Home ଓଡ଼ିଶା ୧୬ତମ ଆନ୍ତର୍ଜାତୀୟ ଗ୍ରାଣ୍ଡମାଷ୍ଟର୍ସ ଚେସ୍ ଫେଷ୍ଟିଭାଲ ସହ ସହବନ୍ଧିତ ହେବ ରୋଟାରୀ କ୍ଲବ ଅଫ୍ ଭୁବନେଶ୍ୱର ନୀଳାଦ୍ରି by Proprietor Abhimanyu Maharana 7 months ago Share on FacebookShare on TwitterWhatsapp ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଭୁବନେଶ୍ୱରର ସୋଆ କ୍ୟାମ୍ପସ-୨ ଠାରେ ଆସନ୍ତା ଜାନୁଆରୀ ୧୬ରୁ ୨୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ପ୍ରତିଷ୍ଠିତ ୧୬ତମ ଆନ୍ତର୍ଜାତୀୟ ଗ୍ରାଣ୍ଡମାଷ୍ଟର୍ସ ଚେସ୍ ଫେଷ୍ଟିଭାଲ (ଓଡ଼ିଶା ଓପନ୍) ସହିତ ରୋଟାରୀ କ୍ଲବ ଅଫ୍ ଭୁବନେଶ୍ୱର ନୀଳାଦ୍ରି ସହବନ୍ଧିତ ହେବା ନେଇ ଘୋଷଣା କ୍ଲବ ତରଫରୁ ଘୋଷଣା ହୋଇଛି । ଏହି ଆନ୍ତର୍ଜାତୀୟ ସ୍ତରର ଚେସ୍ ପ୍ରତିଯୋଗିତାରେ ଭିନ୍ନ ଭିନ୍ନ ଦେଶର ବିଶିଷ୍ଟ ଗ୍ରାଣ୍ଡମାଷ୍ଟର ଏବଂ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିବେ । ଓଡ଼ିଶାରେ ଆୟୋଜିତ ଏହା ଏକ ପ୍ରମୁଖ ବୌଦ୍ଧିକ କ୍ରୀଡ଼ା ମହୋତ୍ସବ ହେବା ସହ ଏହି ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ସହ ହାତ ମିଳାଇ ରୋଟାରୀ କ୍ଲବ ଅଫ୍ ଭୁବନେଶ୍ୱର ନୀଳାଦ୍ରି ବୌଦ୍ଧିକ କ୍ରୀଡ଼ା କ୍ଷେତ୍ରରେ ଉତ୍କର୍ଷତା ବଜାୟ ରଖିବା, ଯୁବପିଢ଼ିଙ୍କ ଅଂଶଗ୍ରହଣକୁ ଉତ୍ସାହିତ କରିବା ଏବଂ ଓଡ଼ିଶାକୁ ଆନ୍ତର୍ଜାତୀୟ କ୍ରୀଡ଼ା ମାନଚିତ୍ରରେ ସ୍ଥାନିତ କରିବା ପାଇଁ ନିଜର ପ୍ରତିବଦ୍ଧତାକୁ ଦୋହରାଇଛି । କ୍ଲବ ସଭାପତି ରୋଟାରିଆନ ଶ୍ରୀ ସୁଜିତ କୁମାର ରାଉତ କହିଛନ୍ତି ଯେ, “ଏହି ସହବନ୍ଧିତା ଯୁବ ମାନଙ୍କ ମନରେ ପ୍ରତିଭା, ଶୃଙ୍ଖଳା ଏବଂ ବିଶ୍ୱସ୍ତରୀୟ ଅଭିଜ୍ଞତା ବୃଦ୍ଧି କରିବା ପାଇଁ ରୋଟାରୀ ନୀଳାଦ୍ରିର ଲକ୍ଷ୍ୟ ସହ ସମ୍ପୂର୍ଣ୍ଣ ମେଳ ଖାଉଛି ତେଣୁ ଏହି କ୍ରୀଡ଼ା ମହୋତ୍ସବରେ ଆମ କ୍ଲବ୍ ମୁଖ୍ୟତଃ ସହାୟତା, ସମନ୍ୱୟ ଏବଂ ରୋଟାରୀର ଆଦର୍ଶକୁ ପ୍ରଚାର ପ୍ରସାର କରିବା ଉପରେ ଗୁରୁତ୍ୱ ଦେବ ।” କ୍ଲବର ନେତୃତ୍ୱ ନିଜର ବୋର୍ଡ ସଦସ୍ୟ ଏବଂ ଅନ୍ୟାନ୍ୟ ସଦସ୍ୟମାନଙ୍କୁ ପ୍ରତିଯୋଗିତା ଦିନଗୁଡ଼ିକରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ଏବଂ ସମର୍ଥନ ଯୋଗାଇ ଦେବାକୁ ସେ ନିବେଦନ କରିଛନ୍ତି, ଯାହାଫଳରେ ଏହି ମହୋତ୍ସବକୁ ସଫଳ କରିବାରେ ରୋଟାରୀ ନୀଳାଦ୍ରି ଏକ ଗଠନମୂଳକ ଏବଂ ପ୍ରଭାବଶାଳୀ ଭୂମିକା ନିର୍ବାହ କରିପାରିବ । ଏହି କାର୍ଯକ୍ରମରେ ଶ୍ରୀ ରାଜୀବ ଶେଖର ସାହୁ (ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ), ଶ୍ରୀ ଦେବବ୍ରତ ଭଟ୍ଟ (ଅଲ୍ ଓଡ଼ିଶା ଚେସ୍ ଆସୋସିଏସନ୍ ସମ୍ପାଦକ ଏବଂ ଟୁର୍ଣ୍ଣାମେଣ୍ଟ ନିର୍ଦ୍ଦେଶକ), ଶ୍ରୀ ଅଭିଷେକ ମିତ୍ର (ଇ-ସ୍ପୋର୍ଟସ୍ ଆସୋସିଏସନ୍ ଅଫ୍ ଓଡ଼ିଶା, ସମ୍ପାଦକ ଏବଂ ଟୁର୍ଣ୍ଣାମେଣ୍ଟ କମିଟିର ସଦସ୍ୟ)ଙ୍କ ସହ ଶ୍ରୀ ପ୍ରଣୟ ଜେଠୀ (ଟୁର୍ଣ୍ଣାମେଣ୍ଟ ଲୋକ ସମ୍ପର୍କ ଅଧିକାରୀ) ଉପସ୍ଥିତ ଥିଲେ । ଏହି ୧୬ତମ ଆନ୍ତର୍ଜାତୀୟ ଗ୍ରାଣ୍ଡମାଷ୍ଟର୍ସ ଚେସ୍ ଫେଷ୍ଟିଭାଲ କେବଳ ବିଶ୍ୱସ୍ତରୀୟ ଆୟୋଜନ କ୍ଷେତ୍ରରେ ଓଡ଼ିଶାର ସୁନାମ ବଢ଼ାଇବ ନାହିଁ, ବରଂ ରାଜ୍ୟର ଉଦୀୟମାନ ଚେସ୍ ଖେଳାଳିମାନଙ୍କୁ ମଧ୍ୟ ଅନୁପ୍ରାଣିତ କରିବ । ରୋଟାରୀ କ୍ଲବ ଅଫ୍ ଭୁବନେଶ୍ୱର ନୀଳାଦ୍ରି, ଓଡ଼ିଶାରେ ଯୁବ ବିକାଶ କ୍ଷେତ୍ରରେ ନିଜର ଭୂମିକାକୁ ସୁଦୃଢ଼ କରିବା ସହ ଏହି ଐତିହାସିକ ଟୁର୍ଣ୍ଣାମେଣ୍ଟର ସଫଳତାରେ ଯୋଗଦାନ ଦେବାକୁ ଆଶା ରଖିଛି ବୋଲି କ୍ଳବର ସଦସ୍ୟ ମାନେ କହିଛନ୍ତି । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ବିରିଡି ବ୍ଲକ ରେ "ହର ଘର ତ୍ରିରଙ୍ଗା" ଶୋଭାଯାତ୍ରା by Proprietor Abhimanyu Maharana August 14, 2026 ନୟାଗଡ଼ରେ ଏବିଭିପି ପକ୍ଷରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା by Proprietor Abhimanyu Maharana August 14, 2026 ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଗବେଷଣା ତଥା ପଢ଼ାପଢ଼ି ପାଇଁ ଶରୀର ଦାନ କଲେ ହରିଶ ପ୍ରଧାନ ଆଉ ତାଙ୍କ ସହଧର୍ମିଣୀ by Proprietor Abhimanyu Maharana August 14, 2026 ସାଇ ହେଲ୍ଥ କେୟାରର ମାଗଣା ସ୍ୱାସ୍ଥ୍ୟ ଶିବିର by Proprietor Abhimanyu Maharana August 14, 2026 ‘ହର ଘର ତ୍ରିରଙ୍ଗା’ ପାଇଁ ଟାଙ୍ଗୀରେ ବିରାଟ ଶୋଭାଯାତ୍ରା by Proprietor Abhimanyu Maharana August 14, 2026 ମାଲକାନଗିରିରେ ଘରେ ଘରେ ତ୍ରିରଙ୍ଗା ଅଭିଯାନ : ବିଶାଳ ପଦଯାତ୍ରା ଓ ବିଏସଏଫ ବାଇକ ରାଲିରେ ପ୍ରକମ୍ପିତ ହେଲା ସହର by Proprietor Abhimanyu Maharana August 14, 2026