Home ଓଡ଼ିଶା ଜଙ୍ଗଲରୁ ଯୁବକଙ୍କ ଦରପୋଡ଼ା ଶବ ଜବତ : ହତ୍ୟା ସନ୍ଦେହ – ତଦନ୍ତ ଅବ୍ୟାହତ by Proprietor Abhimanyu Maharana 6 months ago Share on FacebookShare on TwitterWhatsapp ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନା ଚକାପାଦ ବ୍ଲକର ଲାଇନପଡ଼ା-ପସରା ଗ୍ରାମ ରାସ୍ତାରେ ଥିବା ଚୂନଘାଟି ଜଙ୍ଗଲରୁ ଜଣେ ଯୁବକଙ୍କ ଦରପୋଡ଼ା ଶବ ଉଦ୍ଧାର କରାଯାଇଛି । ମୃତ ଯୁବକ ଜଣକ ହେଲେ ଖଜୁରୀପଡ଼ା ଥାନା ଆର୍.ନୂଆଗାଁ ପଞ୍ଚାୟତ ଖଲିବେରଣା ଗ୍ରାମର ଦୁର୍ଯ୍ୟୋଧନ ବଗର୍ତ୍ତୀ (୩୫) । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି । ପରିବାର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ରବିବାର ଦିନ ଦୁର୍ଯ୍ୟୋଧନ ଚିକେନ୍ ଖାଇବା ପାଇଁ ତାଙ୍କ ବାପା ଦାଶରଥି ବଗର୍ତ୍ତୀଙ୍କୁ ଟଙ୍କା ମାଗିଥିଲେ। ବାପାଙ୍କ ପାଖରେ ଟଙ୍କା ନଥିବାରୁ ସେ କିଛି ଧାନ ବିକି ଚିକେନ୍ କିଣିବାକୁ ପରାମର୍ଶ ଦେଇଥିଲେ । ଧାନ ବିକ୍ରି କରି ଚିକେନ୍ ଆଣି ଖାଇବା ପରେ ସେହିଦିନ ସନ୍ଧ୍ୟାରେ ଦୁର୍ଯ୍ୟୋଧନ ଘରୁ ବାହାରକୁ ଯାଇଥିଲେ, ମାତ୍ର ଆଉ ଫେରିନଥିଲେ । ଦୁଇ ଦିନ ଧରି ଖୋଜାଖୋଜି କରିବା ପରେ ମଧ୍ୟ ଦୁର୍ଯ୍ୟୋଧନଙ୍କ କୌଣସି ପତ୍ତା ନମିଳିବାରୁ ପରିବାର ପକ୍ଷରୁ ଖଜୁରୀପଡ଼ା ଥାନାରେ ଏତଲା ଦିଆଯାଇଥିଲା । ବୁଧବାର ସକାଳେ ଚୂନଘାଟି ଜଙ୍ଗଲରେ ଏକ ଅର୍ଦ୍ଧଦଗ୍ଧ ଶବ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ । ଟିକାବାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବଟି ଦୁର୍ଯ୍ୟୋଧନଙ୍କର ବୋଲି ଚିହ୍ନଟ କରିଥିଲା । ମୃତକଙ୍କ ବାପାଙ୍କ ଲିଖିତ ଅଭିଯୋଗ ଆଧାରରେ ଟିକାବାଲି ପୋଲିସ କେସ୍ ନଂ ୦୫/୨୫ପ୍ରକାରେ ଏକ ମାମଲା ରୁଜୁ କରିଛି । ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ବୌଦ୍ଧରୁ ଏକ ସାଇଣ୍ଟିଫିକ ଟିମ୍ ଆସି ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ନମୁନା ସଂଗ୍ରହ କରିବା ସହ ଛାନଭିନ୍ ଆରମ୍ଭ କରିଛି । ଟିକାବାଲି ଥାନା ଅଧିକାରୀଣୀ ପ୍ରଜ୍ଞା ରିତାମ୍ବର କରଙ୍କ ସୂଚନା ଅନୁଯାୟୀ ଶବ ବ୍ୟବଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ଏହି ମାମଲାରେ କିଛି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଛି । ଖୁବ୍ ଶୀଘ୍ର ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ ହେବ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ପୋଲିସର ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ଜଣାପଡ଼ୁଥିଲେ ମଧ୍ୟ ହତ୍ୟାର ପ୍ରକୃତ କାରଣ ଏବେ ବି ଅସ୍ପଷ୍ଟ ରହିଛି । Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content "ଚିନ୍ମୟ ମିଶନ ପକ୍ଷରୁ ଯୁବ ସଶକ୍ତିକରଣ କାର୍ଯ୍ୟକ୍ରମ" by Proprietor Abhimanyu Maharana June 29, 2026 ମହୀତମା ପୀଠରେ ମହାମିଳନ : ଏକାଠି ହେଲା ନଅ ରାଜ୍ୟ ଗୋପଗୋପାଳ ସମାଜ by Proprietor Abhimanyu Maharana June 28, 2026 ସମଲେଶ୍ୱରୀ ପୀଠରେ "ସାତବହନୀ" ଭଜନ ସନ୍ଧ୍ୟା : ଲୋକଗୀତ ଓ ଲୋକବାଦ୍ୟର ଅପୂର୍ବ ସମ୍ମିଶ୍ରଣ by Proprietor Abhimanyu Maharana June 28, 2026 ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ : ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ by Proprietor Abhimanyu Maharana June 28, 2026 ଭାରତର ସର୍ବବୃହତ ଆନିମେସନ୍ ଟ୍ରେଲର ଉନ୍ମୋଚନ ସହିତ ମହାପ୍ରଭୁ ଜଗନ୍ନାଥ ଇତିହାସ ରଚିଲେ by Proprietor Abhimanyu Maharana June 28, 2026 ପୁନଃଅବସ୍ଥାପିତ ହେଲେ ବରିଷ୍ଠ ଅଧ୍ୟାପକ ଡ଼ ବାନାମ୍ବର ପୃଷ୍ଟି by Proprietor Abhimanyu Maharana June 28, 2026