ଚାନ୍ଦପୁର ଐତିହାସିକ ଦଶ ଦୋଳ ମେଳଣ ପଡ଼ିଆରେ : “ନୀଳାମ୍ବୁ ମହୋତ୍ସବ” ଆୟୋଜିତ ହେବାକୁ ଯାଉଛି.

ଚାନ୍ଦପୁର ଐତିହାସିକ ଦଶ ଦୋଳ ମେଳଣ ପଡ଼ିଆରେ ଆସନ୍ତା ଫେବୃଆରୀ ମାସ 6ତାରିଖ ଠାରୁ 12ତାରିଖ ପର୍ଯ୍ୟନ୍ତ ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ତରଫରୁ ନୀଳାମ୍ବୁ ମହୋତ୍ସବ ଆୟୋଜିତ ହେବାକୁ ଯାଉଛି.

ଟାଙ୍ଗୀ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :-  ଚାନ୍ଦପୁର ଐତିହାସିକ ଦଶ ଦୋଳ ମେଳଣ ପଡିଆରେ ଆସନ୍ତା ଫେବୃଆରୀ 6ତାରିଖ ଠାରୁ 12ତାରିଖ ପର୍ଯ୍ୟନ୍ତ 7ଦିନ ଵ୍ୟାରାଜ୍ୟ ତଥା ଦେଶର ଏକମାତ୍ର ପ୍ରକୃତି ମିତ୍ର ପୁରସ୍କାର ପ୍ରାପ୍ତ ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ତରଫରୁ 4ର୍ଥ ନୀଳାମ୍ବୁ ମହୋତ୍ସବ ଆୟୋଜିତ କରାଯିବା ପାଇଁ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ ହୋଇଛି. ଅଭିଭକ୍ତ ଚାନ୍ଦପୁର ପଂଚାୟତର କନ୍ଧ ନୟା ଗଡ଼ ଗ୍ରାମ ହେଉଛି ରାଜ ରାଜୁଡା ଶାସନ ବିରୋଧୀ ପ୍ରଜାମଣ୍ଡଳ ଆନ୍ଦୋଳନ ର ପ୍ରମୁଖ କେନ୍ଦ୍ର ସ୍ଥଳ. ଚାନ୍ଦପୁରର ଏତିହ୍ୟ ସଂସ୍କୃତି ମଧ୍ୟ କୌଣସି ଗୁଣରେ କମ ନୁହେଁ ଚାନ୍ଦପୁର ବାସୀଙ୍କ ମଧ୍ୟ ପ୍ରଜାମଣ୍ଡଳ ଆନ୍ଦୋଳନରେ ସମ୍ପୃକ୍ତି ରହିଥିଲା.

ରଣପୁର ରାଜମାତା ବସନ୍ତମଞ୍ଜରୀ ଦେବୀ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ଥିବା ସମୟରେ ନିଜସ୍ୱତ୍ୟାଗ ଓ ଉଦ୍ୟମ ଫଳରେ ଏଠାରେ ଭୟଙ୍କର ରୋଗ ରାଜ ଯକ୍ଷ୍ମା ଚିକିତ୍ସା ନିମିତ୍ତ ସ୍ଥାପନ କରିଥିଲେ 1958ମସିହାରେ ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ ନିବାସ. ଏଥିଯୋଗୁ ଚାନ୍ଦପୁରଟାଙ୍ଗୀ ନାମ ସମଗ୍ର ବିଶ୍ୱ ଇତିହାସରେ ସ୍ଥାନିତ ହୋଇପାରିଛି. ସେହି ସମୟରେ ଟାଙ୍ଗୀ ରଣପୁର ନିର୍ବାଚନ ମଣ୍ଡଳୀ ଥିଲା ଟାଙ୍ଗୀ ଥାନାର ହରିପୁର ଶାସନ ପର୍ଯ୍ୟନ୍ତ ଏହି ନିର୍ବାଚନ ମଣ୍ଡଳୀ ସୀମା ପରିବ୍ୟାପ୍ତ ଥିଲା. 1967ମସିହା ପର୍ଯ୍ୟନ୍ତ ଏହା ବଳ ବତର ଥିଲା.ତେଣୁ ରାଜମାତା ବସନ୍ତ ମଞ୍ଜରୀ ଦେବୀ ଆମ ଚିର ନମସ୍ୟ.

ଅମର ସୌଭାଗ୍ୟ ଯେ, ଆଉ ଜଣେ ମହିୟସୀ ମହିଳା ରଣପୁରର ବିଧାୟିକା ରୁପେନିର୍ବାଚିତ ହୋଇ ସମ୍ମାନନୀୟା ସୁରମା ପାଢ଼ୀ ଓଡିଶା ବିଧାନ ସଭାର ମର୍ଯ୍ୟାଦା ଜନକ ବାଚସ୍ପତି ଆସନ ଅଳଙ୍କୃତ କରି ଆମ ଅଞ୍ଚଳ ତଥା ଅଞ୍ଚଳ ବାସୀଙ୍କୁ ଗୌରବାନ୍ୱିତ କରିଛନ୍ତି. ଚାନ୍ଦପୁର କନ୍ଧ ନୟା ଗଡ଼ ର ଏହି ସଂଗ୍ରାମୀ ସଂସ୍କୃତି ଅତିହ୍ୟ ସମ୍ପ୍ରର୍ଣ୍ଣ ମାଟିରେ ନୀଳାମ୍ବୁ ମହୋତ୍ସବ ଆୟୋଜନ କରିବାକୁ ଯାଉଥିବାରୁ ଆମେ ନିଜକୁ ଧନ୍ୟ ମନେ କରୁଛୁ.

ଏହି ଅବସରରେ ଏହି ପଂଚାୟତ ଦ୍ବୟର ସମସ୍ତ ନିର୍ବାଚିତ ଲୋକ ପ୍ରତିନିଧି, ଦଶ ଦୋଳ କମିଟି ସମେତ ବିଭିର୍ଣ୍ଣ କମିଟି, କ୍ଲବ, ବ୍ୟବସାୟୀ, ସାମାଜିକ ଓ ବିଭିର୍ଣ୍ଣ ଦଳୀୟ କର୍ମୀ, ସ୍ଵେଛାସେବୀ ସଂଗଠନ, ସରକାରୀ ବେସରକାରୀ କର୍ମଚାରୀ, ଶିକ୍ଷକ ଶିକ୍ଷୟିତ୍ରୀ, ମା’ଭଉଣୀ ଓ ଯୁବ ବନ୍ଧୁ ମାନେ ଆମ୍ଭମାନଙ୍କୁ ଏଥିରେ ସହଯୋଗ କରି ମହୋତ୍ସବକୁ ସଫଳ କରିବା ପାଇଁ ବିନମ୍ର ନିବେଦନ ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ତରଫରୁ କରୁଅଛୁ. ଆମେ ନିମିତ୍ତ ମାତ୍ର. ସମସ୍ତ ଶ୍ରେୟ ଆପଣ ମାନଙ୍କର.

Exit mobile version