Home ଓଡ଼ିଶା ବଡଦାଣ୍ଡରେ ଗଡ଼ିଲା ସ୍ବଦେଶୀ ସଂକଳ୍ପ ରଥ by Proprietor Abhimanyu Maharana 7 months ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଭାରତକୁ ସ୍ବଦେଶୀ ଓ ସ୍ୱାବଲମ୍ବନରେ ସୁଦୃଢ କରିବା ଉଦେଶ୍ୟରେ ସ୍ୱାମୀ ବିବେକାନନ୍ଦଙଙ୍କ ଜୟନ୍ତୀ ଅନ୍ତରାଷ୍ଟ୍ରୀୟ ଯୁବ ଦିବସ’ ଅବସରରେ ସ୍ବଦେଶୀ ସଂକଳ୍ପ ରଥ ଯାତ୍ରା ଗୁଣ୍ଡିଚା ମନ୍ଦିର ନିକଟରୁ ଆରମ୍ଭ ହୋଇଯାଇଛି। ଏହି ଅବସରରେ ଗୁଣ୍ଡିଚା ମନ୍ଦିର ଠାରୁ ମାର୍କେଟ ଛକ ପର୍ଯ୍ୟନ୍ତ ଏକ ଗଣଦୌଡର ମଧ୍ୟ ଆୟୋଜନ ହୋଇଥିଲା । ବିଭିନ୍ନ କଲେଜର ଶତାଧିକ ଛାତ୍ରଛାତ୍ରୀ, ଓ ଯୁବକ ପୋଷ୍ଟର ବ୍ୟାନର ଧରି ଗଣଦୌଡ଼ (ରନ ଫର ସ୍ବଦେଶୀ)ରେ ଅଂଶଗ୍ରହଣ କରି ମାର୍କେଟ ଛକ ପର୍ଯ୍ୟନ୍ତ ଯାଇଥିଲେ । ସ୍ୱାବଲମ୍ବୀ ଭାରତ ଅଭିଯାନର କ୍ଷେତ୍ରୀୟ ସମନ୍ଵୟକ ସାରଦା ପ୍ରସାଦ ଶତପଥି ଓ ଅଖିଳ ଭାରତ ସଂଘର୍ଷ ବାହିନୀ ପ୍ରମୁଖ ଅନ୍ନଦା ଶଙ୍କର ପାଣିଗ୍ରାହୀ ପତାକା ଦେଖେଇ ରଥର ଶୁଭ ଉଦଘାଟନ କରିବା ସହ ଗଣଦୌଡ଼ରେ ସାମିଲ ହୋଇଥିଲେ । ଯାତ୍ରା ପୂର୍ବରୁ ଏକ ପଥପ୍ରାନ୍ତ ସଭାରେ ଶ୍ରୀ ଶତପଥୀ କହିଥିଲେ ଯେ ବର୍ତ୍ତମାନ ବିଶ୍ୱର ଚତୁର୍ଥ ଆର୍ଥିକ ଶକ୍ତି ଭାବେ ଉଭା ଭାରତ ଅଳ୍ପ କିଛି ବର୍ଷ ଭିତରେ ତୃତୀୟ ଆର୍ଥିକ ଶକ୍ତି ହେବାକୁ ଯାଉଛି । ନିଜସ୍ୱ ଗାନ କୌଶଳରେ ଉତ୍ପାଦିତ ଦ୍ରବ୍ୟର ବହୁଳ ବ୍ୟବହାର ହେଲେ ଦେଶ ସମ୍ପୂର୍ଣ ଆତ୍ମନିର୍ଭରଶିଳ ହେବା ସହ ବିଶ୍ୱର ପ୍ରଥମ ଆର୍ଥିକ ଶକ୍ତି ହେବା ବି କିଛି ବଡ଼କଥା ନୁହେଁ । ତେଣୁ ଦେଶକୁ ବିଶ୍ୱର ପ୍ରଥମ ଆର୍ଥିକ ଶକ୍ତି କରିବାକୁ ହେଲେ ସ୍ବଦେଶୀ ବସ୍ତୁର ନିର୍ମାଣ ସଂଗେ ସଂଗେ ବ୍ୟବହାର ହିଁ ଏକମାତ୍ର ପନ୍ଥା ବୋଲି ମତବ୍ୟକ୍ତକରିଥିଲେ । ଅଖିଳ ଭାରତ ସଂଘର୍ଷ ବାହିନୀ ପ୍ରମୁଖ ଶ୍ରୀ ପାଣିଗ୍ରାହୀ କହିଥିଲେ ଯେ ସ୍ବଦେଶୀ ଓ ବିକାଶ ସମପର୍ଯ୍ୟାୟବାପି ଶବ୍ଦ । ସ୍ବଦେଶୀ ବିନା ବିକାଶ ଓ ବିକାଶ ବିନା ସ୍ବଦେଶୀ ସମ୍ଭବ ନୁହେଁ । ଦେଶକୁ ଆର୍ଥିକ ଶକ୍ତି ଭାବେ ଦେଖିବାକୁ ବିଦେଶୀ ବସ୍ତୁର ବର୍ଜନ ଓ ସ୍ବଦେଶୀ ଜିନିଷ ଆପଣେଇବାକୁ ହିଁ ପଡିବ । ଆମ ପାଖରେ ୧୪୦ କୋଟି ଜନସଂଖ୍ୟାର ବିଶାଳ ଖାଉଟି ବଜାର ରହିଛି । ଆମ ନିକଟରେ ପ୍ରଯୁକ୍ତି ଜ୍ଞାନ କୌଶଳର ମଧ୍ୟ ଅଭାବ ନାହିଁ । ଏହି ଜ୍ଞାନ କୌଶଳକୁ ଉପଯୋଗ କରି ନିର୍ମାଣ କରିବାର ଇଚ୍ଛା ଶକ୍ତି ଥରେ ଜାଗ୍ରତ କରିଦେଲେ, ଦେଶରେ ବେକାରୀ ସମସ୍ୟା ରହିବ ନାହିଁ ବୋଲି ପ୍ରକାଶ କରିଥିଲେ । ପୂର୍ବ ପ୍ରାନ୍ତ ସହ ସଂଯୋଜକ ପ୍ରସନ୍ନ ଛୋଟରାୟ ଉପସ୍ଥିତ ରହି ଭୋକାଲ ଫର ଲୋକାଲ ଉପରେ ଗୁରୁତ୍ୱ ଦେଇଥିଲେ । ଅନ୍ୟମାନଙ୍କ ଭିତରେ ଶିକ୍ଷାବିତ ଅମୀୟ ମିଶ୍ର, ଡା ଦେବେନ୍ଦ୍ର ତରେଇ, ପ୍ରଶାନ୍ତ ଭୂୟାଁ, ସୁଶ୍ରୀ ପାଣି, ବିଶ୍ଵନ୍ନାଥ ପଣ୍ଡା, ସ୍ୱର୍ଯ୍ୟ ରଥ, ଲକ୍ଷ୍ମୀପ୍ରିୟା ସାହୁ ନିଜର ବ୍ୟକ୍ତବ୍ୟ ପ୍ରଦାନ କରିଥିଲେ । ସ୍ବଦେଶୀ ଜାଗରଣ ମଞ୍ଚ ଜିଲ୍ଲା ବିଚାର ପ୍ରମୁଖ ସରୋଜ କୁମାର ମିଶ୍ର, ଜିଲ୍ଲା ପ୍ରଚାର ପ୍ରମୁଖ ସଞ୍ଜୟ ମହାନ୍ତି, ସହ ସଂଯୋଜକ ଉପେନ୍ଦ୍ର ବିଶୋଇ, ବରିଷ୍ଟ ସଭ୍ୟ ତରଣାଦିତ୍ୟ ମିଶ୍ର ପ୍ରମୁଖ ସଂକଳ୍ପ ଯାତ୍ରା ପରିଚାଳନା କରିଥିଲେ । ସ୍ବଦେଶୀ ଜାଗରଣ ମଞ୍ଚ ପକ୍ଷରୁ ଆୟୋଜିତ ଏହି ଦଶଦିବଶୀୟ ରଥଯାତ୍ରା ରାଜ୍ୟ ପୂର୍ବପ୍ରାନ୍ତ୍ରର ୧୭ଟି ଜିଲ୍ଲା ଅତିକ୍ରମ କରି ଚଳିତ ମାସ ୨୨ ତାରିଖ ଭୁବନେଶ୍ୱରରେ ପହଞ୍ଚିବ । ସେହିଭଳି ଶବର ଶ୍ରୀକ୍ଷେତ୍ର କୋରାପୁଟରୁ ସୋମବାର ଠାରୁ ଆରମ୍ଭ ହୋଇଥିବା ଆଉ ଏକ ରଥ ପଶ୍ଚିମାଞ୍ଚଳର ୧୩ଟି ଜିଲ୍ଲା ଭ୍ରମଣ କରି ଭୁବନେଶ୍ୱରରେ ପହଞ୍ଚିବ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଉପସ୍ଥିତିରେ ସମାପନ ହେବ । Categories: ଓଡ଼ିଶା, ପୁରୀ, ହୋମ୍ Related Content ନୟାଗଡ ଜିଲ୍ଲାପାଳଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ଛାତ୍ର ଛାତ୍ରୀଙ୍କ ମନରେ ଉତ୍ସାହର ଲହରୀ by Proprietor Abhimanyu Maharana August 19, 2026 ଯୁବ ସ୍ଵାଭିମାନ ଦିବସରେ ରକ୍ତଦାନ ଶିବିର ରୁ ୭୪ ୟୁନିଟ୍ ରକ୍ତ ସଂଗ୍ରହ by Proprietor Abhimanyu Maharana August 19, 2026 ସମସ୍ୟା ଗୁଡ଼ିକର ତୁରନ୍ତ ସମାଧାନ ପାଇଁ ଅଧିକାରୀଙ୍କୁ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ by Proprietor Abhimanyu Maharana August 18, 2026 ପାଠ୍ୟ ପୁସ୍ତକରେ ସାଙ୍ଘାତିକ ତ୍ରୁଟି ପ୍ରସଙ୍ଗ ବଲାଙ୍ଗିରରେ ଶିକ୍ଷା ବଞ୍ଚାଅ ଆନେ୍ଦାଳନରେ ବିଜେଡିର ରଣ ହୁଙ୍କାର by Proprietor Abhimanyu Maharana August 18, 2026 Odisha Climbs to 7th Nationally in Rooftop Solar, Emerges as a Model for PM Surya Ghar Adoption by Proprietor Abhimanyu Maharana August 18, 2026 ରୁଫଟପ୍ ସୋଲାର କ୍ଷେତ୍ରରେ ଦେଶରେ ୭ମ ସ୍ଥାନକୁ ଉନ୍ନୀତ ହେଲା ଓଡ଼ିଶା ; ପିଏମ୍ ସୂର୍ଯ୍ୟ ଘର ଆପଣାଇବାରେ ପାଲଟିଲା ଏକ ମଡେଲ ରାଜ୍ୟ by Proprietor Abhimanyu Maharana August 18, 2026