Home ଓଡ଼ିଶା ରଣପୁର ମହୋତ୍ସବ ‘ଅର୍ଜନ’ ତୃତୀୟ ସନ୍ଧ୍ୟା ଉତ୍ସାହରେ ମୁଖରିତ ମଣ୍ଟୁ ଛୁରିଆଙ୍କ ସୁରେ ଜମିଲା ମଞ୍ଚ by Proprietor Abhimanyu Maharana 7 months ago Share on FacebookShare on TwitterWhatsapp ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ରଣପୁର ମହୋତ୍ସବର ତୃତୀୟ ସନ୍ଧ୍ୟା ସାଂସ୍କୃତିକ ରଙ୍ଗ, ଐତିହାସିକ ସ୍ମୃତି ଓ ସଙ୍ଗୀତର ମାୟାରେ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଏହି ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ରୂପେ ଐତିହାସିକ ରଣପୁରଗଡ଼ ଫଟୋ ପ୍ରଦର୍ଶନୀ ଦର୍ଶକଙ୍କ ଭାରି ପ୍ରଶଂସା ଅର୍ଜନ କରିଥିଲା । ରଣପୁରର ଗୌରବମୟ ଇତିହାସକୁ ଚିତ୍ରରେ ଦେଖି ଦର୍ଶକମାନେ ଅତୀତ ସ୍ମୃତିରେ ଡୁବିଯାଇଥିଲେ। ମହୋତ୍ସବର ତୃତୀୟ ସନ୍ଧ୍ୟା ଶହୀଦ ଦିବାକର ପରିଡାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରାଯାଇଛି l ଅପରାହ୍ନରେ ଆୟୋଜିତ ମୁକ୍ତମଞ୍ଚ କୁଇଜ କାର୍ଯ୍ୟକ୍ରମ ବୁଦ୍ଧିମତା ଓ ଉତ୍ସାହର ସୁନ୍ଦର ସମ୍ମିଶ୍ରଣ ରୂପେ ପ୍ରକାଶ ପାଇଥିଲା । କାର୍ଯ୍ୟକ୍ରମକୁ ଆଇନଜୀବୀ ତଥା ସାହିତ୍ୟିକ ଚନ୍ଦ୍ରବିଜୟୀ ମିଶ୍ର ପରିଚାଳନା କରିଥିବା ବେଳେ ଅତିଥି ଭାବେ ଆଇନଜୀବୀ ପ୍ରିୟବ୍ରତ ପ୍ରହରାଜ, ବରିଷ୍ଠ ଶିକ୍ଷକ ବିରୁପାକ୍ଷ ମହାପାତ୍ର, ଜ୍ୟୋତି ରଞ୍ଜନ ଦାଶ, ଚିତ୍ତରଞ୍ଜନ ଦାଶ ଓ ସୁଶୀଲ କୁମାର ରଣା ଉପସ୍ଥିତ ରହି ବିଜୟୀ ଛାତ୍ରଛାତ୍ରୀମାନଙ୍କୁ ମେଡାଲ ପ୍ରଦାନ କରି ପୁରସ୍କୃତ କରିଥିଲେ । ସନ୍ଧ୍ୟାରେ ଆୟୋଜିତ ଭବ୍ୟ ସଭାରେ ଉଚ୍ଚ ଶିକ୍ଷା ଓ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ମୁଖ୍ୟ ବକ୍ତା ଭାବେ ଉପସ୍ଥିତ ଥିଲେ । ସମ୍ମାନିତ ଅତିଥି ଭାବେ ଚିକିଟି ବିଧାୟକ ମନୋରଞ୍ଜନ ଧ୍ୟାନସାମନ୍ତରାୟ, ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ସମାଜସେବୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ, ଜିଲ୍ଲା ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ରଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ନିର୍ମଳା ବେହେରା ଓ ବ୍ଲକ ଉନ୍ନୟନ ଅଧିକାରୀ ମନୋଜ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । ଅଧ୍ୟାପକ ସତ୍ୟ ନାରାୟଣ ମହାପାତ୍ର ସଭାକାର୍ଯ୍ୟ ମଞ୍ଚ ସଂଚାଳନ କରିଥିଲେ l ସାଂସ୍କୃତିକ କାର୍ଯ୍ୟକ୍ରମରେ କଳାହାଣ୍ଡିର ପଶ୍ଚିମକିରଣ ସାଂସ୍କୃତିକ ଅନୁଷ୍ଠାନ, ଗଞ୍ଜାମର ଚୈତନ୍ୟ ମୃଦଙ୍ଗ ସଂଘ, ସହିତ ବିଭିନ୍ନ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଲୋକନୃତ୍ୟ ଦର୍ଶକଙ୍କୁ ଆନନ୍ଦିତ କରିଥିଲା l ବିଶେଷକରି ନରସିଂହପୁର ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ନୃତ୍ୟ ପରିବେଷଣ ଦର୍ଶକମାନଙ୍କୁ ବେଶ ଆକର୍ଷିତ କରିଥିଲା । ରାତିରେ ପ୍ରସିଦ୍ଧ ଗାୟକ ମଣ୍ଟୁ ଛୁରିଆ ଓ ତାଙ୍କ ଟିମଙ୍କ ମେଲୋଡି କାର୍ଯ୍ୟକ୍ରମ ସମଗ୍ର ପରିବେଶକୁ ସଙ୍ଗୀତମୟ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକମାନଙ୍କୁ ମଞ୍ଚ ସହିତ ବାନ୍ଧି ରଖିଥିଲା l ଏହି ଅବସରରେ ମହୋତ୍ସବ କମିଟି ତରଫରୁ ଜଣାଇ ଦିଆଯାଇଛି ଯେ, ଚତୁର୍ଥ ଦିବସରେ ପରିବହନ ବିଭାଗର ସହଯୋଗରେ ସଡ଼କ ସୁରକ୍ଷା ସଚେତନତା ଶୋଭାଯାତ୍ରା ପଞ୍ଚୁଦୋଳ ପଡିଆ ଠାରୁ ସ୍କୁଲ ଛକ ପର୍ଯ୍ୟନ୍ତ ଆୟୋଜିତ ହେବ । ଏଥିରେ ସ୍କୁଲ-କଲେଜ ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀଙ୍କୁ ଯୋଗଦେବାକୁ ଆହ୍ୱାନ ଜଣାଯାଇଛି l Categories: ଓଡ଼ିଶା, ନୟାଗଡ଼ ନିଉଜ୍, ମନୋରଞ୍ଜନ, ହୋମ୍ Related Content ନୟାଗଡ ଜିଲ୍ଲାପାଳଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ଛାତ୍ର ଛାତ୍ରୀଙ୍କ ମନରେ ଉତ୍ସାହର ଲହରୀ by Proprietor Abhimanyu Maharana August 19, 2026 ଯୁବ ସ୍ଵାଭିମାନ ଦିବସରେ ରକ୍ତଦାନ ଶିବିର ରୁ ୭୪ ୟୁନିଟ୍ ରକ୍ତ ସଂଗ୍ରହ by Proprietor Abhimanyu Maharana August 19, 2026 ସମସ୍ୟା ଗୁଡ଼ିକର ତୁରନ୍ତ ସମାଧାନ ପାଇଁ ଅଧିକାରୀଙ୍କୁ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ by Proprietor Abhimanyu Maharana August 18, 2026 ପାଠ୍ୟ ପୁସ୍ତକରେ ସାଙ୍ଘାତିକ ତ୍ରୁଟି ପ୍ରସଙ୍ଗ ବଲାଙ୍ଗିରରେ ଶିକ୍ଷା ବଞ୍ଚାଅ ଆନେ୍ଦାଳନରେ ବିଜେଡିର ରଣ ହୁଙ୍କାର by Proprietor Abhimanyu Maharana August 18, 2026 Odisha Climbs to 7th Nationally in Rooftop Solar, Emerges as a Model for PM Surya Ghar Adoption by Proprietor Abhimanyu Maharana August 18, 2026 ରୁଫଟପ୍ ସୋଲାର କ୍ଷେତ୍ରରେ ଦେଶରେ ୭ମ ସ୍ଥାନକୁ ଉନ୍ନୀତ ହେଲା ଓଡ଼ିଶା ; ପିଏମ୍ ସୂର୍ଯ୍ୟ ଘର ଆପଣାଇବାରେ ପାଲଟିଲା ଏକ ମଡେଲ ରାଜ୍ୟ by Proprietor Abhimanyu Maharana August 18, 2026