ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓ ଛକରେ ଜଳିଗଲା ଆମ ବସ୍

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓ ଛକରେ ଜଳିଗଲା ଆମ ବସ୍ । ବସରୁ ହଠାତ୍ ଧୂଆଁ ବାହାରିବାରୁ ଯାତ୍ରୀମାନେ ଓହ୍ଲାଇ ପଡିଥିଲେ । ଏହାପରେ ବସଟି ହୁତୁହୁତୁ ହୋଇ ମଝି ରାସ୍ତାରେ ଜଳିଯାଇଛି । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ନିକଟରେ ରୁପାଲି ଛକରେ ଏକ ଆମ ବସ୍ ଏକ ଯାତ୍ରୀବାହୀ ଅଟୋ ଉପରେ ଚଢି ଯାଇଥିଲା । ଅଟୋଟି ସାମ୍ନାରେ ଥିବା ଆଉ ଏକ ବସ୍ ତଳେ ଚାପି ହୋଇଯାଇଥିଲା । ଏହି ଦୁର୍ଘଟଣାରେ ଅଟୋ ଚାଳକଙ୍କ ମୃତ୍ୟୁ ହୋଇଥିଲା । ଆମ ବସ୍ ବାରମ୍ଵାର ଏଭଳି ଦୁର୍ଘଟଣା ଘଟାଇବାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା ।

Exit mobile version