ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ଜନ୍ମ ଜୟନ୍ତୀ ସମାରୋହ

ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଦକ୍ଷିଣ ଓଡିଶାର ବରେଣ୍ୟ ବରପୁତ୍ର ତଥା ଆଧୁନିକ ଓଡ଼ିଶାର ନିର୍ମାତା ଗଞ୍ଜାମ ଖଲ୍ଲିକୋଟ ରାଜା ତଥା ବିଜ୍ଞାନ ମହାବିଦ୍ୟାଳୟ(ସ୍ଵୟଂ ଶାସିତ) ହିଞ୍ଜିଳିକାଟୁର ପ୍ରତିଷ୍ଠାତା ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ୧୨୬ ତମ ଜନ୍ମ ଜୟନ୍ତୀ ସମାରୋହ ମଙ୍ଗଳବାର ମହା ମହାବିଦ୍ୟାଳୟ ତରଫରୁ ସମାରୋହରେ ପାଳିତ ହୋଇଛି । ଅଧ୍ୟକ୍ଷ ଡ଼ଃ ପ୍ରଦୀପ କୁମାର ନନ୍ଦଙ୍କ ପୌରହିତ୍ୟରେ ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ ଶତବାର୍ଷିକୀ ସ୍ମୃତି କକ୍ଷ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ନାଟ୍ୟକାର, ଚଳଚିତ୍ର ନିର୍ଦ୍ଦେଶକ, ଗବେଷକ ମେଜର ରମାରମଣ ପାଢ଼ୀ,

ମୁଖ୍ୟ ବକ୍ତା ଭାବେ ଆଞ୍ଚଳିକ ଉଚ୍ଚଶିକ୍ଷା ଉପ – ନିର୍ଦ୍ଦେଶକ ଡ଼ଃ ସିଦ୍ଧାର୍ଥ ଶଙ୍କର ପାଢ଼ୀ ଓ ସମ୍ମାନିତ ଅତିଥି ଭାବେ ସଂଯୋଜିକା ସୁପ୍ରିୟା ଗୁପ୍ତା ଓ ଆଇକ୍ୟୁଏସି ସଂଯୋଜକ ଡଃ ପ୍ରଫୁଲ୍ଲ କୁମାର ରଥ ପ୍ରମୁଖ ମଞ୍ଚ ସୀନ ଥିଲେ। ଏହି ଅବସରରେ ସ୍ବର୍ଗତ ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ଆଞ୍ଚଳିକ ଭାଷା ଓ ଶିକ୍ଷା କ୍ଷେତ୍ରରେ ଓଡ଼ିଶାର ପ୍ରଶସ୍ତତାର ଏକ ବିରାଟ ସ୍ବପ୍ନ ଦେଖୁଥିଲେ । ତାଙ୍କରି ଅବଦାନରେ ଗଢି ତୋଳିଥିବା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ, ଖଲ୍ଲିକୋଟ ଓ ହିଞ୍ଜିଳିକାଟୁର ମହାବିଦ୍ୟାଳୟ ଏକ କୀର୍ତ୍ତି ସ୍ତମ୍ବ ଭାବେ ସ୍ମୃତି ବହନ କରିଛି ।

ବରପୁତ୍ରଙ୍କ ଆଶା ଓ ଆକାଂକ୍ଷାକୁ ପ୍ରତିପାଦିତ କଲେ ହିଁ ତାଙ୍କ ଉଦ୍ୟମ ଓ ଅବଦାନ ସାର୍ଥକ ହୋଇ ପାରିବ ବୋଲି ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ବକ୍ତବ୍ୟ ରଖିଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କୃତ କରି ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଅଧ୍ୟକ୍ଷ ଡଃ ଅରବିନ୍ଦ ପଣ୍ଡା, ପର୍ଶୁରାମ ସାହୁଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ।

Exit mobile version