Home ଓଡ଼ିଶା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ “ପିଏମ ଶ୍ରୀ ଉତ୍ସବ ୨୦୨୫-୨୬” ଅନୁଷ୍ଠିତ by Proprietor Abhimanyu Maharana 8 months ago Share on FacebookShare on TwitterWhatsapp ରାମନାଗୁଡା (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ରାୟଗଡା ଜିଲ୍ଲା ରାମନାଗୁଡା ବ୍ଳକ ସଦର ମହକୁମା ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ପିଏମ ଶ୍ରୀ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ଗୌରୀ ପ୍ରସାଦ ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ତାଙ୍ଗୁଡୁ ଶ୍ରୀଧର, ମୁଖ୍ୟବକ୍ତା ଭାବେ ବ୍ଳକ ଶିକ୍ଷା ଅଧିକାରୀ ସୁଜନ ମଲ୍ଲିକ, ପଞ୍ଚସଖା ଶିକ୍ଷା ସେତୁ ସଭାପତି ବନମାଳୀ ମହାରଣା,ବିଦ୍ୟାଳୟ ପରିଚାଳନା ସଭାପତି ସୂର୍ଯ୍ୟ ରାଓ କୁମ୍ବ୍ରିକା,ରାମନାଗୁଡା ଥାନା ଏସଆଇ ବାବୁଲା ପ୍ରଧାନ, ଏ ଏସ ଆଇ ଜଗନ୍ନାଥ ବେହେରା, ଭାମିନି ପଞ୍ଚାୟତର ପୂର୍ବତନ ସରପଞ୍ଚ ପି.ନାଇଡୁ, ବରିଷ୍ଠ ନାଗରିକ ଗୋବିନ୍ଦ ସେନାପତି, ପୁ୍ର୍ବତନ ସଂସ୍କୃତ ଶିକ୍ଷକ ଲଳିତ ମୋହନ ନନ୍ଦ, ଭି.କୁମାର ସ୍ୱାମୀ ପ୍ରମୁଖ ମଞ୍ଚାସୀନ ଥିଲେ । ଅତିଥି ମାନଙ୍କ ଦ୍ଵାରା ଜଗତର ନାଥ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ନିକଟରେ ପଦୀପ ପ୍ରଜ୍ଜଳନ ପରେ ଛାତ୍ରୀ ମାନଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ ପରିବେଷଣ କରାଯାଇ ଥିବା ବେଳେ ବିଦ୍ୟାଳୟ ପକ୍ଷରୁ ମଞ୍ଚାସୀନ ଅତିଥି ମାନଙ୍କୁ ଉପଢୌକନ ଦେଇ ରାୟଗଡା ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ମଝିଘରିଆଣୀଙ୍କ ଫୋଟ ଚିତ୍ର ପ୍ରଦାନ କରି ସମ୍ବର୍ଦ୍ଧନା କରାଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅଧ୍ୟକ୍ଷ ଙ୍କ ଦ୍ଵାରା PM SHRI ବିଷୟରେ ଆଲୋକପାତ କରି ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ। ସେହିପରି ଅତିଥି ମାନେ ନିଜ ନିଜର ଅଭିଭାଷଣ ରଖିଥିଲେ। ଏହାପରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ଖୋଲା ଯାଇଥିବା ଷ୍ଟଲ ଗୁଡିକ ଅତିଥି ମାନଙ୍କ ଦ୍ୱାରା ଉଦଘାଟନ କରାଯାଇଥିଲା । ପିଏମ ଶ୍ରୀ ଯୋଜନା ଅନ୍ତର୍ଗତ ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ଏହି ଉତ୍ସବ ସ୍ଥାନୀୟ ପିଏମ ଶ୍ରୀ ବିଦ୍ୟାଳୟ ପ୍ରାଙ୍ଗଣରେ ଉତ୍ସାହର ସହିତ ସଫଳ ଭାବେ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଶିକ୍ଷା ବିଭାଗର ଅଧିକାରୀ, ସ୍ଥାନୀୟ ପ୍ରଶାସନ, ପୋଲିସ ଅଧିକାରୀ, ଶିକ୍ଷକ ଓ ଅଭିଭାବକମାନେ ଉପସ୍ଥିତ ଥିଲେ । ଅତିଥିମାନେ ପିଏମ ଶ୍ରୀ ଯୋଜନା ମାଧ୍ୟମରେ ବିଦ୍ୟାଳୟର ଆଧୁନିକୀକରଣ ଓ ଛାତ୍ରଛାତ୍ରୀଙ୍କ ସମଗ୍ର ବିକାଶ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସାଂସ୍କୃତିକ ପ୍ରଦର୍ଶନ ସମସ୍ତଙ୍କୁ ଆକର୍ଷିତ କରିଥିଲା । ଶେଷରେ ଆୟୋଜକମାନେ ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ବରିଷ୍ଠ ଶିକ୍ଷୟିତ୍ରୀ ସ୍ମିତାରାଣୀ ତୁଳ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅଧ୍ୟକ୍ଷ ଗୌରୀ ପ୍ରସାଦ ପଣ୍ଡା ସଭା ସାଙ୍ଗ କରିଥିଲେ।ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ, ଛାତ୍ର, ଛାତ୍ରୀ,NCC Students, ଉପସ୍ଥିତ ରହି କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ । Categories: ଓଡ଼ିଶା, ରାୟଗଡା, ହୋମ୍ Related Content ଜାତୀୟ ଅନସୁଚୀତ ଜନଜାତି ଆୟୋଗ ଙ୍କ ପୁରୀ ଜିଲ୍ଲା ଗସ୍ତ by Proprietor Abhimanyu Maharana September 8, 2026 ଗଞ୍ଜେଇ ସହ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ, ବାଇକ ଜବତ : ତିନି କୁଖ୍ୟାତ ଡକାୟତ ଗିରଫ by Proprietor Abhimanyu Maharana September 8, 2026 ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ୨୦୨୬ରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତା; ରାଉରକେଲା ଓ କଳିଙ୍ଗନଗରକୁ ଜାତୀୟ ସ୍ତରରେ ପ୍ରଥମ ସ୍ଥାନ by Proprietor Abhimanyu Maharana September 8, 2026 Strengthening Odisha’s Power Transmission Infrastructure: A New Era of Confidence in Power System of Odisha by Proprietor Abhimanyu Maharana September 8, 2026 ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତକଙ୍କ ପରିଚୟ ଚିହ୍ନଟ, ପରିବାରକୁ ହସ୍ତାନ୍ତର ମୃତଦେହ by Proprietor Abhimanyu Maharana September 7, 2026 କାରିଗରଙ୍କ ସହିତ ବିଶ୍ୱକର୍ମାଙ୍କ ଆଶୀର୍ବାଦ ଅଛି, ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ by Proprietor Abhimanyu Maharana September 7, 2026