କଳିଙ୍ଗ ହସ୍ପିଟାଲ ପକ୍ଷରୁ ଗ୍ଲୋବାଲ୍ ହେଲଥ୍‌ କର୍ମଶାଳା- ୨୦୨୬

କଟକ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଓଡ଼ିଶାରେ ସ୍ଵତନ୍ତ୍ର ସ୍ଥାନ ହାସଲ କରିଥିବା ହସ୍ପିଟାଲ ମଧ୍ୟରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ହସପିଟାଲ ଲିମିଟେଡ ହେଉଛି ଅନ୍ୟତମ । ଚିକିତ୍ସାକୁ ସର୍ବବ୍ୟାପି କରିବା ଉଦ୍ଦେଶ୍ୟରେ କଳିଙ୍ଗ ହସ୍ପିଟାଲ ପକ୍ଷରୁ ଆଜି (ଶୁକ୍ରବାର) ଭୁବନେଶ୍ୱରର ସ୍ୱସ୍ତି ପ୍ରିମିୟମ୍‌ରେ ଅମେରିକୀୟ ଆସୋସିଏସନ୍ ଅଫ୍ ଫିଜିସିଆନ୍ସ ଅଫ୍ ଇଣ୍ଡିଆନ୍ ଅରିଜିନ୍ (ଆଆପିଆଇ) ଗ୍ଲୋବାଲ୍ ହେଲଥ କେୟାର କର୍ମଶାଳା ୨୦୨୬ ସଫଳତାର ସହ ଅନୁଷ୍ଟିତ ହୋଇଯାଇଛି କରାଯାଇଛି ।

ଏହି କର୍ମଶାଳାରେ ଅମେରିକୀୟ ଆସୋସିଏସନ୍ ଅଫ୍ ଫିଜିସିଆନ୍ସ ଅଫ୍ ଇଣ୍ଡିଆନ୍ ଅରିଜିନ୍ (ଆଆପିଆଇ)ର ଅଧୀନରେ ଏକ ପ୍ରତିଷ୍ଠିତ ଆନ୍ତର୍ଜାତୀୟ ମଞ୍ଚ ଅନୁଷ୍ଟିତ ହୋଇଥିଲା । ଯେଉଁଥିରେ ସ୍ୱାସ୍ଥ୍ୟ ସେବାର ନୂତନ ଜ୍ଞାନକୌଶଳ ଚିକିତ୍ସା, ନୂତନତ୍ବ ଓ ସର୍ବୋତ୍ତମ ପ୍ରଶିକ୍ଷଣ ଉପରେ ଆଲୋଚନା କରାଯାଇଥିଲା । କର୍ମଶାଳାରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରଖ୍ୟାତ ଡାକ୍ତର, ସ୍ୱାସ୍ଥ୍ୟସେବା ବିଶେଷଜ୍ଞ ଓ ଚିକିତ୍ସା ପେଶାଜୀବୀ ମାନେ ଯୋଗଦେଇ ରୋଗୀ ସେବାର ଉନ୍ନତି, ପ୍ରଯୁକ୍ତି-ଭିତ୍ତିକ ସ୍ୱାସ୍ଥ୍ୟସେବା ଓ ନୈତିକ ଚିକିତ୍ସା ପ୍ରଚଳନା ଉପରେ ମତବ୍ୟକ୍ତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ କଳିଙ୍ଗ ହସ୍ପିଟାଲର ଅଧ୍ୟକ୍ଷ ତଥା ବିଶ୍ୱପ୍ରସିଦ୍ଧ ପ୍ରୋବାୟୋଟିକ୍ ବୈଜ୍ଞାନିକ ଡ଼. ସୀତାକାନ୍ତ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମାଜ ପାଇଁ ସସ୍ତା, ଗୁଣାତ୍ମକ ଓ ନୈତିକ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ପ୍ରତି କଳିଙ୍ଗ ହସ୍ପିଟାଲ୍‌ର ପ୍ରତିବଦ୍ଧତା ଉପରେ ଗୁରୁତ୍ବ ଦେଇଥିଲେ । ଉନ୍ନତ ଚିକିତ୍ସା ପ୍ରଯୁକ୍ତିକୁ ସାଧାରଣ ଲୋକଙ୍କ ପାଖରେ କିପରି ସହଜରେ ପହଞ୍ଚାଇବା ହେଉଛି କଳିଙ୍ଗ ହସ୍ପିଟାଲ୍‌ର ମୁଖ୍ୟ ଲକ୍ଷ୍ୟ ବୋଲି କହିବା ସହ ଆଆପିଆଇ ବିଶ୍ୱସ୍ତରୀୟ ଜ୍ଞାନ ବିନିମୟ ଓ ସହଯୋଗ ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ ବୋଲି ସେ କହିଥିଲେ । ଏଥିସହିତ ଆଆପିଆଇର ସଭାପତି ଡାକ୍ତର ଅମିତ ଚକ୍ରବର୍ତ୍ତୀ ସର୍ବୋତ୍ତମ ଚିକିତ୍ସା ପ୍ରଣାଳୀ ଉପରେ ଉପସ୍ଥିତ ପ୍ରତିନିଧି ମଣ୍ଡଳୀଙ୍କୁ ବକ୍ତବ୍ୟ ପ୍ରଦାନ କରି କଳିଙ୍ଗ ହସ୍ପିଟାଲର ଜନହିତକର ସ୍ବାସ୍ଥ୍ୟ ସମ୍ୱଦ୍ଧୀୟ କର୍ମଶାଳାକୁ ପ୍ରଶଂସା କରିଥିଲେ ।

Exit mobile version