ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ମେଘା ଡ୍ରୁପ୍ ଆଉଟ୍ ନାମ ଲେଖା କ୍ୟାମ୍ପ ଅନୁଷ୍ଠିତ ହୋଇ ଯାଇଅଛି। ଉକ୍ତ କ୍ୟାମ୍ପ ରେ ମୁଖ୍ୟ ଅତିଥି ଭାବେ ତୁରେକେଲା ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଗୌତମ ପଟେଲ୍, ସମ୍ମାନନୀୟ ଅତିଥି ଭାବରେ ତୁରେକେଲା ବ୍ଲକ ଉପ ଶିକ୍ଷା ଅଧିକାରୀ ଶ୍ରୀ ଫକିର ଚରଣ ବିଶି ଓ ଶ୍ରୀ ଜଗବନ୍ଧୁ ମାଝୀ, ଏମ ଆଉ ଏସ୍ ରମେଶ ଚନ୍ଦ୍ର ସୁନା ଯୋଗଦାନ ଦେଇ ଥିଲେ।କଣ୍ଟାବାଞ୍ଜି ବାଳକ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ନିହାରିକା ନାଗ ସଭାପତିତ୍ବ କରି ଥିବା ବେଳେ କଣ୍ଟାବାଞ୍ଜି ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ଦିନେଶ ମହାନନ୍ଦ ମଂଚ ପରି ଚାଳନା କରି ଥିଲେ।
