Home ଓଡ଼ିଶା ମାତୃ ସ୍ବାସ୍ଥ୍ୟ ଓ ଶିଶୁର ଯତ୍ନରେ ସୁମନର ଭୂମିକା by Proprietor Abhimanyu Maharana 7 months ago Share on FacebookShare on TwitterWhatsapp ବାଲିପାଟଣା (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଶ୍ରୀମା ଅରବିନ୍ଦ ଫାଉଣ୍ଡେସନ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ବାଲିପାଟଣା ଏବଂ ବାଲିଅନ୍ତା ବ୍ଲକର ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମିଳିତ ସହଯୋଗରେ ସୁରକ୍ଷିତ ମାତୃତ୍ୱ ଓ ନବଯାତ ଶିଶୁ ଆସୋସନ ନିମନ୍ତେ ମାତୃ ସ୍ବାସ୍ଥ୍ୟ, ନବ ଜାତ ଶିଶୁଙ୍କର ସ୍ୱାସ୍ଥ୍ୟ କିପରି ସୁରକ୍ଷିତ ରହିବ ସେଥି ପ୍ରତି ଆଧ୍ୟାତ୍ମିକ ଚେତନା ବାଣୀ ଶୁଣାଇବା ଉଚିତ୍ ଏବଂ ଗର୍ଭ ଅବସ୍ଥାରେ ମା, ର ଯତ୍ନ ନେଲେ କିପରି ସୁରକ୍ଷିତ ମାତୃତ୍ୱ କମି ପାରିବ ,ଏଥି ନିମନ୍ତେ ସୁମନ ଅଧିନରେ ଥିବା କେନ୍ଦ୍ରଗୁଡ଼ିକ ଚିହ୍ନଟ କରିବା ପାଇଁ ସୁମନ ତାଲିକାରେ ପ୍ରତି ପଞ୍ଚାୟତ ୱାର୍ଡରେ ଥିବା ଗର୍ଭବତୀ ମା, ମାନଙ୍କୁ ସଚେତନ କରି ଖାଦ୍ୟ ଔଷଧ, ଚାଲିଚଳନ ଉପରେ କିପରି ନଜର ରଖିବା ଯାହା ବି ତାଙ୍କର ସାରିରୀକ ଦୁର୍ବଳ ଦେଖିବା କିମ୍ବା ଶାରୀରିକ ଖରାପ ହେବାର ଆଶଙ୍କା ଜଣାପଡୁଛି ତାଙ୍କୁ ତୁରନ୍ତ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇବା, ଶିଶୁ ଓ ମା, ର ଯେପରି କିଛି ଅସୁବିଧା ନ ହୁଏ ସେଥି ପ୍ରତି ତୁରନ୍ତ ଦୃଷ୍ଟି ଦେବା ଏଵଂ ମାତୃ ଓ ଶିଶୁ ମୃତ୍ୟୁହାର କମାଇବା ଏହାର ମୂଳ ଲକ୍ଷ । ସୁରକ୍ଷିତ ମାତୃତ୍ୱ ହିଁ ସ୍ବାସ୍ଥ୍ୟ ମା, ର ସୁସ୍ଥ, ଗାଁ ର ଓ ସୁସ୍ଥ ସମାଜର ପରିଚୟ ଏହା ହିଁ ଥିଲା ଏହି ତାଲିମିର ମୂଳ ଲକ୍ଷ । ସେଥି ପାଇଁ ସୁମନର ଆବିର୍ଭାବ । ଦୁଇ ବ୍ଲକର ୪୦ ଟି ସ୍ବାସ୍ଥ୍ୟ ଉପକେନ୍ଦ୍ରରେ ନିଯୁକ୍ତି ନିମନ୍ତେ ୪୦ ଜଣ ସୁମନ ଭଲ୍ୟୁଣ୍ଟରସଙ୍କୁ ପୃଥକ ପୃଥକ ଭାବେ ଦୁଇଟି କେନ୍ଦ୍ରରେ ତାଲିମ୍ ପ୍ରଦାନ କରାଯାଇଥିଲା । “ଆମ ସ୍ବାସ୍ଥ୍ୟ ଆମ ହାତରେ” ବିଷୟରେ ଆଜି ସୁମନ ଭଲ୍ୟୁଣ୍ଟରସମାନଙ୍କୁ ଉପସ୍ଥିତ ତାଲିମ୍ ଧାରୀମାନେ ବୁଝାଇଥିଲେ । ଏହି ତାଲିମ୍ କାର୍ଯ୍ୟକ୍ରମରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ବାଲିପାଟଣାର ସମ୍ପ୍ରସାରଣ ଅଧିକାରୀ ସତୀ ଲତା ବେହେରା, ସୂପରିଟେଣ୍ଡେଣ୍ଟ ଡକ୍ଟର ଶ୍ରୀକାନ୍ତ ବେହେରା, ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ( ବି ପି ଏମ) ଜୟନ୍ତ କୁମାର ଭୋଇ, ଏବଂ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଆୟୁଷ ମେଡିକାଲ ଅଫିସର ଡଃ ମାନବ ମଧୂଜିତ୍, ମେଡିକାଲ ଇନ୍-ଚାର୍ଜ ଗାୟତ୍ରୀ ମିଶ୍ର, ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ଅତଶି ମହାନ୍ତି, ବ୍ଲକ ଆକାଉଣ୍ଟସ ମ୍ୟାନେଜର ଅମୂଲ୍ୟ କୁମାର ସାମନ୍ତରାୟ, ବ୍ଲକ ଡାଟା ମ୍ୟାନେଜର ବିଦ୍ୟୁତ୍ ପ୍ରଭା ସ୍ଵାଇଁ, ପ୍ରମୁଖ ତାଲିମ୍ ପ୍ରଦାନ କରିଥିବାବେଳେ ଶ୍ରୀମା ଅରବିନ୍ଦ ସଙ୍ଗଠନର ରାଜ୍ୟ ସଂଗଠକ ସୁକାନ୍ତ କୁମାର ଜେନା, ଜୋନ ସଂଗଠନର ସୁମନ ଭଲ୍ୟୁଣ୍ଟରସ ଶ୍ରୀଧର ବେହେରା, ଖୋର୍ଦ୍ଧା ଜିଲ୍ଲା ସଂଗଠନର ରେଖା ବେହେରା, ପୁରୀ ଜିଲ୍ଲା ସଂଗଠିକା ଶ୍ରୀମତୀ କୌଶଲ୍ୟା ଭୋଇ, ବାଲିପାଟଣା ମଣ୍ଡଳ ଅଧିକାରୀ ବସନ୍ତ ସାହୁ, ବିପିନ ବିହାରୀ ଦାସ , ଲକ୍ଷ୍ମୀପ୍ରିୟା ସ୍ଵାଇଁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଏହି ସୁମନ ଭାଲ୍ୟୁଣ୍ଟିୟରସମାନଙ୍କ ଦ୍ବାରା ବାଳକାଟି ସ୍ଵାସ୍ଥ୍ୟ କେନ୍ଦ୍ର ପରିସରକୁ ସ୍ୱୋଛତା ଲାଗି ପରିଷ୍କାର ,ପରିଚ୍ଛନ୍ନ କରିଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ନୟାଗଡ ଜିଲ୍ଲାପାଳଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ଛାତ୍ର ଛାତ୍ରୀଙ୍କ ମନରେ ଉତ୍ସାହର ଲହରୀ by Proprietor Abhimanyu Maharana August 19, 2026 ଯୁବ ସ୍ଵାଭିମାନ ଦିବସରେ ରକ୍ତଦାନ ଶିବିର ରୁ ୭୪ ୟୁନିଟ୍ ରକ୍ତ ସଂଗ୍ରହ by Proprietor Abhimanyu Maharana August 19, 2026 ସମସ୍ୟା ଗୁଡ଼ିକର ତୁରନ୍ତ ସମାଧାନ ପାଇଁ ଅଧିକାରୀଙ୍କୁ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ by Proprietor Abhimanyu Maharana August 18, 2026 ପାଠ୍ୟ ପୁସ୍ତକରେ ସାଙ୍ଘାତିକ ତ୍ରୁଟି ପ୍ରସଙ୍ଗ ବଲାଙ୍ଗିରରେ ଶିକ୍ଷା ବଞ୍ଚାଅ ଆନେ୍ଦାଳନରେ ବିଜେଡିର ରଣ ହୁଙ୍କାର by Proprietor Abhimanyu Maharana August 18, 2026 Odisha Climbs to 7th Nationally in Rooftop Solar, Emerges as a Model for PM Surya Ghar Adoption by Proprietor Abhimanyu Maharana August 18, 2026 ରୁଫଟପ୍ ସୋଲାର କ୍ଷେତ୍ରରେ ଦେଶରେ ୭ମ ସ୍ଥାନକୁ ଉନ୍ନୀତ ହେଲା ଓଡ଼ିଶା ; ପିଏମ୍ ସୂର୍ଯ୍ୟ ଘର ଆପଣାଇବାରେ ପାଲଟିଲା ଏକ ମଡେଲ ରାଜ୍ୟ by Proprietor Abhimanyu Maharana August 18, 2026