Home ଓଡ଼ିଶା ରାଜସୁନାଖଳାରେ ମାଗଣା ସ୍ଵାସ୍ଥ୍ୟ ଓ ଚକ୍ଷୁ ପରୀକ୍ଷା by Proprietor Abhimanyu Maharana 7 months ago Share on FacebookShare on TwitterWhatsapp ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ପଞ୍ଚାୟତ ପରିସରରେ ସରପଞ୍ଚ ତଥା ସମାଜ ସେବୀ ଚିତ୍ତ ରଞ୍ଜନ ପ୍ରଧାନ ଓ ସମିତିସଭ୍ୟ ତପନ କୁମାର ପ୍ରଧାନ ମିଳିତଙ୍କ ଆବାହକତ୍ୱରେ ଆଜି ଅର୍ବାନ ମେଡିକାଲ ଭିଜନ କେୟାର ପକ୍ଷରୁ ମାଗଣା ସ୍ଵାସ୍ଥ୍ୟ ଓ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ କଟକସ୍ଥିତ ଅର୍ବାନ ମେଡିକାଲ ଭିଜନ କେୟାରର ଡାକ୍ତର ନିରଞ୍ଜନ ସାମନ୍ତରାୟ ଓ ମ୍ୟାନେଜର ଚନ୍ଦ୍ରରାଜ ଭଟ୍ଟଙ୍କ ସହିତ , ଟେକ୍ନିସିଆନ ସୌମ୍ୟ ପ୍ରକାଶ ପାଣି ଓ ଶୁଭାଶିଷ ସାଶ ପ୍ରମୁଖ ଉପସ୍ଥିତ ରହି ଏହିସ୍ୱାସ୍ଥ୍ୟ ଶିବିରକୁ ପରିଚାଳନା କରିଥିଲେ । ଏହି ଶିବିରରେ ରାଜସୁନାଖଳା ଗ୍ରାମପଞ୍ଚାୟତ ଅଞ୍ଚଳର ବୃଦ୍ଧ,ବୃଦ୍ଧାଙ୍କ ସମେତ ବହୁ ଜନ ସାଧାରଣମାନଙ୍କ ଚକ୍ଷୁ ପରୀକ୍ଷା କରାଇଥିଲେ । ଏହି ସ୍ୱାସ୍ଥ୍ୟ ଶିବିରରେ ସ୍ଥାନୀୟ ଅଞ୍ଚଳରୁ ୩୦୦ରୁ ଉର୍ଦ୍ଧ ଲୋକଙ୍କର ପଞ୍ଜିକରଣ କରାଯାଇଥିବାବେଳେ ସେଥି ମଧ୍ୟରୁ ୧୭୬ ଜଣ ଲୋକଙ୍କ ଚକ୍ଷୁ ପରୀକ୍ଷା କରାଯାଇ ୧୩୦ ଜଣଙ୍କୁ ମାଗଣା ଚଷମା ପ୍ରଦାନ କରାଯାଇ ଥିବାବେଳେ ୧୫ଜଣଙ୍କୁ ଉନ୍ନତ ଚକ୍ଷୁ ପରୀକ୍ଷା ସହିତ ମୋତିଆ ବିନ୍ଦୁ ଅସ୍ତ୍ରପ୍ରଚାର ପାଇଁ କଟକକୁ ପଠାଯାଇଥିଲା । ଏହି ଶିବିରରେ ୧୧୦ ଜଣ ଲୋକଙ୍କ ରକ୍ତ ଚାପ ,୯୦ଜଣଙ୍କ ମଧୁମୟ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଥିଲା । ଏହା କାର୍ଯ୍ୟକ୍ରମରେ ରାଜସୁନାଖଳା ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ତପନ କୁମାର ପ୍ରଧାନ ଓ କର୍ମକର୍ତ୍ତାମାନେ ଉପସ୍ଥିତ ରହି ସହଯୋଗ ପରିଚାଳନା କରିଥିଲେ । ଏହି ଭଳି ମାଗଣା ସ୍ୱାସ୍ଥ୍ୟ ଶିବିରଆଗାମୀ ଦିନରେ ନୟାଗଡ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ପ୍ରତ୍ୟେକ ଜନ ସାଧାରଣମାନଙ୍କର ସ୍ବାସ୍ଥ୍ୟ ଓ ଚକ୍ଷୁ ପରୀକ୍ଷା କରାଯାଇ ଚଷମା ଯୋଗାଇ ଦେବା ପାଇଁ ଅର୍ବାନ ମେଡିକାଲ ଭିଜନ କେୟାର ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଏଭଳି ଜନକଲ୍ୟାଣ କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ, ସମାଜସେବୀ, ଶିକ୍ଷାବିତ ଓ ସାମ୍ବାଦିକ ମାନେ ଉଚ୍ଚ ପ୍ରଶଂସା କରିଅଛନ୍ତି l Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ନୟାଗଡ ଜିଲ୍ଲାପାଳଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ଛାତ୍ର ଛାତ୍ରୀଙ୍କ ମନରେ ଉତ୍ସାହର ଲହରୀ by Proprietor Abhimanyu Maharana August 19, 2026 ଯୁବ ସ୍ଵାଭିମାନ ଦିବସରେ ରକ୍ତଦାନ ଶିବିର ରୁ ୭୪ ୟୁନିଟ୍ ରକ୍ତ ସଂଗ୍ରହ by Proprietor Abhimanyu Maharana August 19, 2026 ସମସ୍ୟା ଗୁଡ଼ିକର ତୁରନ୍ତ ସମାଧାନ ପାଇଁ ଅଧିକାରୀଙ୍କୁ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ by Proprietor Abhimanyu Maharana August 18, 2026 ପାଠ୍ୟ ପୁସ୍ତକରେ ସାଙ୍ଘାତିକ ତ୍ରୁଟି ପ୍ରସଙ୍ଗ ବଲାଙ୍ଗିରରେ ଶିକ୍ଷା ବଞ୍ଚାଅ ଆନେ୍ଦାଳନରେ ବିଜେଡିର ରଣ ହୁଙ୍କାର by Proprietor Abhimanyu Maharana August 18, 2026 Odisha Climbs to 7th Nationally in Rooftop Solar, Emerges as a Model for PM Surya Ghar Adoption by Proprietor Abhimanyu Maharana August 18, 2026 ରୁଫଟପ୍ ସୋଲାର କ୍ଷେତ୍ରରେ ଦେଶରେ ୭ମ ସ୍ଥାନକୁ ଉନ୍ନୀତ ହେଲା ଓଡ଼ିଶା ; ପିଏମ୍ ସୂର୍ଯ୍ୟ ଘର ଆପଣାଇବାରେ ପାଲଟିଲା ଏକ ମଡେଲ ରାଜ୍ୟ by Proprietor Abhimanyu Maharana August 18, 2026