ଚାଷୀଙ୍କ ଖଳା ଘରୁ ଧାନ ଚୋରି ଅଭିଯୋଗରେ ତିନି ଯୁବକ ଗିରଫ

କଳାହାଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ନର୍ଲା ଥାନା ଅର୍ନ୍ତଗତ ସେରଗଡ ଗ୍ରାମରୁ ଧାନ ଚୋରି ଅଭିଯୋଗରେ ନର୍ଲା ପୋଲିସ ୩ ଜଣ ଯୁବକଙ୍କୁ ଗିରଫ କରିବାରେ ସଫଳ ହୋଇଛି।ଚୋର ଅପରାଧିଙ୍କୁ ଥାନାକୁ ଆଣି ପଚରାଉଚରା ପରେ ପୋଲିସ୍ ଏକ ପ୍ରେସ ମିଟ ଜରିଆରେ ଏହି ସୂଚନା ପ୍ରଦାନ କରିଥିଲେ। ଧାନ ଚୋରି ସମ୍ପର୍କରେ ସେରଗଡ ଗ୍ରାମର ଚାଷୀ ତପନ ସାହୁ (୪୮) ନର୍ଲା ଥାନାରେ ଏକ ଅଭିଯୋଗ କରିଥିଲେ। ଲିଖିତ ଅଭିଯୋଗ ଭିତ୍ତିରେ କଳାହାଣ୍ଡି ଏସପିଙ୍କ ନିର୍ଦ୍ଦେଶରେ ନର୍ଲା ଆଇଆଇସି ବିଜୟରାଜ ମାଝୀ ଏକ ଟିମ୍ ଗଠନ କରି ଏସ୍ଆଇ ପ୍ରଦୀପ କୁମାର ସେଠୀଙ୍କ ସହ ତଦନ୍ତ କରିଥିଲେ।

ପ୍ରେସ ମିଟରେ କେସିଙ୍ଗା ଏସଡିପିଓ ସନ୍ଦୀପ ମାଝୀ ଧାନ ଚୋରିର ବିବରଣୀ ରଖିଥିଲେ। ଅପରାଧି ମାନେ ଗତ ୨୨ତାରିଖ ମଧ୍ୟ ରାତ୍ରୀରେ ସେରଗଡ ଗ୍ରାମର ତପନ ସାହୁଙ୍କ ଖଳା ଘରୁ ତାଲା ଭାଙ୍ଗିବା ସହ ୪୧ ବସ୍ତା ଧାନ ଚୋରି କରିଥିଲେ।ଚୋରି ଧାନର ଆନୁମାନିକ ମୂଲ୍ୟ ୬୨୦୦୦ ହଜାର ଟଙ୍କା ହେବାର ଆଶଙ୍କା ରହିଛି। ଏହି ଚୋରି କାର୍ଯ୍ୟରେ କେରାଣ୍ଡିଖଣ୍ଟି ଗ୍ରାମର ଅବେଦ ନାଏକ(୨୦)ଓରଫ ରାହୁଲ,ସେରଗଡ ଗ୍ରାମର ରୋସନ ନାଗ(୧୯)ମିଶି ଧାନକୁ ଶ୍ରୀପୁର ଗ୍ରାମର ଦୁର୍ବାଦଳ ବଗର୍ତ୍ତି (୪୬) ଙ୍କୁ ବିକ୍ରୀ କରିଥିଲେ।

ପ୍ରେସ ମିଟ କାର୍ଯ୍ୟକ୍ରମରେ ସଡିପିଓଙ୍କ ସହ ନର୍ଲା ଆଇଆଇସି ବିଜୟ ରାଜ ମାଝୀ,ଏସ୍ଆଇ ପ୍ରଦୀପ କୁମାର ସେଠୀ, ଏସ ଆଇ ପ୍ରିୟବ୍ରତ ବେହେରା,ଏସ ଆଇ ରବିନ୍ଦ୍ର ତାଣ୍ଡି, ଏଏସ୍ଆଇ ଅବନୀ କୁମାର ଖୁରା ପ୍ରମୁଖ ଉପସ୍ଥିତ ଥିଲେ। ନର୍ଲା କେସ ନଂ ୩୨୨/୨୫ ,ୟୁ/ଏସ ୩୩୧(୨)/୩୦୫ ବିଏନ୍ଏସରେ କେସ ରୁଜୁ କରି ତଦନ୍ତ ଆରମ୍ଭ କରି ପୋଲିସ ଅପରାଧୀ ସହ ଧାନ ଜବତ କରିଥିବା ସୂଚନା ଦେଇଛନ୍ତି।

Exit mobile version