ସାମାଜିକ ସଂଗଠନ ତରଫରୁ ଫିଯୋଥେରାପି ମେସିନି ଉଦଘାଟନ

ସାକ୍ଷୀଗୋପାଳ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ରାଜକିଶୋର ସେନାପତି -ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ କଳିଙ୍ଗବିହାର ରେ ଥିବା ବିଶ୍ୱାସ ସାମାଜିକ ସଂଗଠନ ତରଫରୁ ଏକ ଫିଯୋଥେରାପି ମେସିନିର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ରୂପେ ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ପରିଚାଳକ ଶ୍ରୀଯୁକ୍ତ ଦେବାଶିଷ ନାଏକ,

ସମ୍ନାନିତ ଅତିଥିଭାବେ ପେଣ୍ଠପଡା ଗ୍ରାମ ପଂଚାୟତ ର ସରପଞ୍ଚ ଶ୍ରୀଯୁକ୍ତ ଚିନ୍ମୟ ରାଉତ ଙ୍କ କର କମଳ ରେ ମେସିନିକୁ ଲୋକଙ୍କ ସୁସ୍ଥ ଜୀବନ ପାଇଁ ଲୋକାର୍ପଣ କରାଯାଇଥିଲା । ଫିଯୋଥେରାପି ମେଡିକାଲ ସାଇନ୍ସ ର ଏକ ଅଭିନବ ପାର୍ଟ, ମେଡିକାଲ ସାଇନ୍ସ ରେ ବହୁତ ପ୍ରକାର ରୋଗ ଅଛି। କିଛି ରୋଗ ଅଛି ଯାହାକୁ ଆମେ ଫିଯୋଥେରାପି ପାଇଁ ପଠାଇଥାଉ ବୋଲି ଡାକ୍ତର ଶ୍ରୀଯୁକ୍ତ ନାୟକ କହିଥିଲେ।

ଏହି ଉସ୍ତବରେ ସଂଘର ସଭାପତି ରମେଶ ଚନ୍ଦ୍ର ସାଥୁଆ, ଅଶୋକ ସାହୁ, ଭରତ ଚନ୍ଦ୍ର ସାହୁ ମଧ୍ୟ ଉପସ୍ଥିତ ରହିଥିଲେ। ମହିଳା ହସ୍ତ ସ୍ଲୀପି ମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। ସଂଗଠନ ର ସମ୍ପାଦକ ସୁରେନ୍ଦ୍ର କୁମାର ସାହୁ,କୋଷାଦକ୍ଷ ମାମିନା ବରାଳ ଏବଂ ସଂଯୁକ୍ତା ସାହୁ ଏହି ଉସ୍ତବ ରେ ସହଯୋଗ କରିଥିଲେ l

Exit mobile version