ପବିତ୍ର ପୁଷ୍ୟାଭିଷେକରେ ବିଶ୍ବଗୁରୁ ପୂଜନ ପାଳନ

କଟକ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- କଟକ ଜିଲ୍ଲା ଅନ୍ତର୍ଗତ କଣ୍ଟାପଡ଼ା ବ୍ଲକ ସ୍ଥିତ ଶୁନ୍ୟ ବ୍ରହ୍ମ ଆଶ୍ରମରେ ଭକ୍ତମାନଙ୍କ ଗହଣରେ ଗୁରୁ ଶ୍ରୀ ଶ୍ରୀ ହରେକୃଷ୍ଣଙ୍କର ପବିତ୍ର ପୁଷ୍ପା ଭିଷେକ ପାଳନ ଅବସରରେ ପୂଜାର୍ଚ୍ଚନା, ନାମ ସଙ୍କୀର୍ତ୍ତନ, ଗ୍ରୁରୁ ପୁଜନ ଆଦି ବିଭିନ୍ନ ଆଧ୍ୟାତ୍ମିକ, ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ସମେତ ବହୁ ଶିଷ୍ୟ, ସିଷ୍ୟା ଯୋଗ ଦେଇ ହରିବୋଲ, ହୁଳହୁଳି ଏଵଂ ଗୁରୁଙ୍କର ନାମ ସଙ୍କୀର୍ତ୍ତନ କରି ଗୁରୁଙ୍କୁ ପ୍ରଣାମ କରି ଯଥାବିଧି ପୂଜାର୍ଚ୍ଚନା ସହ ଆସନରେ ବସାଇ ବିଶ୍ଵର କଲ୍ୟାଣ, ଶାନ୍ତି ପ୍ରତିଷ୍ଠା,ପାଇଁ ଗୁରୁଙ୍କ ପାଖରେ କୃପାଭିକ୍ଷାର ପ୍ରାର୍ଥନା କରିଥିଲେ ।

ଗୁରୁଙ୍କର ଏହି ପୁଷ୍ପାଭିସେକ କାର୍ଯ୍ୟକ୍ରମରେ ଫକିର ଚରଣ ସେନାପତି, ପ୍ରଭାକର ମୁଦୁଲି, ଅଭିମନ୍ୟୁ ବେହେରା, ଅନିରୁଦ୍ଧ ମୁଦୁଲି, ଅଶୋକ ମୁଦୁଲି, ବାଳକୃଷ୍ଣ ସାହୁ, ଡାଙ୍ଗୁ ବାବା, ଶଶି ବେହେରା, ବସନ୍ତ ବେହେରା ପ୍ରମୁଖ ଯୋଗ ଦେଇ ଗୁରୁଙ୍କର ପୁଷ୍ପାଭିସେକ କାର୍ଯ୍ୟକ୍ରମ ଆନନ୍ଦ ସହକାରେ ପାଳନ କରିଥିଲେ ।

Exit mobile version