ବୋଲଗଡ ସରସ୍ଵତୀ ଶିଶୁ ମନ୍ଦିରର ରଜତ ଜୟନ୍ତୀ ପାଳିତ

” ସରସ୍ଵତୀ ଶିଶୁ ମନ୍ଦିର ହେଉଛି ବାସ୍ତବ ମଣିଷ ତିଆରି କାରଖାନା”

“ଚପଳମତୀ ଶିଶୁ ଯେ ମାଟିରୁ ବୈକୁଣ୍ଠରେ ପହଞ୍ଚାଏ ସେ ହେଉଛି ସରସ୍ଵତୀ ଶିଶୁ ମନ୍ଦିର” 

ବୋଲଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ବୋଲଗଡ଼ ଶିକ୍ଷା ବ୍ଲକ ଅନ୍ତର୍ଗତ ସରସ୍ବତୀ ଶିଶୁ ମନ୍ଦିରର ରଜତ ଜୟନ୍ତୀ ସମାରୋହର ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ୟ ବିରଞ୍ଚି ନାରାୟଣ ସାହୁଙ୍କ ଆବାହକତ୍ୱରେ ଦୁଇ ଦିନ ଧରି ଆୟୋଜିତ ରଜତ ଜୟନ୍ତୀ ଆଜି ଉଦଯାପିତ ହୋଇଯାଇଅଛି  ! ଉଦଯାପନୀ ସନ୍ଧ୍ୟାରେ ପରିଚାଳନା କମିଟିର ସଭାପତି ଗାନ୍ଧୀ କୁମାର ସାହୁ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବେ ରାଜ୍ୟ ବିଜେପି ଦଳର ଉପସଭାପତି ଡକ୍ଟର ଯତୀନ ମହାନ୍ତି,

ମୁଖ୍ୟବକ୍ତା ଭାବେ ରାଷ୍ଟ୍ରୟ ସ୍ୱୟଂ ସେବକ ସଂଘ ବରିଷ୍ଠ ସଦସ୍ୟ ଅସିତ କୁମାର ସାହୁ ସ୍ୱତନ୍ତ୍ର ଅତିଥିଭାବେ ବୋଲଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁ ଓ ସମ୍ମାନିତ ଅତିଥିଭାବେ ପରିଚାଳନା ସମିତିର ସମ୍ପାଦକ ରାମଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ଭାରତମାତା ଓ ସରସ୍ବତୀଙ୍କ ଫଟୋ ଚିତ୍ରରେ ପୁଷ୍ପ ଦେଇ ଏହାକୁ ଶୁଭଉଦଘାଟନ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଶିକ୍ଷା ଅନୁଷ୍ଠାନର ସଭାପତି ଅଧ୍ୟପକ ଗାନ୍ଧୀ କୁମାର ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ବିରଞ୍ଚି କୁମାର ସାହୁ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେଏବଂ ସମ୍ପାଦକ ରାମଚନ୍ଦ୍ର ସାହୁ ବାର୍ଷିକ ବିବରଣୀ ପଠନ କରିଥିଲେ ।

ଶିକ୍ଷା ଅନୁଷ୍ଠାନର ଛାତ୍ର ଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ।ସମସ୍ତ କୃତୀ ପ୍ରତିଯୋଗି ଛାତ୍ର ଛାତ୍ରୀ, ସ୍କୁଲ ପରିଚାଳନା କମିଟି ପୂର୍ବତନ/ବର୍ତମାନ ସଦସ୍ୟ,ସମସ୍ତ ଗୁରୁଜୀ ଗୁରୁମା ପରିବହନ କାରି ଗାଡିଚାଳକ,ଥାନା କର୍ମଚାରୀ. ଅଗ୍ନିଶମ ଅଧିକାରୀଓ ସାମ୍ବାଦିକମାନକୁ ସରସ୍ବତୀ ଶିଶୁ ମନ୍ଦିର ତରଫରୁ ସମ୍ବର୍ଦ୍ଧନା କରାଯାଇଥିଲା । ଶିକ୍ଷା ଅନୁଷ୍ଠାନର ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯାଇଥିଲା ।

ପରିଶେଷରେ ସ୍କୁଲ ପରିଚାଳନା କମିଟିର ସଦସ୍ୟା ଗୀତାଞ୍ଜଳି ନରେନ୍ଦ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ  । ଏହି କାର୍ଯ୍ୟକ୍ରମକୁ ଦମୟନ୍ତୀ ସାହୁ, କୈଳାଶ ଚନ୍ଦ୍ର ସୁବୁଦ୍ଧି, ଅଭିଜିତ ସ୍ୱାଇଁ, ନୂତନ କୁମାର, ସୁମିତ୍ରା ମହାରଣା, ମମତା ପରିଡା, ରାମମଣୀ ଗୁରୁମା ସମେତ ପରିଚାଳନା କମିଟି, ମାତୃଭାରତୀ ସମିତି, ବିଦ୍ୱାଟ ପରିଷଦ ସଦସ୍ୟ, ଅନୁଷ୍ଠାନର ଗୁରୁଜୀ, ଗୁରୁମା ମାନେ ପରିଚାଳନା କରିଥିଲେ ।

Exit mobile version