ସାକ୍ଷୀଗୋପାଳ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ରାଜକିଶୋର ସେନାପତି – ଓଡ଼ିଆ ବିଶ୍ଵବିଦ୍ୟାଳୟର, ସତ୍ୟବାଦୀ, ପରିସରରେ ‘ଜାତୀୟ ସେବା ଯୋଜନା ଶାଖାର ସ୍ବତନ୍ତ୍ର ଶିବିର’ ଉଦଘାଟନୀ ଉତ୍ସବ ବେଶ୍ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି । ଐତିହ୍ୟ ସମ୍ପନ୍ନ ସତ୍ୟବାଦୀ ବନବିଦ୍ୟାଳୟଠାରେ ପ୍ରତିଷ୍ଠିତ ସ୍ବତନ୍ତ୍ର ଭାଷାଭିଭିକ ଓଡ଼ିଆ ବିଶ୍ବବିଦ୍ୟାଳୟର ଏହା ଜାତୀୟ ସେବା ଯୋଜନାର ପ୍ରଥମ ଶୀତକାଳୀନ ସ୍ବତନ୍ତ୍ର ଶିବିର ଅନୁଷ୍ଠିତ ହୋଇଯାଇଅଛି । ସର୍ବପ୍ରଥମେ ଓଡ଼ିଆ ବିଶ୍ବବିଦ୍ୟାଳୟର କୁଳସଚିବ, ଜାତୀୟ ସେବା ଯୋଜନା ଅଧିକାରୀ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଏବଂ ସମସ୍ତ ଅଧ୍ୟାପକ ଓ ସ୍ବେଚ୍ଛାସେବୀଙ୍କ ଦ୍ଵାରା ଏନ ଏସ ଏସ ପତାକା ଉତ୍ତୋଳନ କରାଯାଇ ଏହି ଶିବିରର ଆରମ୍ଭ କରାଯାଇଥିଲା ।
