ମା ମାନେ ହେଲେ ପିଲାମାନଙ୍କ ପ୍ରଥମ ଗୁରୁ

ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ମା ମାନେ ହେଲେ ପିଲାମାନଙ୍କର ପ୍ରଥମ ଗୁରୁ l ପିଲା ମାନଙ୍କର ଚରିତ୍ର ଗଠନ କରିବାରେ ମା ମାନଙ୍କର ଭୂମିକା ଗୁରୁତ୍ୱ ପୂର୍ଣ୍ଣ l ପରିବାର, ଶିକ୍ଷା କ୍ଷେତ୍ର, ପରିବେଶ ଏବଂ ସାମାଜିକ କ୍ଷେତ୍ରରୁ ପିଲାମାନଙ୍କୁ ପ୍ରୋତ୍ସାହନ ଯୋଗାଇଦେଲେ ଭବିଷ୍ୟତରେ ସେମାନେ ସୁନାଗରିକ ହେବା ସହିତ ରାଷ୍ଟ୍ର ଗଠନରେ ସହାୟକ ହେବେ ବୋଲି

ରବିବାର ଜଗତସିଂହପୁର ଜିଲ୍ଲା ପଳଶୁଦ୍ଧl ଗ୍ରାମସ୍ତିତ ରିଚ ଲୁକ କିଡ଼ସ ପ୍ଲେ ସ୍କୁଲ ର 26 ତମ ବାର୍ଷିକ ଉଚ୍ଛବରେ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି ଲମିଲିରାଣୀ ମିଶ୍ର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବରେଣ୍ୟ ଅତିଥିତି ଭାବେ ବରିଷ୍ଠ ସାମ୍ବାଦିକ ଅଭିମନ୍ୟୁ ମହାରଣା, ପ୍ରଶାନ୍ତ କୁମାର ରାଉତ, କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ,  

ବିନୋଦ କୁମାର ଭୋଇ, ଶର୍ମିଷ୍ଠା ନାୟକ, ରୁପେନ୍ଦ୍ର ମିଶ୍ର, ଲଷ୍ମୀପ୍ରିୟା ଦାସ, ଅଶୋକ ତ୍ରିପାଠୀ, ରୂପରେଖା ସାହୁ, ପ୍ରମୁଖ ଯୋଗଦେଇ ଉପରୋକ୍ତ ମତବ୍ୟକ୍ତ କରିଥିଲେ ପିଲା ମାନଙ୍କ ଦ୍ୱାରା ନୃତ୍ୟ, ସଂଗୀତ କରାଯିବା ସହ ନାଟକ ” ଭୁଲ କାହାର ଭୋଗୁଛି କିଏ ” ମଞ୍ଚସ୍ଥ କରାଯାଇଥିଲା l

ସ୍କୁଲ ର ପ୍ରତିଷ୍ଠାତା ଜ୍ଞାନରଞ୍ଜନ ନନ୍ଦ ଓ ପତ୍ନୀ ମିନତୀ ନନ୍ଦ ସମସ୍ତ କାର୍ଯ୍ୟକ୍ରମ କୁ ସୁନ୍ଦର ଭାବରେ ପରିଚାଳନା କରିଥିଲେ l ଛାତ୍ର ଛାତ୍ରୀ ମାନଙ୍କ ପିତା ମାତା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପ ଭୋଗ କରିଥିଲେ l

Exit mobile version