ନାଗରିକ ସଂଶୋଧନ ଆଇନ୍ ଓ ଏନ୍.ଆର.ସି ବାତିଲ୍ ଦାବିରେ ଯୁବଛାତ୍ରଙ୍କ ବିନିଦ୍ର ରଜନୀ ପ୍ରତିବାଦ ଓ ଗଣଶପଥ ପାଠ

ଭୁବନେଶ୍ୱର (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର ତା -୧.୧.୨୦୨୦ :- କେନ୍ଦ୍ର ସରକାରଙ୍କ ପକ୍ଷରୁ ଏବେ ପ୍ରଣୀତ ହୋଇଥିବା ନାଗରିକ ସଂଶୋଧନ ଆଇନ୍ ସାଙ୍ଗକୁ ଏନ୍.ଆର.ସି ଓ ଏନ୍.ପି.ଆର ଦେଶର ଧର୍ମନିରପେକ୍ଷତା ଓ ସମ୍ବିଧାନ ପ୍ରତି ବିପଦ ହୋଇଥିବାରୁ ଏହାକୁ ରଦ୍ଦ କରିବା ଦାବୀରେ ଗତକାଲି ‘ୱି ଦି ପିପୁଲ୍ ଅଫ୍ ଇଣ୍ଡିଆ’ ପକ୍ଷରୁ ଏକ ବିନିଦ୍ର ରଜନୀ ପ୍ରତିବାଦ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ପ୍ରମୁଖ କର୍ମକର୍ତ୍ତା ସର୍ବଶ୍ରୀ ଅମିୟ ପାଣ୍ଡବ, ଜ୍ୟୋତିରଞ୍ଜନ ମହାପାତ୍ର, ପାର୍ଥସାରଥୀ ଜେନା, ଇଂ ସାରଦା ପ୍ରସନ୍ନ ସ୍ୱାଇଁ, ସୁଜାତା ବେହେରା ଏବଂ ପ୍ରତାପ ସାହୁଙ୍କ ନେତୃତ୍ୱରେ ଏଜି ଛକସ୍ଥିତ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ନିକଟରୁ ଏକ ମଶାଲ ଶୋଭାଯାତ୍ରା ବାହାରି ରାଜମହଲ ଛକ ପରିକ୍ରମା କରି ମାଷ୍ଟର କ୍ୟଣ୍ଟିନ ଛକରେ ପହଞ୍ôଚଥିଲା । ସେଠାରେ ମୁକ୍ତାକାଶ ତଳେ ସାରାରାତି ବିନିଦ୍ର ରଜନୀ ବିତାଇବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ବେଳେ ଠିକ୍ ରାତି ୧୨ଟା ସମୟରେ ଶତାଧିକ ଯୁବଛାତ୍ର ଛିଡ଼ାହୋଇ ସମ୍ବିଧାନର ମୁଖବନ୍ଧ ସମୂହ ପାଠ କରିବା ସହ ସମ୍ବିଧାନର ସୁରକ୍ଷା ଓ ଧର୍ମନିରପେକ୍ଷତାର ଧ୍ୱଜାକୁ ଉଦ୍ଧ୍ୱର୍ରେ ତୋଳି ଧରିବାକୁ ଗଣ ଶପଥପାଠ କରିଥିଲେ । ସାରା ରାତି ବିନିଦ୍ର ରହି ଏହି ପ୍ରତିବାଦ କାର୍ଯ୍ୟକ୍ରମକୁ ଯୁବ ସଂଗଠକ ମାନସ ରଞ୍ଜନ ସାହୁ, ଶିବ ମହାନ୍ତି, ଭୁବନ ଚନ୍ଦ୍ର ହାତୀ, ମାନସ ପଟ୍ଟନାୟକ, ନାରାୟଣ ଡ଼ାଳୁଆ, ଅବଦୁଲ କାଜିର, ଅବଦୁଲ କାଲାମ ଆଜାଦ, ଆକାଶ ବିଶ୍ୱାଳ, କ୍ରିଷ୍ଣା ଶତପଥୀ, ସନ୍ତୋଷ ମାଝୀ, ସଞ୍ଜୀବ ପତ୍ରୀ, ପ୍ରକାଶ କୁମାର ସାମନ୍ତସିଂହାର, ସ୍ୱାତୀ ମିଶ୍ର, ଗୁଣନିଧି ରାଉତ, ବିଶ୍ୱ ରଞ୍ଜନ ମହାପାତ୍ର, ପଦ୍ମଲୋଚନ ମହାପାତ୍ର, ସତିସ ମିଶ୍ର, ସଙ୍ଗୀତା କିଷାନ, କି.କେ. ନାୟକ, ସତ୍ୟବ୍ରତ ଜେନା, ଗୋହିଗୋବିନ୍ଦ ବେସ୍ରା ପ୍ରମୁଖ ପରି·ଳନାରେ ସହଯୋଗ କରିଥିଲେ ।

Exit mobile version