ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ନୟାଗଡ଼ ଜିଲ୍ଲାରେ ଧାନର ଅଭାବି ବିକ୍ରି କଟନୀ ଛଟନୀ ଓ ଚାଷୀଙ୍କୁ କ୍ବିଣ୍ଟାଲ ପିଛା କମ୍ ଟାର୍ଗେଟ ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି ନବନିର୍ମାଣ କୃଷକ ସଂଗଠନ । ଚାଷୀମାନେ ହାତୀଆଶାଳ ମଠରୁ ଏକ ବାଇକ ଶୋଭାଯାତ୍ରା ଆସି ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ମୁଖ୍ୟମନ୍ତ୍ରୀଙଅକ ଉଦ୍ଦେଶ୍ୟରେ ଏକ ସ୍ମାରକୀ ପତ୍ର ଦେବା ସହ ମଣ୍ଡି ପୂଜା ହେବାର ୧୫ ଦିନ ପରେ ମଧ୍ୟ ଧାନ ନଉଠିବା ଲଜ୍ଜ୍ୟାଜନକ ବୋଲି କହିଥିଲେ ।
