Home ଓଡ଼ିଶା ବିଗତ ୧୨ ବର୍ଷ ମଧ୍ୟରେ ଓଡ଼ିଶାରେ ୧.୫ କୋଟି ଲୋକଙ୍କୁ ସେବା ଦେଇ ୧୦୮ ଆମ୍ବୁଲାନ୍ସ ସେବା ଆପାତକାଳୀନ ଚିକିତ୍ସାରେ ଏକ ନୂଆ ମାନକ ସୃଷ୍ଟି କରିଛି by Proprietor Abhimanyu Maharana 9 months ago Share on FacebookShare on TwitterWhatsapp ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ୨୦୧୩ ମସିହାରୁ ୧୦୮ ଆମ୍ବୁଲାନ୍ସ ସେବା ଓଡ଼ିଶାର ଆପାତକାଳୀନ ସ୍ୱାସ୍ଥ୍ୟ ସେବାରେ ମୁଖ୍ୟ ଭିତ୍ତିସ୍ଥମ୍ଭ ପାଲଟିଛି । ଏହି ସେବା ରାଜ୍ୟରେ ଏପର୍ଯ୍ୟନ୍ତ ୧.୫ କୋଟିରୁ ଅଧିକ ରୋଗୀଙ୍କୁ ମାଗଣା ଏବଂ ସମୟୋପଯୋଗୀ ଆପାତକାଳୀନ ଚିକିତ୍ସା ସହାୟତା ପ୍ରଦାନ କରିଛି । ୧୨ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟରତ ଏହି ସେବା ଓଡ଼ିଶାରେ ଆପାତକାଳୀନ ପ୍ରତିକ୍ରିୟା ବ୍ୟବସ୍ଥାକୁ ସୁଦୃଢ କରିଛି । ଦ୍ରୁତ ରୋଗୀ ପରିବହନ, ଅଭିଜ୍ଞ ପ୍ରାକ୍-ହସ୍ପିଟାଲ ଚିକିତ୍ସା ଏବଂ ଦୂର ଦୁରାନ୍ତ ଅଞ୍ଚଳରେ ମଧ୍ୟ ସ୍ୱାସ୍ଥ୍ୟ ସେବାକୁ ପହଞ୍ଚାଇବାରେ ୧୦୮ ଆମ୍ବୁଲାନ୍ସ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି । ଏହି ସନ୍ଦର୍ଭରେ ୧୦୮ ଆମ୍ବୁଲାନ୍ସ ପରିଚାଳନା ସଂସ୍ଥା ତଥା EMRI ଗ୍ରୀନ୍ ହେଲଥ ସର୍ଭିସେସ୍ର ରାଜ୍ୟମୁଖ୍ୟ ଶ୍ରୀ ସବ୍ୟସାଚୀ ବିଶ୍ୱାଳ କହିଛନ୍ତି ଯେ, ୨୮୦ଟି ଆମ୍ବୁଲାନ୍ସକୁ ନେଇ ଆରମ୍ଭ ହୋଇଥିବା ଏହି ସେବା ବର୍ତ୍ତମାନ ୧,୩୬୬ଟି ଆମ୍ବୁଲାନ୍ସରେ ପହଞ୍ଚିଛି ଏବଂ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାକୁ ଆବର୍ତ୍ତିତ କରୁଛି । ଏହି ବିସ୍ତାର ରାଜ୍ୟ ସରକାରଙ୍କର ପ୍ରତ୍ୟେକ ନାଗରିକ ପାଇଁ ଆପାତକାଳୀନ ସ୍ୱାସ୍ଥ୍ୟସେବାକୁ ଶକ୍ତିଶାଳୀ କରିବା ପ୍ରତିବଦ୍ଧତାକୁ ପ୍ରତିବିମ୍ବିତ କରେ। ୧୦୮ ଆମ୍ବୁଲାନ୍ସ ସେବାର ଏକ ମୁଖ୍ୟ ଶକ୍ତି ହେଉଛି ଭୁବନେଶ୍ୱରରେ ଅବସ୍ଥିତ ଏହାର ୨୪ଘଣ୍ଟିଆ ସମନ୍ୱିତ କଲ୍ ସେଣ୍ଟର । ଏହି କେନ୍ଦ୍ର ଦିନ-ରାତି ସବୁବେଳେ ଆପାତକାଳୀନ କଲ୍ ଗ୍ରହଣ କରି ରୋଗୀଙ୍କ ସ୍ଥାନ ସଠିକ୍ ଭାବେ ଚିହ୍ନଟ କରି ସବୁଠାରୁ ନିକଟତମ ଉପଲବ୍ଧ ଆମ୍ବୁଲାନ୍ସକୁ ତୁରନ୍ତ ପଠାଇଥାଏ, ଯାହା ଜରୁରୀ ସମୟରେ ଦ୍ରୁତ ସହାୟତା ସୁନିଶ୍ଚିତ କରେ । ୨୦୨୫ ମସିହାରେ ୧୦୮ ଆମ୍ବୁଲାନ୍ସ ସେବା ଦ୍ୱାରା ୧୫,୭୪,୧୭୭ ଜଣ ଲୋକ ଉପକୃତ ହୋଇଛନ୍ତି । ଏଥିରେ ୧୧,୮୫,୦୩୧ ଜଣ ଆପାତକାଳୀନ ରୋଗୀ ଓ ୩,୮୮,୬୨୨ ଜଣ ଗର୍ଭବତୀ ମହିଳା ଓ ନବଜାତ ଶିଶୁ ସାମିଲ ଅଛନ୍ତି । ଏହା ସହିତ ପ୍ରତିବର୍ଷ ପ୍ରାୟ ୧ ଲକ୍ଷ ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କୁ ୧୦୮ ଆମ୍ବୁଲାନ୍ସ ସେବା ଦ୍ୱାରା ସହାୟତା ମିଳୁଛି । ନିରବିଘ୍ନ ସେବା ସୁନିଶ୍ଚିତ କରିବା ପାଇଁ EMRI ଗ୍ରୀନ୍ ହେଲଥ ସର୍ଭିସେସ୍ ଯାନବାହନର ରକ୍ଷଣାବେକ୍ଷଣ, ପ୍ରାକ୍ ପ୍ରସ୍ତୁତି ଓ ବିଶ୍ୱସନୀୟତା ଉପରେ ବିଶେଷ ଗୁରୁତ୍ୱ ଦେଇଛି। ଓଡ଼ିଶାରେ ୬ଟି ସ୍ୱତନ୍ତ୍ର ଇନ୍-ହାଉସ୍ ୱାର୍କସପ୍ ସ୍ଥାପିତ କରାଯାଇଛି, ଯେଉଁଠାରେ ପ୍ରଶିକ୍ଷିତ ମେକାନିକ ମାନେ ପ୍ରାକ୍ ରକ୍ଷାଣାବେକ୍ଷଣ କାର୍ଯ୍ୟ କରୁଛନ୍ତି। ଏହା ସହିତ ୬୨ଟି ବ୍ୟାକଅପ୍ ଆମ୍ବୁଲାନ୍ସ ରଖାଯାଇଛି, ଯାହା ଯେକୌଣସି ଆମ୍ବୁଲାନ୍ସ ସେବା ବହିର୍ଭୁତ ହେଲେ ସେହି ସ୍ଥାନରେ ତୁରନ୍ତ ପରିବର୍ତ୍ତେ ବ୍ୟବହୃତ ହୋଇ ସେବାକୁ ଅବିରତ ରଖୁଛି । ଜଳବନ୍ଦୀ ଓ ଦୁର୍ଗମ ଅଞ୍ଚଳଗୁଡ଼ିକର ସମସ୍ୟାକୁ ଦୃଷ୍ଟିରେ ରଖି ମାଲକାନଗିରି, କେନ୍ଦ୍ରାପଡ଼ା, କଳାହାଣ୍ଡି ଓ କୋରାପୁଟ ଜିଲ୍ଲାରେ ୬ଟି ୧୦୮ ବୋଟ୍ ଆମ୍ବୁଲାନ୍ସ ନିଯୁକ୍ତ କରାଯାଇଛି, ଯାହା ସ୍ଵାଭିମାନ ଅଞ୍ଚଳର ଲୋକମାନଙ୍କୁ ଜୀବନରକ୍ଷା ସେବା ପହଞ୍ଚାଇବାରେ ସାହାଯ୍ୟ କରୁଛି । ଓଡ଼ିଶାର ୧୦୮ ଆମ୍ବୁଲାନ୍ସ ସେବା ଚାଳକ, ଆପାତକାଳୀନ ଚିକିତ୍ସା ପ୍ରଯୁକ୍ତିଜ୍ଞ (EMT) ଓ ସହାୟକ ମାନଙ୍କର ଅସାଧାରଣ ସାହସ ଓ ମାନବିକତାକୁ ମଧ୍ୟ ପ୍ରତିଫଳିତ କରେ । ରକ୍ତଦାନ, ଅଜଣା ରୋଗୀଙ୍କ ମୂଲ୍ୟବାନ ସମ୍ପତ୍ତି ଫେରାଇଦେବା ଏବଂ କଠିନ ପରିସ୍ଥିତିରେ ମଧ୍ୟ ସେବା ପହଞ୍ଚାଇବା ଭଳି ଅନେକ ମାନବିକ କାର୍ଯ୍ୟ ପାଇଁ ସେମାନେ ପ୍ରଶଂସିତ। ବନ୍ୟା, ବାତ୍ୟା ଓ କୋଭିଡ୍–୧୯ ମହାମାରୀ ସମୟରେ ସେମାନଙ୍କର ଅତୁଟ ସେବାଭାବ ମାନବତା ପ୍ରତି ଦୃଢ଼ ପ୍ରତିବଦ୍ଧତାକୁ ପ୍ରମାଣ କରିଛି । ରାଜ୍ୟରେ ରଣନୀତିମୂଳକ ଭାବେ ନିଯୁକ୍ତ ଆମ୍ବୁଲାନ୍ସ, ପ୍ରଶିକ୍ଷିତ ଚିକିତ୍ସା କର୍ମୀ ଓ ସୁଦୃଢ଼ ମନିଟରିଂ ପ୍ରଣାଳୀ ଦ୍ୱାରା ସହର ଓ ଗ୍ରାମାଞ୍ଚଳର ପ୍ରତ୍ୟେକ ନାଗରିକଙ୍କୁ ମୁକ୍ତ ଆପାତକାଳୀନ ସେବା ମିଳୁଛି । ପ୍ରଥମ କଲ୍ରୁ ଆରମ୍ଭ କରି ପ୍ରାକ୍-ହସ୍ପିଟାଲ ଚିକିତ୍ସା ଓ ହସ୍ପିଟାଲକୁ ପହଞ୍ଚାଇବା ପର୍ଯ୍ୟନ୍ତ ୧୦୮ ଆମ୍ବୁଲାନ୍ସ ସେବା ସମ୍ପୂର୍ଣ୍ଣ ମାଗଣା ଓ ସମସ୍ତଙ୍କ ପାଇଁ ସୁରକ୍ଷିତ ଏବଂ ସୁଲଭ । ୧.୫ କୋଟିରୁ ଅଧିକ ଜୀବନକୁ ସ୍ପର୍ଶ କରିଥିବା ୧୦୮ ଆମ୍ବୁଲାନ୍ସ ସେବା ଆଜି ଓଡ଼ିଶାରେ ଭରସା, ବିଶ୍ୱସନୀୟତା ଓ କରୁଣାର ପ୍ରତୀକ ଭାବେ ଅବିରତ ଭାବେ ଜୀବନ ରକ୍ଷା ଓ ଆପାତକାଳୀନ ସ୍ୱାସ୍ଥ୍ୟ ସୁଦୃଢ଼ କରୁଛି । Categories: ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍ Related Content ବରିଷ୍ଠ ସାମ୍ବାଦିକ ସୁବ୍ରତ ମହାନ୍ତିଙ୍କ ବିୟୋଗରେ ଶ୍ରଦ୍ଧାଞଳି ଓ ଶୋକସଭା by Proprietor Abhimanyu Maharana September 29, 2026 ଫୁଲବାଣୀ କରୋନେସନ୍ ପଡ଼ିଆରେ ପୁରୀ ଉପକୂଳ ମାରାଥନ୍ ପ୍ରୋମୋ ରନ୍ ଅନୁଷ୍ଠିତ by Proprietor Abhimanyu Maharana September 28, 2026 କନ୍ଧମାଳରେ କଦଳୀ ଚାଷର ବିକାଶ ପାଇଁ ଟିଏସ୍ପିର ଅଭିନବ ପଦକ୍ଷେପ ଆଦିବାସୀ ଚାଷୀଙ୍କୁ ମିଳିଲା ପ୍ରଶିକ୍ଷଣ, କଦଳୀ ଚାଷ ଆଣିଲା ନୂଆ ସମ୍ଭାବନା by Proprietor Abhimanyu Maharana September 28, 2026 ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବୃଦ୍ଧଙ୍କୁ ହତ୍ୟା, ମୃତଦେହ ପୋଡ଼ିଦେବା ଅଭିଯୋଗ by Proprietor Abhimanyu Maharana September 28, 2026 ଏମ୍ ଏମ୍ ଡି ଆର ସଂଶୋଧନ ବିରୋଧରେ ବିଜେଡିର ବିକ୍ଷୋଭ by Proprietor Abhimanyu Maharana September 28, 2026 କାଶୀନଗର ବ୍ଲକ କେ.ସିତପୁରରେ ଗ୍ରାମ ଠାରେ ମାଇ ଭାରତ ଗଜପତି ପକ୍ଷରୁ ଚିକିତ୍ସା ଶିବିର ଅନୁଷ୍ଠିତ by Proprietor Abhimanyu Maharana September 28, 2026