ବୋତଳମା ପଞ୍ଚାୟତ ପଲ୍ଲୀରେ ପ୍ରଶାସନ

ବେଗୁନିଆ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :-  ବେଗୁନିଆ ବ୍ଲକ ବୋତଲମା ପଞ୍ଚାୟତ କାର୍ଯ୍ୟାଳୟ ରେ ପଲ୍ଲୀ ରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ଲକ ର ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ କଳ୍ପନା ସାଥୁଆ, ବୋତଳମା ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଦେବାଶିଷ ଆଚାର୍ଯ୍ୟ, ସମନ୍ୱିତ ଶିଶୁ ବିକାଶ ଅଧିକାରୀ ବିନୋଦିନୀ ପଣ୍ଡା ,

ସୁପରଭାଇଜର ସରବାରୀ ବିବି ,ଆଦିତ୍ୟ ନାରାୟଣ ସିଂ (ଜେ.ଇ), ଐଶ୍ଵର୍ଯ୍ୟ ଭଞ୍ଜଦେଓ(ଏ.ଇ.ଇ), ବ୍ଲକ କୃଷି ଅଧିକାରୀ ନାଜନିନୀ କୌଶର, ଶିକ୍ଷା ବିଭାଗ ସି. ଆର.ସି.ସି ମାନସ କୁମାର ପରିଡ଼ା, ଡ଼ଃ ସମୀକ୍ଷା ଦେଉରୀ,ପ୍ରମୁଖ ବ୍ଲକ ସ୍ଥରୀୟ ବିଭାଗୀୟ ମୁଖ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ଜନ ଶୁଣାଣି କରିଥିଲେ । ଜନସାଧାରଣ ପକ୍ଷରୁ ୨୧୬ ଟି ଆପତ୍ତି ଅଭିଯୋଗ ଦାଖଲ ହୋଇଥିଲା ।

ସ୍ବାସ୍ଥ୍ୟ ବିଭାଗ,କୃଷି ବିଭାଗ,ଶିକ୍ଷା ବିଭାଗ,ମହିଳା ଶିଶୁ ବିକାଶ ବିଭାଗ,ପାନୀୟ ଜଳ ବିଭାଗ ତରଫରୁ ୧୫ ଟି ଷ୍ଟଲ ଖୋଲା ଯାଇଥିଲା ପକ୍କାଘର ,ଖାଉଟି କାର୍ଡ ପାଇଁ ସର୍ବାଧିକ ଅଭିଯୋଗ ଆସିଥିଲା । ସ୍ଥାନୀୟ ସରପଞ୍ଚ ପ୍ରମୋଦ କୁମାର ଦଳାଇ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପଞ୍ଚାୟତ ନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ସାହୁ, ନାୟବ ସରପଞ୍ଚ ସୁପ୍ରଭା ସୁନ୍ଦରାୟ ,ସମସ୍ତ ୱାର୍ଡ ମେମ୍ବର , ଅଙ୍ଗନୱାଡ଼ି କର୍ମୀ,ଆଶା କର୍ମୀ ସହଯୋଗ କରିଥିଲେ ।

Exit mobile version