତା ଦାସ, ଅତିରିକ୍ତ ଜିଲାପାଳ ରମେଶ ଚନ୍ଦ୍ର ଜେନା, ମୁଖ୍ୟ ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦୀ, ବିଡିଓ ପ୍ରୀତିରଞ୍ଜନ ରଥ, ତହସିଲଦାର ଧୀରଜ ପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ରାଜ୍ୟ ବିଧାନସଭା ବାଚସ୍ପତି ନିଜେ ସରକାରୀ ଆଇନ ଭାଙ୍ଗୁଛନ୍ତି : ଜାତୀୟ ପତାକା ଉତ୍ତୋଳନ ବେଳେ ଅଘଟଣ by Proprietor Abhimanyu Maharana August 17, 2026 Mother’s Public School Unveils State-of-the-Art Sports Hub in Bhubaneswar to Pioneer Athletic Excellence in Odisha by Proprietor Abhimanyu Maharana August 17, 2026 ମଦର୍ସ ପବ୍ଲିକ ସ୍କୁଲ୍ ପକ୍ଷରୁ ଅତ୍ୟାଧୁନିକ ସ୍ପୋର୍ଟସ ହବ୍ର ଶୁଭାରମ୍ଭ by Proprietor Abhimanyu Maharana August 17, 2026 ୮୦ତମ ସ୍ଵାଧୀନତା ଦିବସ ଚିଲିକା ବ୍ଲକ ଅନ୍ତର୍ଗତ ଅପର୍ତ୍ତୀ ଉଚ୍ଚ ବିଦ୍ୟାଳୟ ନଈରୀରେ ପାଳିତ ହୋଇଯାଇଛି by Proprietor Abhimanyu Maharana August 17, 2026 ବରିଷ୍ଠ ନାଗରିକ ସଂଘ ପକ୍ଷରୁ ସ୍ଵାଧୀନତା ଦିବସ ପାଳିତ by Proprietor Abhimanyu Maharana August 17, 2026 ଜାଗ୍ରୃତିକା ପକ୍ଷରୁ ସ୍ଵାଧୀନତା ଦିବସ ପାଳିତ by Proprietor Abhimanyu Maharana August 17, 2026