ଖରିଫ ଫସଲ ବୀମା ପ୍ରଦାନ ନକଲେ ରାଜ ରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ – ପଦ୍ମପୁର

ଓଡ଼ିଶା ତାଜା ନ୍ୟୁଜ (୨୧ ସେପ୍ଟେମ୍ବର ସୋମବାର) ପଦ୍ମପୁର :- ତା୨୧/ ୯ /୨୦ ପଦ୍ମପୁର ଉପଖଣ୍ତର ଲଖମରା, ବାଦିକଟା,ଭେଙ୍ଗରାଜପୁର ଆଦି ଗ୍ରାମ ପଞ୍ଚାୟତର ଚାଷୀ ୨୦୧୯ – ୨୦ ବର୍ଷର ଖରିଫ ଫସଲ ବୀମା ପ୍ରଦାନ କରିବା ସମ୍ବନ୍ଧରେ ଆଜି ପଦ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାବି ପତ୍ର ପ୍ରଦାନ କରିଛନ୍ତି । ସୂଚନା ଯୋଗ୍ୟ ଯେ ପ୍ରଶାସନିକ ଅଧିକାରୀ ମାନଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କର୍ଣ୍ଣପାତ କରୁନାହାନ୍ତି ।

ତେଣୁ ବାଧ୍ୟ ହୋଇ ଆସନ୍ତା ତା ୨୨/ ୯/ ୨୦ ରିଖ ଦିନରେ ପଦ୍ମପୁର ନିକଟସ୍ଥ ଲଖମରା ଛକ ଠାରେ ରାସ୍ତା ଅବରୋଧ କରାଯିବ ବୋଲି ସର୍ବ ପୁଷ୍କର ବରିହା,ତେଜରାଜ ମେହେର,ସଞ୍ଚୟ ମହାପାତ୍ର, ବିଶ୍ବନାଥ ରଣା,ଦିଲ୍ଲୀପ ପ୍ରଧାନ, କୈଲାସ ଚନ୍ଦ୍ର ବାରିକ,ମୁକ୍ତେଶ୍ବର ପଟେଲ ପ୍ରମୁଖ ଚେତାବନୀ ଦେଇଛନ୍ତି । (ରିପୋର୍ଟ – ନିରୋଜ କୁମାର ପାଣୀ )

Exit mobile version